Elections: ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ବିଜେପିର ବଡ଼ ଯୋଜନା: ୪୦୩ ଆସନରୁ ୩୪୩ରେ ଲଢ଼ିପାରେ ବିଜେପି

1 day ago 3
ARTICLE AD BOX

ଲକ୍ଷ୍ନୌ: ଉତ୍ତରପ୍ରଦେଶର ୨୦୨୭ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ଆସନ ବଣ୍ଟନ ରଣନୀତି ପ୍ରସ୍ତୁତ କରୁଛି ଭାରତୀୟ ଜନତା ପାର୍ଟି (ବିଜେପି)। ରାଜ୍ୟର ମୋଟ ୪୦୩ଟି ବିଧାନସଭା ଆସନ ମଧ୍ୟରୁ ପ୍ରାୟ ୬୦ଟି ଆସନ ଏନ୍‌ଡିଏର ସହଯୋଗୀ ଦଳଗୁଡ଼ିକ ପାଇଁ ଛାଡ଼ିବାକୁ ଦଳ ବିଚାର କରୁଥିବା ଜଣାପଡ଼ିଛି। ଏହି ଯୋଜନା ଅନୁସାରେ ବିଜେପି ନିଜେ ପ୍ରାୟ ୩୪୩ଟି ଆସନରେ ପ୍ରାର୍ଥୀ ଦେଇପାରେ। ଜାତିଗତ ଓ ଆଞ୍ଚଳିକ ରାଜନୈତିକ ସମୀକରଣକୁ ଦୃଷ୍ଟିରେ ରଖି ସହଯୋଗୀ ଦଳଗୁଡ଼ିକୁ ଅଧିକ ସୁଯୋଗ ଦେବା ଏହାର ଉଦ୍ଦେଶ୍ୟ।

ଆହୁରି ପଢନ୍ତୁ :RRB JE Answer Key: ଆରଆରବି ଜେଇ ଆନ୍‌ସର୍‌ କି ୨୦୨୬ ଜାରି, ରେସପନ୍ସ ସିଟ୍ ମଧ୍ୟ ଉପଲବ୍ଧ; ଏଠାରୁ କରନ୍ତୁ ଡାଉନଲୋଡ୍…

ଉତ୍ତରପ୍ରଦେଶରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ଏବେ ଚାରିଟି ପ୍ରମୁଖ ସହଯୋଗୀ ଦଳ ରହିଛନ୍ତି। ସେଗୁଡ଼ିକ ହେଲା ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକଦଳ (ଆର୍‌ଏଲ୍‌ଡି), ଓମ୍‌ପ୍ରକାଶ ରାଜଭରଙ୍କ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‌ବିଏସ୍‌ପି), ଅନୁପ୍ରିୟା ପଟେଲଙ୍କ ଆପ୍‌ନା ଦଳ (ସୋନେଲାଲ) ଏବଂ ସଞ୍ଜୟ ନିଷାଦଙ୍କ ନିଷାଦ ପାର୍ଟି। ଏହି ଦଳଗୁଡ଼ିକର ନିଜସ୍ୱ ଜାତିଗତ ଓ ଆଞ୍ଚଳିକ ସମର୍ଥନ ରହିଥିବାରୁ ସେମାନଙ୍କୁ ନିଜ ପ୍ରଭାବ ଥିବା ଆସନରେ ପ୍ରାର୍ଥୀ ଦେବାର ସୁଯୋଗ ଦେବାକୁ ବିଜେପି ଚାହୁଛି।

ଆହୁରି ପଢନ୍ତୁ :WALMI Development ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ ହେବ ୱାଲମି, ୨୦ କୋଟି ଟଙ୍କା ମଞ୍ଜୁର

ବିଜେପିର ମୁଖପାତ୍ର ମନିଷ ଶୁକ୍ଳା କହିଛନ୍ତି, ୨୦୨୭ ନିର୍ବାଚନରେ ୨୦୧୭ ତୁଳନାରେ ଅଧିକ ବିଜୟ ହାସଲ କରିବା ଏନ୍‌ଡିଏର ସମସ୍ତ ସହଯୋଗୀ ଦଳର ସାଧାରଣ ଲକ୍ଷ୍ୟ। ସମସ୍ତ ଦଳ ଏକାଠି ହୋଇ ରାଜ୍ୟରେ ମେଣ୍ଟର ବିଜୟ ପାଇଁ କାମ କରିବେ। ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ୩୭୬ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଆପ୍‌ନା ଦଳ (ଏସ୍‌) ୧୭ଟି ଓ ନିଷାଦ ପାର୍ଟି ୧୦ଟି ଆସନରେ ଲଢ଼ିଥିଲେ। ସେହି ନିର୍ବାଚନରେ ଆର୍‌ଏଲ୍‌ଡି ଓ ଏସ୍‌ବିଏସ୍‌ପି ସମାଜବାଦୀ ପାର୍ଟି ସହ ମେଣ୍ଟ କରିଥିଲେ। ପରେ ଏହି ଦୁଇ ଦଳ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ଯୋଗ ଦେଇଥିଲେ। ଫଳରେ ଏବେ ସହଯୋଗୀ ଦଳଙ୍କ ସଂଖ୍ୟା ବଢ଼ିଥିବାରୁ ଆସନ ବଣ୍ଟନ ଅଧିକ ଜଟିଳ ହୋଇଛି। ଅନ୍ୟପକ୍ଷରେ, ସମାଜବାଦୀ ପାର୍ଟି ବିଜେପିର ଏହି ଉଦ୍ୟମକୁ ନେଇ ସମାଲୋଚନା କରିଛି। ଦଳର ନେତା ଦୀପକ ରଞ୍ଜନ କହିଛନ୍ତି, ବିଜେପି ନିଜ ଶକ୍ତି ଉପରେ ଭରସା ନକରି ସହଯୋଗୀ ଦଳଙ୍କ ଆଡ଼କୁ ଚାହୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.