Election Commission: ଫର୍ମ-୬ରୁ ହଟିଲା ଏସଆଇଆର୍ ଅତିରିକ୍ତ ଘୋଷଣାନାମା, ବିବାଦ ପରେ ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି

2 days ago 2
ARTICLE AD BOX

ନୂଆଦିଲ୍ଲୀ: ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ପ୍ରକ୍ରିୟା ଶେଷ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ନୂତନ ଭୋଟର ପଞ୍ଜୀକରଣ ଆବେଦନ ଫର୍ମ-୬ ସହ ଯୋଡ଼ାଯାଇଥିବା ଅତିରିକ୍ତ ଘୋଷଣାନାମାକୁ ନିର୍ବାଚନ ଆୟୋଗ ପ୍ରତ୍ୟାହାର କରିନେଇଛନ୍ତି। ଇସିଆଇ-ନେଟ୍ ଆପ୍, ୱେବସାଇଟ୍ ଏବଂ ସମ୍ପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟନିର୍ବାଚନ ଅଧିକାରୀ (ସିଇଓ)ଙ୍କ ପୋର୍ଟାଲରୁ ଏହି ଅତିରିକ୍ତ ଘୋଷଣାନାମାକୁ ହଟାଇ ଦିଆଯାଇଛି। 

ଫଳରେ ଏହିସବୁ ରାଜ୍ୟରେ ନୂଆ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଆବେଦନକାରୀମାନେ ଏବେ ନିର୍ବାଚନ ପଞ୍ଜୀକରଣ ନିୟମ, ୧୯୬୦ ଅଧୀନରେ ନିର୍ଦ୍ଧାରିତ ମୂଳ ବୈଧାନିକ ଫର୍ମ-୬ ମାଧ୍ୟମରେ ହିଁ ଆବେଦନ କରିପାରିବେ। ଗତ ସେପ୍ଟେମ୍ବର ୨୬ ତାରିଖରେ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଥିଲେ ଯେ ଫର୍ମ-୬ ସହ ସଂଯୁକ୍ତ ଏହି ଅତିରିକ୍ତ ଘୋଷଣାନାମା କେବଳ ଏସଆଇଆର ଚାଲୁଥିବା ସମୟ ପାଇଁ ହିଁ ଲାଗୁ ହେବ ଏବଂ ସାଧାରଣ ସମୟରେ ୧୯୬୦ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରାଯିବ।

ଘୋଷଣାନାମା କେବଳ ଏସଆଇଆର ଚାଲୁଥିବା ସମୟ ପାଇଁ ହିଁ ଲାଗୁ ହେବ

ସୂଚନାଯୋଗ୍ୟ ଯେ, ଏସଆଇଆର ସମୟରେ ଫର୍ମ-୬ ସହ ଏହି ଅତିରିକ୍ତ ଘୋଷଣାନାମା ଯୋଡ଼ାଯିବା ଏବଂ ସେଥିରେ ଆବେଦନକାରୀ, ସେମାନଙ୍କ ବାପା-ମା’ କିମ୍ବା ଅଜା-ଆଈଙ୍କ ନାମ ପୂର୍ବ ନିର୍ବାଚନ ତାଲିକାରେ ଥିବା ସମ୍ପର୍କିତ ବିବରଣୀ ମଗାଯିବାକୁ ନେଇ କମିଶନଙ୍କ ଭିତରେ ହିଁ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା। ନିର୍ବାଚନ ଆୟୁକ୍ତ ବିବେକ ଯୋଶୀ ଓ ସୁଖବୀର ସିଂହ ସାନ୍ଧୁ ନିୟମ ସଂଶୋଧନ ବିନା ବୈଧାନିକ ଫର୍ମ-୬ରେ ପରିବର୍ତ୍ତନକୁ ନେଇ ଆପତ୍ତି ଉଠାଇଥିଲେ। ତେବେ ନିର୍ବାଚନ ଆୟୋଗ ଏହାକୁ ଏସଆଇଆର ପାଇଁ ନିର୍ଦ୍ଦିଷ୍ଟ ଅତିରିକ୍ତ ପ୍ରକ୍ରିୟା ବୋଲି କହିବା ସହ ସୁପ୍ରିମକୋର୍ଟ ମଧ୍ୟ ଏହାକୁ କାୟମ ରଖିଥିବା ଦର୍ଶାଇଥିଲେ।

ଇରାନ ଯୁଦ୍ଧର ପ୍ରଭାବ ଯୋଗୁଁ ତୈଳ ମୂଲ୍ୟ ବୃଦ୍ଧି

Read Entire Article
LEFT SIDEBAR AD

Hidden in mobile, Best for skyscrapers.