ARTICLE AD BOX
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଭାରତ ସରକାର କେଜିରୁ ଉଚ୍ଚଶିକ୍ଷା ପାଠ୍ୟକ୍ରମ ପର୍ଯ୍ୟନ୍ତ ଏନସିଇଆରଟି (ନେସନାଲ କାଉସିଲ ଅଫ୍ ଏଜୁକେସନାଲ ରିସର୍ଚ୍ଚ ଏଣ୍ଡ ଟ୍ରେନିଂ) ବହିରେ ‘ଅଲଚିକି’ ଲିପି ବଦଳରେ ଦେବନାଗରୀ ଛାପିଥିବାରୁ (ଏଆଇଓଏସୟୁ) ସର୍ବଭାରତୀୟ ଅଲଚିକି ଛାତ୍ର ସଂଗଠନ ତୀବ୍ର ବିରୋଧ କରିଛି। ସଂଗଠନର ସଭାପତି ସିରୁ ସୋରେନ, ଉପଦେଷ୍ଟା ନନ୍ଦ କିଶୋର କିସ୍କୁ, ଡ଼କ୍ଟର ମାଝୋ ମୁର୍ମୁ,କାହ୍ନୁ ଚନ୍ଦ୍ର ସୋରେନ, ଦୁର୍ଗା ଟୁଡୁ, ମାଝିଆ ମାର୍ଣ୍ଡି ସହିତ ସାଧାରଣ ସମ୍ପାଦକ ସୀତାରାମ ଟୁଡୁ ଗତ ୯ ଜୁଲାଇ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ନୂଆଦିଲ୍ଲୀର ଟୈତନ୍ଯ ମୁର୍ମୁ, ଲକ୍ଷ୍ମଣ ହାଁସଦାଃ ତଥା ବନାରସର ଧନେଶ୍ବର ହାଁସଦାଃ ପ୍ରମୁଖ ଆର୍ଥକ ସହଯୋଗ କରିଥିଲେ।
ଗତ ୧୩ ଜୁଲାଇ ଏନସିଇଆରଟି ଅଫିସ ଯାଇ ଡାଇରେକ୍ଟଟର ଦୀନେଶ କୁମାର ସାକଲାନି ଓ ଅତିରିକ୍ତ ଡାଇରେକ୍ଟଟର ଡ଼କ୍ଟର ଅମରେନ୍ଦ୍ର ପ୍ରସାଦ ବେହେରାଙ୍କୁ ଦେଖାକରି ଏହାର ଘୋର ବିରୋଧ କରିଥିଲେ ଓ ଦାବିପତ୍ର ଦେଇଥିଲେ ଏବଂ ଅଲଚିକି ଲିପିରେ ହିଁ ବହି ଛାପିବା ପାଇଁ ଅନୁରୋଧ କରିଥିଲେ। ସେ ମଧ୍ୟ ନେତ୍ରମଣ୍ଡଳୀଙ୍କ କଥାକୁ ଅଲଚିକି ଲିପିରେ ବହି ଛାପିବା ପାଇଁ ସହମତି ଜଣାଇଥିଲେ।
ଅଲଚିକି ଶିକ୍ଷକଙ୍କୁ ସ୍ଥାୟୀ କରାଯାଉ: ଶରତ
ତେବେ ସେନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାକୁ ଯାଇ ଭେଟି ପାରିନଥିଲେ। ତେବେ ଆଜି ନେତ୍ରୁମଣ୍ଡଳୀ ନୂଆଦିଲ୍ଲୀରୁ ଆଜି ରାଇରଙ୍ଗପୁର ଫେରିଛନ୍ତି। ତାଙ୍କୁ ରାଇରଙ୍ଗପୁର ବସ୍ଷ୍ଟାଣ୍ଡରେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା। ତାଙ୍କର ଏହି ମହତ କାମ ପାଇଁ ଆଦିବାସୀ ସମାଜର ନେତ୍ରୁ ମଣ୍ଡଳୀଙ୍କୁ ମୁଚିରାମ ହେମ୍ବ୍ରମ, ସାଇବା ସୁଶୀଲ କୁମାର ହାଁସଦାଃ,ମନୋରଞ୍ଜନ ହାଁସଦାଃ,ଦୁର୍ଗା ଚରଣ ମୁର୍ମୁ, ସୁନୀଲ ସୋରେନ, ଭାଗବତ ମାଝୀ, ଇନ୍ଦ୍ର ହାଁସଦାଃ, ମାରାଂଙ୍ଗମୁରୁ ମାଝୀ, ବାରିସା ସୋରେନ ପ୍ରମୁଖ ଜଣାଇଛନ୍ତି।

4 hours ago
1


