ARTICLE AD BOX
ପାଟଣା (ମହେଶ୍ବର ପୃଷ୍ଟି):କେନ୍ଦୁଝରଜିଲ୍ଲା ପାଟଣା ବନ ରେଞ୍ଜ ଅନ୍ତର୍ଗତ ମଙ୍ଗଳପୁର ପାଟନାଳୀ ସାହିରେ ହାତୀପଲ ଡେରା ପକାଇଛନ୍ତି। ଦୁଇ ସପ୍ତାହ ଧରି ୧୯ ଟିକିଆ ହାତୀପଲ ପାଟଣା ଅଂଚଳରେ ବିଭିନ୍ନ ଗ୍ରାମରେ ଉପଦ୍ରବ ଜାରି ରଖିଛନ୍ତି। ଗତକାଲି ଏହି ହାତୀପଲ ମଧ୍ୟରେ ଏକ ହାତୀ ଶାବକ ଜନ୍ମ ହେବା ପରେ ଆଜି ଦିନ ତମାମ ମଙ୍ଗଳପୁର ପାଟନାଳୀ ଗାଁରେ ରହିଥିଲେ। ହାତୀ ଶାବକକୁ ଅନ୍ୟ ହାତୀପଲ ଯତ୍ନ ନେଉଥିବା କୌତୁହଳ ଦୃଶ୍ୟ ଦେଖିବାକୁ ମିଳିଛି।
ହାତୀପଲ ମଧ୍ୟରେ ହାତୀ ଶାବକ ଥିବାରୁ ବାଘ ଆକ୍ରମଣ ଭୟରେ ଏହି ହାତୀପଲ ବଡ଼ ଜଙ୍ଗଲକୁ ଯିବାର ସମ୍ଭାବନା ନାହିଁ। ତେଣୁ ଶାବକକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଆଖପାଖ ଅଞ୍ଚଳରେ ହିଁ ଏହି ହାତୀପଲ ଅବସ୍ଥାନ କରି ପାରନ୍ତି ବୋଲି ପାଟଣା ରେଞ୍ଜର ମତ ପ୍ରକାଶ କରିଛନ୍ତି। ତେଣୁ ଏହି ହାତୀପଲଙ୍କ ଗତିବିଧି ପ୍ରତି ନଜର ରଖାଯାଇଥିବା ସେ କହିଛନ୍ତି।
Elephant Attack ହାତୀପଲକୁ ଘଉଡ଼ାଇବାକୁ ଯାଇଥିଲେ ଯୁବକ, ଧରି ଦଳିଦେଲା ହାତୀ
ଆଉ ୬ ଟିକିଆ ହାତୀପଲ ଏହି ହାତୀପଲରେ ମିଶି ୨୬ ଟିକିଆ ହାତୀପଲ ହୋଇ ଆଜି ଦିନ ତମାମ ଏଠାରେ ଡେରା ପକେଇ ଥିଲେ। ହାତୀପଲଙ୍କର ଅବସ୍ଥିତିକୁ ନେଇ ଏହି ଅଞ୍ଚଳରେ ଲୋକେ ଆଶଙ୍କିତ ଅବସ୍ଥାରେ ଅଛନ୍ତି। ଲୋକଙ୍କ ଘର ଦ୍ୱାର ଭାଙ୍ଗି, ଧାନ ଚାଉଳ ଖାଇ ଅନେକ କ୍ଷତି ଘଟାଇ ଚାଲିଥିବାରୁ ଲୋକଙ୍କ ଅର୍ଥନୈତିକ ଅବସ୍ଥାରେ ଅବନତି ଘଟୁଛି। ସେଥିପାଇଁ କ୍ଷତିଗ୍ରସ୍ତମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତୁରନ୍ତ ଏହି ଅଞ୍ଚଳରୁ ହାତୀପଲ ଙ୍କୁ ଘଉଡେଇବା ସହିତ କ୍ଷତିଗ୍ରସ୍ତ ମାନଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

1 hour ago
2


