Education: 'ପ୍ରକଳ୍ପ ବିଦ୍ୟା'; ଖଣି ଅଂଚଳ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ

1 hour ago 2
ARTICLE AD BOX

ସୁନ୍ଦରଗଡ଼: ଆଲୁମିନିୟମ' କୋଇଲା ଖଣିର ପ୍ରମୁଖ ଶିକ୍ଷା କାର୍ଯ୍ୟକ୍ରମ 'ପ୍ରକଳ୍ପ ବିଦ୍ୟା' ଅଧୀନରେ ଓଡ଼ିଶାର ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ଉପଯୋଗୀ ଶିକ୍ଷଣ ସାମଗ୍ରୀ ବଣ୍ଟନ କରିଛି। ଏହି ପଦକ୍ଷେପରେ କୁରାଲୋଇ, ଜାମଖାନି ଏବଂ ଘୋଘରପଲ୍ଲୀ ଅଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକୁ ଅନ୍ତର୍ଭୁକ୍ତ  କରାଯାଇଛି।

ଏହି ପଦକ୍ଷେପ ଶ୍ରେଣୀଗତ ଶିକ୍ଷାକୁ ସୁଦୃଢ କରିବା ଏବଂ ବୋର୍ଡ ପରୀକ୍ଷା ପ୍ରସ୍ତୁତିରେ ସହାୟତା କରିବାସହ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରଦର୍ଶନକୁ ଉନ୍ନତ କରିବାରେ ସହାୟକ ହେଉଛି। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମ ଉପଯୋଗୀପାଠ୍ୟସହାୟକପୁସ୍ତକ  ଯୋଗାଇ ଶିକ୍ଷାଗତ ଫଳାଫଳକୁ ସୁଦୃଢ଼ କରୁଛି।

ଚଳିତ ଶିକ୍ଷାବର୍ଷରେ, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ହେମଗିରି ଓ ଲଖନପୁର ବ୍ଲକ ଅନ୍ତର୍ଗତ ସାତୋଟି ସରକାରୀ ବିଦ୍ୟାଳୟର ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ୫୫୧ ଜଣ ଛାତ୍ରଛାତ୍ରୀ ଏହି ପଦକ୍ଷେପ ଦ୍ୱାରା ଉପକୃତ ହୋଇଛନ୍ତି। ଏହି ପ୍ରୟାସ ବିଷୟରେ ବେଦାନ୍ତ ଆଲୁମିନିୟମ୍କୋଇଲା ଖଣିର ସିଇଓ ଅମରେଶ କୁମାର କହିଛନ୍ତି, " ପ୍ରକଳ୍ପ ବିଦ୍ୟା ମାଧ୍ୟମରେ, ଆମେ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତାକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ଉତ୍କର୍ଷ ହାସଲ କରିବା ପାଇଁ ଆବଶ୍ୟକ ସମ୍ବଳ ସହିତ ସମର୍ଥନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.