ARTICLE AD BOX
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ସମାଜବାଦୀ ପାର୍ଟି (ଏସ୍ପି) ସମ୍ବିଧାନ ଦିବସ ଅବସରରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବ। ଏସ୍ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଏସମ୍ପର୍କରେ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି। ତାଙ୍କ ପୋଷ୍ଟରେ ଅଖିଳେଶ କହିଛନ୍ତି, ଗଣତାନ୍ତ୍ରିକ ପବିତ୍ର ସମ୍ବିଧାନ ଦିବସରେ ଅର୍ଥାତ୍ ୨୬ ନଭେମ୍ବର ୨୦୨୬ ରେ ଦଳ ‘ଜନ-ମନ ଇସ୍ତାହାର’ ପ୍ରକାଶ କରିବ।
ଏହା ପିଡିଏର ଆକାଂକ୍ଷାକୁ ପ୍ରତିନିଧିତ୍ୱ କରିବ। ଯାହା ପଛୁଆ ବର୍ଗ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ଆଶାକୁ ପୂରଣ କରିବ। ଆସନ୍ତା ବର୍ଷ ୨୦୨୭ରେ ଫେବ୍ରୁଆରି-ମାର୍ଚ୍ଚରେ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟର ନିର୍ବାଚନୀ ମଇଦାନରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ଭାରତୀୟ ଜନତା ପାର୍ଟି ଏବଂ ଏସ୍ପି ମଧ୍ୟରେ ହେବ ବୋଲି ଚର୍ଚ୍ଚା ହେଉଛି।
ବର୍ତ୍ତମାନ ୪୦୩ ଜଣ ନିର୍ବାଚିତ ସଦସ୍ୟ ଅଛନ୍ତି
ବର୍ତ୍ତମାନର ଉତ୍ତର ପ୍ରଦେଶ ବିଧାନସଭାରେ ୪୦୩ ଜଣ ନିର୍ବାଚିତ ସଦସ୍ୟ ଅଛନ୍ତି। ସେଥିମଧ୍ୟରେ ବିଜେପିର ୨୫୮, ଏସପିର ୧୦୭ ଏବଂ ଅପନା ଦଳର ୧୩ ଜଣ। ସମାଜବାଦୀ ପାର୍ଟି ସହିତ ମେଣ୍ଟ କରି କଂଗ୍ରେସ ୨୦୨୨ ନିର୍ବାଚନରେ ​​ଖରାପ ପ୍ରଦର୍ଶନ ପରେ ରାଜ୍ୟରେ ପୁନର୍ବାର ନିଜର ସ୍ଥିତି ହାସଲ କରିବାକୁ ଚେଷ୍ଟା କରୁଛି। ଦଳ ୩୯୯ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି କେବଳ ଦୁଇଟି ଜିତିଥିଲା।

1 hour ago
2


