Elephant Attack ରାଜଗାଙ୍ଗପୁରରେ ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ

53 minutes ago 1
ARTICLE AD BOX

ରାଜଗାଙ୍ଗପୁର(ଜିତେନ୍ଦ୍ର ଦାସ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ବନାଞ୍ଚଳରେ ପୁଣିଥରେ ବଣୁଆ ହାତୀଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।  ସୋମବାର ଭୋର ୪ଟା ସମୟରେ ଘଟଣାଟି ଘଟିଛି। ମୃତକ ହେଲେ ଫିଲମନ କୁଲ୍ଲୁ (୩୬)।  

Elephant Attack: ହାତୀ ଆକ୍ରମଣରେ ୧୬ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଉତ୍ତେଜନା

ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜରେଇକେଲା ପଞ୍ଚାୟତର ଛତାମ (ମାଙ୍ଗଟାପଡ଼ା) ଗ୍ରାମର ବାସିନ୍ଦା ଫିଲମନ।  ପ୍ରଭାତ ସମୟରେ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ସହ ମୁହାଁମୁହିଁ ହୋଇଥିଲେ।  ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବା ବେଳେ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହି ଘଟଣାରେ ଦାତାରାମପୁର ଗ୍ରାମର ଇଗ୍ନେଶ ଖେସ୍  ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। 

wild elephant attack ବଡ଼ରମାରେ ହାତୀ ଆକ୍ରମଣରେ ମହିଳା ମୃତ

ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ ରେଞ୍ଜ ଅଫିସର  ହସ୍ପିଟାଲରେ ପହଞ୍ଚି ଆହତ ଇଗ୍ନେଶ ଖେସଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ସେ ଆହତଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟି ସମସ୍ତ ପ୍ରକାର ସହଯୋଗ ଓ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନ ଦେଇଥିଲେ।
ବନ ବିଭାଗ ପକ୍ଷରୁ ମଧ୍ୟ ଲୋକମାନଙ୍କୁ ସତର୍କ ରହିବା ଏବଂ ହାତୀ ଦେଖିଲେ ତୁରନ୍ତ ବନ କର୍ମଚାରୀଙ୍କୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.