Education: ୫ଟି ମଡେଲ ଡିଗ୍ରି କଲେଜର ୨୫ଆଉଟସୋର୍ସିଂ କର୍ମଚାରୀ ବିଦା

1 hour ago 1
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ୨୦୧୬ମସିହାରୁ ଆରମ୍ଭ ହୋଇଥିବା ନବରଙ୍ଗପୁର ମଡେଲ ଡିଗ୍ରି କଲେଜ ସହ ଅନ୍ୟ ଝରିଗାଁ, କୋଷାଗୁମୁଡା, ତେନ୍ତୁଳିଖୁଣ୍ଟି ଓ ରାଇଘର ମଡେଲ ଡିଗ୍ରି କଲେଜରେ ଆଉଟସୋର୍ସିଂରେ କାମ କରୁଥିବା ପିଅନ, ନାଇଟ୍ ୱାଚର, ‌ୱାର୍ଡନ, ସୁଇପର, କୁକ୍ କମ୍ ୱାଚମ୍ୟାନ୍,  ଲାଇବ୍ରେରି ଓ ଲ୍ୟାବ ଆଟେଣ୍ଡାଣ୍ଟ ୨୫ଜଣଙ୍କୁ ସରକାର ଗତ ଏପ୍ରିଲ ମାସରୁ ବିଦା କରିଦେଇଛନ୍ତି। ଫଳରେ କଲେଜରେ ଅଧ୍ୟକ୍ଷ ଓ ଅଧ୍ୟାପକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

କଲେଜର ସଫେଇ ଠାରୁ ଆରମ୍ଭ କରି ତାଲା ପକାଇବା ଯାଏଁ ସବୁ ଏମାନଙ୍କୁ କରିବାକୁ ପଡ଼ୁଛି। କଲେଜ ଗୁଡିକରେ ଲକ୍ଷଲକ୍ଷ ଟଙ୍କାର କମ୍ପୁଟର ସହ ଅନ୍ୟାନ୍ୟ ଅନୁସଙ୍ଗିକ ଭିତ୍ତିଭୂମିର ସାମଗ୍ରୀ ଗୁଡିକ ରହୁଥିବା ବେଳେ ସେଗୁଡିକର ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଯଦି କିଛି ଅଘଟଣ ହେବ ତେବେ କିଏ ଏହାର ଉତ୍ତରଦାୟୀ ହେବେ। ତା ସହ ଦୀର୍ଘ ୧୦ବର୍ଷ ଧରି ଅନୁଷ୍ଠାନରେ କାମ କରି ଆସୁଥିବା ଆଉଟସୋର୍ସିଂ କର୍ମଚାରୀଙ୍କୁ ଅଚାନକ ବିଦା୍ କରିବା ଦ୍ବାରା ତାଙ୍କ ମାନବିକଅଧିକାର କ୍ଷୁର୍ଣ୍ଣ ହେଉଛି। ତାଙ୍କ ଉପରେ ନିର୍ଭର ଥିବା ସମ୍ପୁର୍ଣ୍ଣ ପରିବାର ଗତ ତିନି ମାସ ହେବ ‌ପେଟରେ ଓଦାକନା ପକାଇ ଭୋକ ଉପବାସରେ ରହୁଛନ୍ତି। 

ନବରଙ୍ଗପୁର ମୋଡେଲ କଲେଜରେ  ଲ୍ୟାବ ଆଟେଣ୍ଡାଣ୍ଟ ୪ଜଣ, ଦୁଇ ଜଣ ପିଅନ, ଦୁଇ ଜଣ କୁକ୍ କମ୍ ଆଟେଣ୍ଡାଣ୍ଟ, ୱାଚମ୍ୟାନ, ସିକ୍ୟୁରିଟିଗାର୍ଡ, ୱାର୍ଡେନ, ଲାଇବ୍ରେରି ଆଟେଣ୍ଡାଣ୍ଟ  ଓସୁଇପର ଜଣେ ଲେଖାଏଁ ୧୩ଟି ପଦବି ଖାଲି ପଡିଛି। ଏହି କଲେଜ ଆରମ୍ଭରୁ ବାଙ୍ଗାପାଲ୍ଲି ଗାଁର ପଦ୍ମା ହରିଜନ ୨୦୧୬ମସିହାରୁ କାମ କରୁଥିଲେ। 

Education: ନବରଂଗପୁର ଜିଲ୍ଲାର ୫୪ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବି ଖାଲି

ସେହିପରି ଆଉ ଜଣେ ପିଅନ୍ ଅନନ୍ତ ଭକ୍ତ ଗତ  ୨୦୧୭ମସିହାରୁ କାମ କରି ଆସୁଥିଲେ। ଅଚାନକ ଭାବେ ଏମାନଙ୍କୁ ବାଦ୍ ଦେବାପରେ ଏମାନେ କିଭଳି ପରିବାରକୁ ନେଇ ଚଳିବେ ଚିନ୍ତାରେ। ଅନ୍ୟ ଚାରି କଲେଜର ୨ଜଣ ପିଅନ୍ ଓ ଜଣେ ସୁଇପରକୁ ବାଦ୍ ଦିଆଯାଇଛି। ନବରଙ୍ଗପୁର ମୋଡେଲ ଡିଗ୍ରି କଲେଜ ନୋଡାଲ କଲେଜ ଥିବାରୁ ଏଠାରୁ ୨୫ଜଣଙ୍କର ଦରମା ଆଉଟସୋର୍ସିଂ ସଂସ୍ଥା ଜରିଆରେ ଦିଆଯାଉଥିଲା। 

ଗତ ଏପ୍ରିଲ ୩୦ରୁ ସରକାର ଏମାନଙ୍କୁ ବାଦ୍ ଦେଇଥିବା ଚିଠି ଦେଇଛି ବୋଲି କହିଛନ୍ତି ଅଧ୍ୟକ୍ଷ ବିନୋଦ ବିହାରୀ ବେହେରା। ତେବେ ଏମାନଙ୍କୁ ବାଦ୍ ଦେବା ପରେ ଉପୁଜିଥିବା ସମସ୍ୟାକୁ ନେଇ ରାଜ୍ୟସରକାରଙ୍କୁ ସେ ଚିଠି କରି ଅବଗତ କରିଛନ୍ତି ବୋଲି କହିଛନ୍ତି ଅଧ୍ୟକ୍ଷ। ତେବେ ୨୫ଟି ପରିବାର ଏହି ସ୍ଥିତିରେ ଚଳିବ କେମିତି ତାହାକୁ ନେଇ ଉଠିଛି ପ୍ରଶ୍ନ। ଏହି ପରିବାରର ବଂଚିବାର ଅଧିକାରକୁ ବାଦ୍ କାହିଁକି ଦିଆଗଲା ବୋଲି ବୁଦ୍ଦିଜୀବୀ ମହଲରେ ପ୍ରଶ୍ନ ଉଠିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.