ARTICLE AD BOX
ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ଉପରୁ ଖସୁଛି ଛେଲାଛେଲା ସିମେଣ୍ଟ ଖଣ୍ତ। ବର୍ଷା ହେଲେ ଝରୁଛି ପାଣି। ପ୍ରତିଟି ମୁହୁର୍ତ୍ତରେ ଜୀବନ ପ୍ରତି ବିପଦ ରହିଥିବା ବେଳେ ତାରି ମଧ୍ୟରେ ଗଢ଼ା ଯାଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ବର୍ଷେ କି ଦୁଇବର୍ଷ ନୁହେଁ। ଦୀର୍ଘବର୍ଷ ଧରି ଏଭଳି ସମସ୍ୟାକୁ ନେଇ ପ୍ରଶାସନ ଗୁରୁତ୍ବ ଦେଉନଥିବା ବେଳେ ପିଲାଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଅଭିଭାବକ।
ବିଦ୍ୟାଳୟ ଶ୍ରେଣୀ କକ୍ଷରେ ତାଲା ପକାଇବା ସହ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଗାଁର ଏକ ବାରଣ୍ତାରେ ଆଶ୍ରୟ ଦେଇଛନ୍ତି। ଯାହାକୁ ନେଇ ଆଜିଠାରୁ ଗାଁ ବାରଣ୍ତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ା ଆରମ୍ଭ ହୋଇଛି। ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଦୁଡ଼ା ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜୁରାଗଣ୍ତାରେ ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି।
/filters:format(webp)/sambad/media/media_files/2026/07/10/whatsapp-image-2026-07-10-21-03-59.jpeg)
ଗ୍ରାମବାସୀ ତଥା ଅଭିଭାବକଙ୍କ କହିବା ଅନୁଯାୟୀ ଉକ୍ତ ବିଦ୍ୟାଳୟ ଉପରେ ଜୁରାଗଣ୍ତା ସମେତ ମେଟିଗାଡୁ, କଇରିପଡ଼ା, ଜାମ୍ବୁପଦର, ସୁନାରିପଦର ଓ ଢ଼ିପସାହି ଆଦି ୭ଗୋଟି ଗ୍ରାମର ଅଧିବାସୀ ନିର୍ଭରଶୀଳ। ୧୯୭୮ ମସିହାରେ ବିଦ୍ୟାଳୟଟି ସ୍ଥାପିତ ହୋଇଥିବା ବେଳେ ୨ଟି ଶ୍ରେଣୀକକ୍ଷରେ ଚଳିତବର୍ଷ ୫ମ ପର୍ଯ୍ୟନ୍ତ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମାତ୍ର ବଡ଼କଥା ହେଉଛି ବିଦ୍ୟାଳୟଟି ଦୀର୍ଘଦିନ ଧରି ଭଗ୍ନ ଅବସ୍ଥାରେ ରହିଛି। ଅଧିକାରୀ ମାନେ ନିଜ ଉପରୁ ଦୋଷ ଖସାଇବାକୁ ଯାଇ ଏହା ମଧ୍ୟରେ ପାଠ ନପଢ଼ାଇବା ପାଇଁ କହି କାମ ସାରି ଦେଉଥିବା ବେଳେ ଛାତ୍ରଛାତ୍ରୀ କେଉଁଠି ଓ କିଭଳି ପାଠ ପଢ଼ିବେ ଏଥିପ୍ରତି କାହାରି ନିଘା ନାହିଁ। ବାଧ୍ୟହୋଇ ଶିକ୍ଷକ ମାନେ ଏହା ମଧ୍ୟରେ ବସାଇବାକୁ ବାଧ୍ୟ ହେଉଛନ୍ତି।
ପୂର୍ବରୁ ଏନେଇ ବାରମ୍ବାର ବିଡ଼ିଓଙ୍କୁ ବିଦ୍ୟାଳୟ ସମେତ ଅଭିଭାବକ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଉଛି। ମାତ୍ର କୈାଣସି ସୁଫଳ ମିଳୁନି। ଏସବୁ ମଧ୍ୟରେ ଏବେ ଲଗାଣବର୍ଷା ହେତୁ ଶ୍ରେଣୀକକ୍ଷରେ ବସିବା ସମ୍ଭବପର ନୁହେଁ। ଯାହାକୁନେଇ ଗତକାଲି ଅଭିଭାବକ ମାନେ ତାତିବା ସହ ଏବିଇଓ ଏବଂ ସିଆରସିସିଙ୍କ ଉପସ୍ଥିତିରେ ବୈଠକ ବସିବା ସହ ଛାତ୍ରାଛାତ୍ରୀଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟରେ ତାଲା ପକାଇଛନ୍ତି। ଯାହାକି ଏକ ସପ୍ତାହ ମଧ୍ୟରେ ଏକ ଅସ୍ଥାୟୀ ଘର ନିର୍ମାଣ କରିବା ପାଇଁ ସ୍ଥିର ହେବାସହ ସେ ପର୍ଯ୍ୟନ୍ତ ଗ୍ରାମର ପୁରୁଷୋତ୍ତମ ନାୟକଙ୍କ ବାରଣ୍ତାରେ ପାଠ ପଢ଼ାଇବା ପାଇଁ ସ୍ଥିର ହୋଇଛି।
Weather: ପୁଣି ଦୁର୍ବଳ ହେବ ମୌସୁମୀ! ପ୍ରବଳ ବର୍ଷା ପରେ ଏବେ ‘ଏଲ୍ ନିନୋ’ ଭୟ
ସେହିଭଳି ଜାଗା ଚିହ୍ନଟ ସହ ନୂତନ ଜାଗା ପାଇଁ ସର୍ଭେ ଓ ସ୍ଥାୟୀ ଗୃହ ନିର୍ମାଣ ପାଇଁ ନିଷ୍ପତି ହୋଇଛି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୈାଦାମିନୀ ମାଝୀଙ୍କ କହିବା ଅନୁଯାୟୀ ବିଦ୍ୟାଳୟଟି ଏକ ବେସରକାରୀ ଜାଗାରେ ନିର୍ମାଣ ହୋଇଛି। ଯାହା ନାମରେ ଜାଗା ରହିଛି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଧିକାରୀ ମାନେ ରହିଛନ୍ତି। ସେ ଜାଗାଟିକୁ ବିଦ୍ୟାଳୟ ନାମରେ କରିବା ପାଇଁ ରାଜି ହୋଇଥିବା ବେଳେ ଏହା ହୋଇ ପାରିନଥିବା କହିଛନ୍ତି। ଏଦିଗରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ତଥା ଅଭିଭାବକ ଦାବି କରିଛନ୍ତି।

1 hour ago
1

