ARTICLE AD BOX
ଭୁବନେଶ୍ବର: ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟି (ସିଜିୟୁ)ରେ ଅଲ୍ଟ୍ରାଟେକ୍ ସିମେଣ୍ଟ ସହଯୋଗରେ ଇଞ୍ଜିନିୟର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଲ୍ଟ୍ରାଟେକ୍ ଆୟାମ୍ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା ଯେଉଁଥିରେ ବିଟେକ୍ ସିଭିଲ୍ ଓ ସିଭି ରମଣ ପଲିଟେକ୍ନିକ୍ର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ।
ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ବଂଶୀଧର ମାଝୀ ଓ ଅଲ୍ଟ୍ରାଟେକ୍ ସିମେଣ୍ଟର ପ୍ରତିନିଧି ପାୟଲ ଶାହ ଯୋଗଦେଇ ଇଞ୍ଜିନିୟର ଶିକ୍ଷା ଓ ଇଞ୍ଜିନିୟରଙ୍କ ଦାୟିତ୍ବ ଉପରେ ବକ୍ତବ୍ୟ ରଖିଥିଲେ। ବିଶ୍ବବିଦ୍ୟାଳୟର ପ୍ରୋ ଭାଇସ୍ ଚାନ୍ସେଲର୍ ପ୍ରଫେସର ଜି ଶ୍ରୀବେଦୀ ଛାତ୍ରଛାତ୍ରୀମାନଙ୍କୁ ନିରନ୍ତର ଶିକ୍ଷା ଓ ଜିଜ୍ଞାସା ମନୋଭାବ ବଜାୟ ରଖିବାକୁ କହିତିଲେ।
ସିଭିଲ୍ ଓ ପରିବେଶ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ପ୍ରକାଶ ଚନ୍ଦ୍ର ସ୍ବାଇଁ ବ୍ୟବହାରିକ ଓ ଅନୁଭୂତିମୂଳକ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସିଭି ରମଣ ପଲିଟେକ୍ନିକ୍ର ପ୍ରିନ୍ସିପାଲ୍ ରାଜେନ୍ଦ୍ର କୁମାର ପୃଷ୍ଟି ମଧ୍ୟ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଡ. ରାଜେଶ କୁମାର ପାତ୍ର, ଡ. ବିରଜା ପ୍ରସାଦ ମିଶ୍ର, ଡ. କୃଷ୍ଣପଦ ବାଉରୀ ଓ ଡ. ସ୍ମୃତି ସମିତା ସାହୁ ଉପସ୍ଥିତ ଥିଲେ।

59 minutes ago
1


