Education: ନଗଡ଼ାର ଶିକ୍ଷାଦୂତ ସବିତା-ଅନାମ ଜୁଆଙ୍ଗ ଦମ୍ପତି

1 hour ago 2
ARTICLE AD BOX

କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ନଗଡ଼ା ଓ ପାରିପାର୍ଶ୍ବିକ ଇଲାକାର ଜୁଆଙ୍ଗ ଜନଜାତି ପାଇଁ ଶିକ୍ଷାଦୂତ ଭାବେ ଆଲୋକର ବର୍ତ୍ତିକା ସାଜିଛନ୍ତି ସବିତା ଓ ଅନାମ ଜୁଆଙ୍ଗ ଦମ୍ପତି। ଗୁହିଆଶାଳ ରାଜସ୍ବ ମୌଜାରେ ୮ ବର୍ଷ ଧରି ବାସିନ୍ଦା ଭାବେ ଅବସ୍ଥାନ କରୁଥିବା ଏହି ଉଚ୍ଚ ଶିକ୍ଷିତ ଦମ୍ପତିଙ୍କ ପାଇଁ ୫ ବର୍ଷରେ କେବଳ ଗୁହିଆଶାଳ ଗାଁର ୧୯ ଜଣ ଜୁଆଙ୍ଗ ମାଟ୍ରିକ୍‌ ପାସ୍‌ କରିଛନ୍ତି। ପ୍ରିୟ ଛାତ୍ର ବାଉରିଆ ପ୍ରଧାନ ଏବେ ବାଲେଶ୍ବର ଜିଲ୍ଲା ବାହାନଗା ଭେନସ ଇଞ୍ଜିନିୟରିଂ କଲେଜର ମେକାନିକାଲ ଡିପ୍ଲୋମା ଇଞ୍ଜିନିୟରିଂ ଶେଷବର୍ଷ ଛାତ୍ର। ଏହି ଦମ୍ପତିଙ୍କ ଉଦ୍ୟମରେ ଗୁହିଆଶାଳ ଗାଁର ୫ ଜଣ ଛାତ୍ରଛାତ୍ରୀ ପାଣ୍ଡବ ପ୍ରଧାନ, ମୁକୁନି ପ୍ରଧାନ, କଅଁସଳା ପ୍ରଧାନ, ବିଜୟ ପ୍ରଧାନ ଓ ମୁଖିଆ ପ୍ରଧାନ ଏବେ ଯାଜପୁର ସରକାରୀ ଆଇଟିଆଇରେ ପଢ଼ୁଛନ୍ତି।

୨୦୧୬ ମସିହାରେ ‘ସମ୍ବାଦ’ ଦ୍ବାରା ନଗଡ଼ା ଶିଶୁ ମଡ଼କ ଘଟଣାବଳୀ ଲୋକ ଲୋଚନକୁ ଆସିବା ପରେ ୨୦୧୭ ମସିହା ଏପ୍ରିଲ ମାସରୁ ନଗଡ଼ା ଓ ଗୁହିଆଶାଳରେ ୨ଟି ସରକାରୀ ପ୍ରାଥମିକ ସ୍କୁଲ ଖୋଲାଯାଇଥିଲା। ବୟସ ଆଧାରରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ୨ଟିଯାକ ସ୍କୁଲରେ ୭୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ନାମ ଲେଖାଯାଇଥିଲା। ୨୦୨୨ ମସିହାରେ ପ୍ରଥମ ବ୍ୟାଚ୍ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। 

୨୦୨୨ ରୁ ୨୦୨୫ ମସିହା ପ୍ରଥମ ୪ ବର୍ଷରେ ପ୍ରତିବର୍ଷ ୫ ଜଣ ଲେଖାଏଁ ମାଟ୍ରିକ୍ ପାସ କରିଥିଲେ। ସେମାନେ ହେଲେ ମିଟୁ ପ୍ରଧାନ, ନିଧିଆ ପ୍ରଧାନ, କାଳିଆ ପ୍ରଧାନ, ସଇତ ପ୍ରଧାନ, ବାଉରିଆ ପ୍ରଧାନ, ସମ୍ବାରି ପ୍ରଧାନ, ପବିତ୍ର ପ୍ରଧାନ, ଲବ ପ୍ରଧାନ, ଦୀନବନ୍ଧୁ ପ୍ରଧାନ, ଜାଗର ପ୍ରଧାନ, ମୁଖିଆ ପ୍ରଧାନ, ଇନ୍ଦ୍ର ପ୍ରଧାନ, ମୁକୁନି ପ୍ରଧାନ, ଜାନକୀ ପ୍ରଧାନ, ବିକାଶ ପ୍ରଧାନ, କଅଁସଳା ପ୍ରଧାନ, ସମାଇ ପ୍ରଧାନ, ପାଣ୍ଡବ ପ୍ରଧାନ, ବିଜୟ ପ୍ରଧାନ ଓ ଶରତ ପ୍ରଧାନ। ଚଳିତ ବର୍ଷ ୭ ଜଣ ସବିତା ପ୍ରଧାନ, ଡୁମୁଣି ପ୍ରଧାନ, ସରସ୍ବତୀ ପ୍ରଧାନ, ମଦନା ପ୍ରଧାନ, ଟାଙ୍ଗୁରୁ ପ୍ରଧାନ, ସାମଲ ପ୍ରଧାନ ଓ ସୁଦାମ ପ୍ରଧାନ ମାଟ୍ରିକ୍‌ ପାସ କରିଛନ୍ତି। ଏଯାବତ୍ ନଗଡ଼ା ପାହାଡ଼ି ଅଞ୍ଚଳର ମୋଟ୍‌ ୨୭ ଜଣ ମାଟ୍ରିକ୍‌ ପାସ କରିଛନ୍ତି।  ଏହା ମଧ୍ୟରେ କେବଳ ଗୁହିଆଶାଳ ଗାଁର ୧୯ ଜଣ ଜୁଆଙ୍ଗ ଛାତ୍ରଛାତ୍ରୀ ରହିଛନ୍ତି। 

ପିଲାଏ ଗାଁ ସ୍କୁଲରୁ ଅଷ୍ଟମଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଅନାମଙ୍କ ଦାୟିତ୍ବ ବଢ଼ିଯାଏ। ସଂପୃକ୍ତ ଅଭିଭାବକଙ୍କୁ ସଚେତନ କରାଇ ଛାତ୍ରଛାତ୍ରୀଙ୍କୁ ସାଥୀରେ ନେଇ ସେ ବିଭିନ୍ନ ହାଇସ୍କୁଲ ଓ ହଷ୍ଟେଲରେ ପିଲାମାନଙ୍କ ନାମ ଲେଖାଇଥାନ୍ତି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡ଼ପଳାସପାଳ ପଞ୍ଚାୟତ ନୋଲ ଗାଁରେ ୧୯୯୩ ମସିହାରେ ଅନାମଙ୍କ ଜନ୍ମ। ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ପରେ ସେ କେନ୍ଦୁଝର ରାଙ୍କି ଏକଲବ୍ୟ ମଡେଲ ସ୍କୁଲରୁ ୨୦୦୯ ମସିହାରେ ମାଟ୍ରିକ୍ ପାସ କରିଥିଲେ। ହରିଚନ୍ଦନପୁର ବ୍ରଜବନ୍ଧୁ କଲେଜରୁ ଯୁକ୍ତ ୨ ବିଜ୍ଞାନ ପାସ୍ କରିଥିଲେ। ୨୦୨୧ ମସିହାରେ ସେ ରିମୁଳି ଇଟିଆଇରୁ ସିଟି ପାସ କରିଛନ୍ତି। 

ନଗଡ଼ାରେ କରୋନା ଟିକାକରଣ ଅଭିଯାନ: ଟିକାନେଲେ ୧୫୯ ଜୁଆଙ୍ଗ ଜନଜାତି

ଗତବର୍ଷ ଓଟିଇଟି ପରୀକ୍ଷାରେ ସଫଳ ହୋଇଛନ୍ତି। ଢେଙ୍କାନାଳର ଏକ ଘରୋଇ କଲେଜରୁ ସ୍ନାତକ ଡିଗ୍ରି ଶିକ୍ଷା ପରେ ଏବେ ସ୍ନାତକୋତ୍ତରରେ ସେ ଅଧ୍ୟୟନରତ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବୁଢ଼ାଖମଣ ପଞ୍ଚାୟତ ନଗପଙ୍ଗା ଗାଁର ସବିତା(୨୬) ଭୁବନେଶ୍ବର କିସ୍‌ରୁ ଯୁକ୍ତ ୨ ପାସ କରିଛନ୍ତି। ଢେଙ୍କାନାଳ ଘରୋଇ କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ୨୦୧୫ ମସିହାରୁ ସେ ଏକ ଏନ୍‌ଜିଓରେ ଅଣଆନୁଷ୍ଠାନିକ ଶିକ୍ଷକ ଭାବେ ଗୁହିଆଶାଳରେ କାର୍ଯ୍ୟରତ। ୨୦୧୮ ମସିହା ଜୁନମାସରେ ସେମାନେଙ୍କ ବିବାହ ପରେ ୨ଟି ସନ୍ତାନର ମାଆବାପା ହୋଇ ପାରିବାରିକ ଜଞ୍ଜାଳ ସତ୍ତ୍ବେ ଏହି ଦମ୍ପତି ଅଧ୍ୟୟନରତ ରହିବା ସହ ଜୁଆଙ୍ଗ ଜନଜାତିର ଭବିଷ୍ୟତମାନଙ୍କୁ ହାତଧରି ବାଟ କଢ଼ାଇ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.