ARTICLE AD BOX
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ବର୍ଷା ହେଲେ ସ୍କୁଲ ଛାତରୁ ଗଳୁଛି ପାଣି। ପୁଣି ଆଉ କେଉଁଠି ଛାତରୁ ଖସୁଛି କଂକ୍ରିଟ୍। ଏଭଳି ବିପଦପୂର୍ଣ୍ଣ ପରିବେଶରେ ପାଠ ପଢ଼ୁଛନ୍ତି କୁନିକୁନି ପିଲା। ଶେଷରେ ପିଲାଙ୍କ ସୁରକ୍ଷାକୁ ନେଇ ଆତଙ୍କିତ ହୋଇ ସ୍କୁଲରେ ତାଲା ପକାଇଲେ ଅଭିଭାବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦରରେ ଥିବା ଚିତାନନ୍ଦ ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୨ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଦୟନୀୟ ଅବସ୍ଥା ସମ୍ପର୍କରେ ଗତ ତିନି ବର୍ଷ ଧରି ସିଆରସିସି, ବିଇଓ, ଏବିଇଓ ଓ ଡିଇଓଙ୍କ ସମେତ ବିଭିନ୍ନ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଲିଖିତ ଭାବେ ସ୍କୁଲ କର୍ତ୍ତୃପକ୍ଷ ଜଣାଇ ଆସୁଥିଲେ ମଧ୍ୟ କୌଣସି ଫରକ୍ ପଡୁନଥିବା ଦେଖିବାକୁ ମିଳିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସ୍କୁଲର ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ପିଲାଙ୍କ କିଛି ଅସୁବିଧା ହେଲେ କିଏ ରହିବ ଦାୟୀ ? ଶିକ୍ଷକ ବାଧ୍ୟ ହୋଇ ଜରି ପାଲ ତଳେ ପାଠ ପଢ଼ାଉଛନ୍ତି। କେବଳ ଏତିକି ରେ ସରିନାହିଁ ସ୍କୁଲର ସମସ୍ୟା। ସ୍କୁଲରେ ନାହିଁ ଶୌଚାଳୟ ଓ ପିଇବା ପାଣିର ବ୍ୟବସ୍ଥା। ତେବେ ଏହି ସମସ୍ୟା ଗୁଡ଼ିକୁ ଉପରସ୍ଥ ଅଧିକାରୀଙ୍କୁ ବାରମ୍ୱାର ଜଣାଇଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନାହିଁ। ତେଣୁ ପିଲାଙ୍କ ସୁରକ୍ଷା ଲାଗି ସ୍କୁଲ୍ ରୁମ ବଦଳରେ ବାହାରେ ଜରି ଟାଙ୍ଗୀ ପାଠ ପଢା ଯାଉଛି। ଯେ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ମରାମତି ନ ହେଵ ପିଲା ମାନେ ଏମିତି ପାଠ ପଢ଼ିବେ ବୋଲି ଅବିଭାବକ ମାନେ ମତ ପ୍ରକାଶ କରିଛନ୍ତି।
School Student Dies ଝାଡାବାନ୍ତିରେ କସ୍ତୁରବା ଆବସିକ ବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ
ବର୍ତ୍ତମାନ ବର୍ଷାଋତୁରେ ସ୍କୁଲ ଛାତରୁ ପାଣି ଗଳିବା ସହ କଂକ୍ରିଟ୍ ଖସିବା ଏବଂ ଛାତର ଅନେକ ସ୍ଥାନ ଦୁର୍ବଳ ହୋଇପଡ଼ିଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି। ନିଜ ପିଲାଙ୍କ ଜୀବନକୁ ବିପଦରେ ପକାଇ ସ୍କୁଲକୁ ପଠାଇବାକୁ ଅଭିଭାବକମାନେ ରାଜି ନହୋଇ ଆଜି ସ୍କୁଲରେ ତାଲା ପକାଇଛନ୍ତି। ତୁରନ୍ତ ସ୍କୁଲ କୋଠାର ମରାମତି କରାଯାଉ ଏବଂ ପିଲାଙ୍କ ପାଇଁ ସୁରକ୍ଷିତ ପାଠପଢ଼ା ପରିବେଶ ସୁନିଶ୍ଚିତ କରାଯାଉ ବୋଲି ଅଭଭାବକମାନେ ଦାବି କରିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ମାଲକାନଗିରି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ଗୌରଙ୍ଗ ସଜ୍ଜନ ସ୍କୁଲରେ ପହଞ୍ଚି ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ସ୍କୁଲର ମରାମତି କାମ ଆରମ୍ଭ କରାଯିବ ବୋଲି ସେ କହିଥିବା ବେଳେ ଏନେଇ ଟେଣ୍ଡର ପ୍ରକ୍ରିୟା ହୋଇସାରିଛି ଏବଂ ଆସନ୍ତା ୧୫ ଦିନ ମଧ୍ୟରେ ସ୍କୁଲ ମରାମତି କାମ କରାଯିବ ବୋଲି ଅଭିଭାବକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

1 week ago
5


