ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀରେ ରବିବାର ରାତିରେ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ରେକର୍ଡ଼ ହୋଇଛି। ୨୦୦୧ ପରଠାରୁ ଗତ ୨୫ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ସର୍ବନିମ୍ନ ସେପ୍ଟେମ୍ବର ରାତି ତାପମାତ୍ରା ରହିଥିଲା। ଦିନ ସାରା ପ୍ରବଳ ବର୍ଷା, ମେଘୁଆ ଆକାଶ ଓ ଥଣ୍ଡା ରାତି ଲୋକମାନଙ୍କୁ ଶୀତ ଦିନର ଅନୁଭୂତି ଦେଇଥିଲା। ଉତ୍ତର ଭାରତରେ ଏପରି ସ୍ଥିତିକୁ ଦେଖି ଏଲ୍ ନିନୋ ଯୋଗୁଁ ଶୀଘ୍ର ଶୀତ ଦିନ ଆସିଗଲାକି ବୋଲି ଲୋକମାନଙ୍କୁ ଭାବିବାକୁ ପଡ଼ିଥିଲା। ତେବେ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଓ ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁ ଏପରି ସ୍ଥିତି ଦେଖିବାକୁ ମିଳିଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି।
ଆହୁରି ପଢନ୍ତୁ :Odisha Vigilance caught ୩୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ରଙ୍ଗେହାତ ଧରାପଡ଼ିଗଲେ ସହକାରୀ ଯନ୍ତ୍ରୀ ଓ ଦଲାଲ ଗିରଫ
ଗଭୀର ଅବପାତ ଯୋଗୁ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପୂର୍ବ ଭାରତର କିଛି ଭାଗ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନରେ ବର୍ଷା ହୋଇଥିଲା। ମିଆଁମାର ନିକଟରେ ଆଉ ଏକ ଅବପାତ ଉତ୍ତର-ପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରି ଆଗାମୀ କିଛି ଦିନ ମଧ୍ୟରେ ଭାରତର ଆଭ୍ୟନ୍ତରୀଣ ଭୂଭାଗ ଆଡ଼କୁ ଗତି କରିପାରେ। ଏହା ଏକ ଗଭୀର ଅବପାତରେ ପରିଣତ ହୋଇପାରେ, ଯଦିଓ ବିଶେଷଜ୍ଞ ଆଶା କରୁଛନ୍ତି ଯେ, ଏହାର ପ୍ରଭାବ ପୂର୍ବ ପ୍ରଣାଳୀ ତୁଳନାରେ କମ୍ ରହିବ। ତେବେ ଅବପାତ ହେଲେ ଉତ୍ତର ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ବିହାର, ଝାଡ଼ଖଣ୍ଡ,ଓଡ଼ିଶା, ଛତିଶଗଡ଼ ଓ ଉତ୍ତରପୂର୍ବ ଭାରତରେ ବର୍ଷା ହୋଇପାରେ।

3 days ago
4


