ARTICLE AD BOX
ଭୁବନେଶ୍ବର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହଯୋଗିତାରେ ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ସ୍ଥାପନ କରାଯାଇଥିବା ପାଞ୍ଚଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରାଯାଉଛି।
୨୦୨୬-୨୭ ଶିକ୍ଷାବର୍ଷରେ ଖଣି ପାର୍ଶ୍ବବର୍ତ୍ତୀ ଅଞ୍ଚଳର ୧୮୯୩ ଛାତ୍ରଛାତ୍ରୀ ସ୍କୁଲଗୁଡ଼ିକରେ ଆବାସିକ ଶିକ୍ଷା ଗ୍ରହଣ କରୁଛନ୍ତି। କମ୍ପାନିର ସିଏସ୍ଆର୍ ପଦକ୍ଷେପର ଅଂଶ ଭାବେ ଏହି ସ୍କୁଲଗୁଡ଼ିକୁ କୋରାପୁଟର ଜୟପୁର, କେନ୍ଦୁଝରର ଶୁଆକାଟି ଓ ବଡ଼ବିଲ, ସୁନ୍ଦରଗଡ଼ର ରାଉାକେଲା ଓ ଯାଜପୁରର କାଳିଆପାଣିରେ ଖୋଲାଯାଇଛି। ଏହି ସ୍କୁଲଗୁଡ଼ିକରେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସିବିଏସ୍ଇ ଇଂରାଜି ମାଧ୍ୟମ ଶିକ୍ଷା ପ୍ରଦାନ କରାଯାଉଛି।
ଓଡ଼ିଶା ଖଣି ନିଗମର ଦୁଇ ଲୁହାପଥର ଖଣି ଗୁଆଳି ଓ ଜିଲ୍ଙ୍ଗ ଲାଙ୍ଗଲୋଟାରୁ ଉତ୍ପାଦନ ଆରମ୍ଭ
ସ୍କୁଲରେ ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନ ପରୀକ୍ଷାଗାର, ପୁସ୍ତକାଳୟ, ଛାତ୍ରାବାସ, ପୌଷ୍ଟିକ ଆହାର, ସ୍ବାସ୍ଥ୍ୟସେବା, କ୍ରୀଡ଼ା ଓ ଅନ୍ୟାନ୍ୟ ଦକ୍ଷତା ବିକାଶ ସୁବିଧା ରହିଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା, ଆବାସ, ଖାଦ୍ୟ, ପାଠ୍ୟପୁସ୍ତକ, ୟୁନିଫର୍ମ, ଶିକ୍ଷା ସାମଗ୍ରୀ, ସ୍ୱାସ୍ଥ୍ୟସେବା, କ୍ରୀଡ଼ା ଓ ଅନ୍ୟାନ୍ୟ ସହପାଠ୍ୟକ୍ରମ ସୁବିଧାର ସମ୍ପୂର୍ଣ୍ଣ ବ୍ୟୟ ବହନ କରାଯାଉଛି।

52 minutes ago
2


