Elephants Attack Hemgir: ହେମଗିର ବନାଞ୍ଚଳରେ ହାତୀ ଉପଦ୍ରବ: ଗ୍ରାମବାସୀ ଭୟଭୀତ

1 week ago 4
ARTICLE AD BOX

ହେମଗିର ବନାଞ୍ଚଳ କୋଡ଼ବାହାଲ ସେକ୍ସନରେ ଗାଁ ମୁହାଁ ହୋଇଛନ୍ତି ହାତୀପଲ। ଜଙ୍ଗଲରେ ଖାଦ୍ୟ ନ ପାଇ ଗାଁ ଭିତରକୁ ପଶି ଆସି ଅନେକ କ୍ଷୟକ୍ଷତି କରୁଛନ୍ତି ହାତୀ

 ଗ୍ରାମବାସୀ ଭୟଭୀତ

ସୁନ୍ଦରଗଡ଼: ହେମଗିର ବନାଞ୍ଚଳ କୋଡ଼ବାହାଲ ସେକ୍ସନରେ ଗାଁ ମୁହାଁ ହୋଇଛନ୍ତି ହାତୀପଲ। ଜଙ୍ଗଲରେ ଖାଦ୍ୟ ନ ପାଇ ଗାଁ ଭିତରକୁ ପଶି ଆସି ଅନେକ କ୍ଷୟକ୍ଷତି କରୁଛନ୍ତି ହାତୀ। ଗତକାଲି ରାତିରେ ଏକ ହାତୀ ଚିତାମୁଡl ଓ ପଚପେଡ଼ି  ଗ୍ରାମରେ ପଶି ଘର ଭାଙ୍ଗି ଦେଇଛି।

ଘାଇ ମରାମତି ହୋଇଥିବା ସ୍ଥାନର ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ

ହାତୀ ଆକ୍ରମଣରେ ଚିତାମୁଡା ଗାଁରେ କିଛି ଘର ସାମାନ୍ୟ ଭାଙ୍ଗିଥିବା ବେଳେ ପଚପେଡ଼ିର ଗୌତମ୍ ସେଠ୍ ଓ ସୂରୁଜ ଲାଲ କିଷାନଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଘର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୌତମ୍ ସେଠ୍ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏ ନେଇ ବନ ବିଭାଗ ହାତୀକୁ ରାତିସାରା ନିକଟସ୍ଥ ଜଙ୍ଗଲକୁ ସୁରକ୍ଷିତ ଭାବେ ଘଉଡାଇବା ସହ ଗାଁ ଗାଁ ବୁଲି ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସଚେତନ ମଧ୍ୟ କରାଇଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.