ARTICLE AD BOX
ଭୁବନେଶ୍ୱର: ଆକାଶ ଏଜୁକେସନାଲ ସର୍ଭିସେସ ଲିମିଟେଡ୍(ଏଇଏସଏଲ) ପକ୍ଷରୁ ଆକାଶ ନ୍ୟାସନାଲ ଟାଲେଣ୍ଟ ହଣ୍ଟ ପରୀକ୍ଷା(ଆନ୍ଥେ)-୨୦୨୬ ଆଜି ଉନ୍ମୋଚିତ ହୋଇଛି। ଆନ୍ଥେ-୨୦୨୬ ପାଇଁ ପଞ୍ଜୀକରଣ ଏବେ ଅଫିସିଆଲ ଆନ୍ଥେ ପୋର୍ଟାଲ ଓ ଦେଶବ୍ୟାପୀ ଆକାଶ ସେଣ୍ଟରଗୁଡ଼ିକ ମାଧ୍ୟମରେ ଖୋଲା ରହିଛି। ୫ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ।
ଏହାର ଅନ୍ଲାଇନ ପରୀକ୍ଷା ଅକ୍ଟୋବର ୨୭ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଏବଂ ଅଫ୍ଲାଇନ ପରୀକ୍ଷା ଅକ୍ଟୋବର ୧୧, ୨୫ ଓ ନଭେମ୍ବର ୧ରେ ଅନୁଷ୍ଠିତ ହେବ ବୋଲି ଏଇଏସ୍ଏଲ୍ର ଏମ୍ଡି ତଥା ସିଇଓ ଚନ୍ଦ୍ର ଶେଖର ଗରିସା ରେଡ୍ଡୀ କହିଛନ୍ତି।
ଶ୍ରୀ ରେଡ୍ଡୀ ଆହୁରି କହିଲେ, ଆନ୍ଥେ ପାଇଁ ଛାତ୍ରଛାତ୍ରୀ ପ୍ରଯୁଜ୍ୟ ମାନଦଣ୍ଡ ଅନୁଯାୟୀ ୧୦୦% ପର୍ଯ୍ୟନ୍ତ ବୃତ୍ତି ପାଇପାରିବେ। ଶୀର୍ଷ ପ୍ରଦର୍ଶନକାରୀଙ୍କ ପାଇଁ ନଗଦ ୨.୫ କୋଟିର ପୁରସ୍କାର ରହିଛି। ନିଟ୍ ୟୁଜି-୨୦୨୬ରେ ଶୀର୍ଷ ୧୦୦ ଜଣଙ୍କ ମଧ୍ୟରେ ଆକାଶର ୪୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୧ ଜଣ ପୂର୍ବରୁ ଆନ୍ଥେ ମାଧ୍ୟମରେ ଯୋଗ୍ୟତା ଅର୍ଜନ କରିଥିଲେ।
Heavy rain: ପ୍ରବଳ ବର୍ଷା ସମ୍ଭାବନା; ଅଗଷ୍ଟ ୧୭ରେ ମୟୂରଭଂଜ, କେନ୍ଦୁଝରରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ
ଜେଇଇ ଆଡ୍ଭାନ୍ସଡ୍ରେ ଟପ୍ ଶହେ ମଧ୍ୟରେ ସ୍ଥାନ ପାଇଥିବା ୧୧ଜଣଙ୍କ ମଧ୍ୟରୁ ୭ ଜଣ ଆନ୍ଥେର ଥିଲେ ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି। ଏହି ଅବସରରେ ଏଇଏସ୍ଏଲ୍ର ଆଞ୍ଚଳିକ ନିର୍ଦ୍ଦେଶକ ଅଜୟ ବାହାଦୁର ସିଂହ, ଇଷ୍ଟ-ଜୋନ୍ର ଉପନିର୍ଦ୍ଦେଶକ ସୂର୍ଯ୍ୟଭାନୁ ସିଂହ, ଶୁଭ୍ରଜିତ୍ ସରକାର, ମନୀଶ ପାତ୍ର, ଜୟଦୀପ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

1 hour ago
2


