ARTICLE AD BOX
କେନ୍ଦୁଝର: କେନ୍ଦୁଝରରେ ଅଜଣା ଗାଡ଼ିଧକ୍କାରେ ଦନ୍ତା ହାତୀ ଗୁରୁତର। ଆଜି ପ୍ରାୟ ରାତି ୩.୦୦ଟା ସମୟରେ ୬ଟି ହାତୀଙ୍କ ଏକ ପଲ (୧ଟି ପୂର୍ଣ୍ଣବୟସ୍କ ନର, ୨ଟି ମାଦୀ ଓ ୩ଟି ଛୁଆ) ସହ ଚଳାଚଳ କରୁଥିବା ପ୍ରାୟ ୧୫ ବର୍ଷ ବୟସର ଏକ ଉପ-ପୂର୍ଣ୍ଣବୟସ୍କ ନର ହାତୀକୁ ଏକ ପିକ୍-ଅପ୍ ଗାଡ଼ି ଧକ୍କା ଦେବା ଫଳରେ ପଛ ଗୋଡ଼ରେ ଆଘାତ ପାଇଥିବାରୁ ପଛ ଗୋଡ଼ରେ ଓଜନ ବହନ କରିବାରେ ଅସୁବିଧା ହେଉଛି।
ହାତୀର ଶରୀରରେ କୌଣସି ବଡ଼ କ୍ଷତ କିମ୍ବା ସ୍ପଷ୍ଟ ହାଡ଼ ଭାଙ୍ଗିବାର ଲକ୍ଷଣ ନାହିଁ ବୋଲି ଡିଫଓ ସୂଚନା ଦେଇଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପିକ୍-ଅପ୍ ଗାଡ଼ିର ସାମ୍ନା ବମ୍ପର ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ବେଦନାନାଶକ ଔଷଧ ଦିଆଯାଇଛି
ଖବର ପାଇ ଡିଫଓଙ୍କ ସହ ପଶୁ ଚିକିତ୍ସକ ଦଳ, ବାୟୋଲୋଜିଷ୍ଟ, ସହକାରୀ ବନ ସଂରକ୍ଷକ (ACF) ଘଟଣାସ୍ଥଳରେ ପହଞ୍ଚିଥିଲେ ସାଧାରଣ ଲୋକଙ୍କ ଭିଡ଼ ଏବଂ ଯାନବାହନ ଚଳାଚଳକୁ ସୁଚାରୁ ଭାବେ ନିୟନ୍ତ୍ରଣ କରାଯାଇଛି। ହାତୀକୁ ଡାର୍ଟ ମାଧ୍ୟମରେ ଦୁଇ ଡୋଜ୍ ବେଦନାନାଶକ ଔଷଧ ଦିଆଯାଇଛି। ବର୍ତ୍ତମାନ ହାତୀଟି ଅଧିକ ସକ୍ରିୟ ଅଛି ଏବଂ ଦ୍ରୁତ ସୁସ୍ଥ ହେଉଥିବାର ଲକ୍ଷଣ ଦେଖାଯାଉଛି।
ଓୟୁଏଟି (OUAT) ଏବଂ ନନ୍ଦନକାନନର ବିଶେଷଜ୍ଞ ପଶୁ ଚିକିତ୍ସକମାନଙ୍କ ସହ ପରାମର୍ଶ କରାଯାଉଛି। ବର୍ତ୍ତମାନ ହାତୀଟି ଜାତୀୟ ରାଜପଥ-୨୦ରୁ ପ୍ରାୟ ୧୦୦ ମିଟର ଦୂରରେ ଜଙ୍ଗଲ ଭିତରକୁ ଚାଲିଯାଇଛି।

1 hour ago
1


