Editorial: ପାକିସ୍ତାନର ପୀଡ଼ା!

1 hour ago 1
ARTICLE AD BOX

ସିନ୍ଧୁ ଜଳ ବଣ୍ଟନ ଚୁକ୍ତିରେ ଗୋଟିଏ ସର୍ତ୍ତକୁ ନେଇ ସେମାନେ ନିରବ ମଧ୍ୟ ରହନ୍ତି, ଯାହା କହିଥିଲା ଯେ ପାକିସ୍ତାନ ଭାଗ‌ରେ ପଡ଼ିଥିବା ନଦୀ ତ୍ରୟର ଗତିକୁ ଅବରୋଧ ନ କରି ଭାରତ ଜଳ ବିଦ୍ୟୁତ୍‌ ଉତ୍ପନ୍ନ କରିବାରେ କୌଣସି ଆପତ୍ତି ନାହିଁ; ଅଥଚ, ‘ଇଣ୍ଟରନେସନାଲ କୋର୍ଟ ଅଫ ଆର୍‌ବିଟ୍ରେସନ’ ନିକଟରେ ପାକିସ୍ତାନର ଏ ସଂକ୍ରାନ୍ତ ବରାବର ଅଭିଯୋଗ ହେତୁ ସୱାଲକୋଟ, ରାତ୍‌ଲି ଓ ଉରି ଆଦି ଭଳି ଅନେକ ଜଳ ବିଦ୍ୟୁତ୍‌ ପ୍ରକଳ୍ପକୁ ଗତି ଓ ବେଗ ଦେବା ଭାରତ ପକ୍ଷରେ ସମ୍ଭବ ହେଉ ନାହିଁ, ଯଦ୍ଦ୍ବାରା ପ୍ରକଳ୍ପର ବ୍ୟୟ ଅଟକଳରେ ବୃଦ୍ଧି ଘଟି ଚାଲିଛି। ସୁତରାଂ, ରାଷ୍ଟ୍ରୀୟ ସ୍ବାର୍ଥ ଦୃଷ୍ଟିରୁ ମଧ୍ୟ ଏହି ଚୁକ୍ତିକୁ ସ୍ଥଗିତ ରଖି ଆବଶ୍ୟକ ପରିମାର୍ଜନ ଘଟାଇବା ସମୀଚୀନ ଭଳି ମନେ ହୋଇଥାଏ।

Mining Mafia: ବେଧଡ଼କ ମାଙ୍କଡ଼ା ପଥର ଚୋରି; ପ୍ରଶାସନ ନିଷ୍କ୍ରିୟ

୧୯୬୦ ମସିହାରେ, ଭାରତ ଓ ପାକିସ୍ତାନ ମଧ୍ୟରେ, ସ୍ବାକ୍ଷରିତ ହୋଇଥିବା ସିନ୍ଧୁ ନଦୀ ଜଳ ବଣ୍ଟନ ଚୁକ୍ତି ସଂଦର୍ଭରେ ଭାରତର ଦୃଷ୍ଟିଭଙ୍ଗୀରେ ଘଟିଥିବା ସାଂପ୍ରତିକ ପରିବର୍ତ୍ତନ ଦ୍ବାରା ଉଦ୍‌ବିଗ୍ନ ପାକିସ୍ତାନ ପକ୍ଷରୁ ଗଲା କିଛି ଦିନ ଧରି ଆକ୍ରମଣ, ଏପରିକି ପରମାଣୁ ଆକ୍ରମଣର ଧମକ ପ୍ରଦାନ କରାଯାଉଛି। ଏହା ସୁବିଦିତ ଯେ ଅତ୍ୟନ୍ତ ଜଘନ୍ୟ ପହଲଗାମ ଆତଙ୍କବା‌ଦୀ ଆକ୍ରମଣ ଘଟଣା ପରେ ପ୍ରତିକ୍ରିୟା ସ୍ବରୂପ ଭାରତ ପକ୍ଷରୁ ଏହି ଚୁକ୍ତିକୁ ଅସ୍ବୀକାର କରି ସ୍ଥଗିତ ରଖିବା ନେଇ ଘୋଷଣା କରାଯାଇଥିଲା, ଅର୍ଥାତ୍ ଚୁକ୍ତିରେ ନିହିତ ସର୍ତ୍ତଗୁଡ଼ିକୁ ମାନିବାକୁ ଭାରତ ଦାୟବଦ୍ଧ ନୁହେଁ। ଭାରତରେ ଘଟୁଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ସଂପୃକ୍ତିକୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ସେ ସମୟ‌େର କୁହାଯାଇଥିଲା ଯେ ‘ଜଳ ଏବଂ ରକ୍ତ ଏକା ସାଙ୍ଗରେ ପ୍ରବାହିତ ହେବା ସମ୍ଭବ ନୁହେଁ।’ ଉଲ୍ଲେଖଯୋଗ୍ୟ ଯେ କେବଳ ସିନ୍ଧୁ ଓ ତା’ର ଦୁଇ ଶାଖା ନଦୀ ଝେଲମ ଓ ଚେନାବ ଦ୍ବାରା ଶୁଷ୍କ ପାକିସ୍ତାନ ଆର୍ଦ୍ର-ଶୀତଳ ହୋଇଥାଏ, ଯାହାକୁ ଘେନି ପାକିସ୍ତାନ ନିଜକୁ ପ୍ରକୃତି ଓ ପରିସ୍ଥିତି ଦ୍ବାରା ପୀଡ଼ିତ ଏକ ରାଷ୍ଟ୍ର ରୂପେ ଦର୍ଶାଇ ଅନ୍ତର୍ଜାତୀୟ ସହାନୁଭୂତି ଲାଭ କରିବାରେ ମଧ୍ୟ ସମର୍ଥ ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତର କାର୍ଯ୍ୟାନୁଷ୍ଠାନକୁ ମାନବତା ବିରୋଧୀ ବୋଲି ଅଭିହିତ କରିବାକୁ ପାକିସ୍ତାନ ପଶ୍ଚାତ୍‌ପଦ ହେବନାହିଁ। କିନ୍ତୁ, ଏହି ପ୍ରକରଣରେ ଥିବା ସୂକ୍ଷ୍ମ ବାସ୍ତବତା ଏବଂ ପାକିସ୍ତାନର ଚତୁରତାକୁ ବୁଝିବାକୁ ହେଲେ ଏକ ସ୍ତର ଭେଦୀ ଦୃଷ୍ଟିର ମଧ୍ୟ ଆବଶ୍ୟକତା ରହିଥାଏ। 
ଏଥିରେ ଦ୍ବିରୁକ୍ତି ନାହିଁ ଯେ ଜନସଂଖ୍ୟାରେ ବୃଦ୍ଧି, ତଜ୍ଜନିତ ଜଳ ଚାହିଦାରେ ବୃଦ୍ଧି, ଜଳ ବ୍ୟବହାରର ଧାରାରେ ପରିବର୍ତ୍ତନ ଏବଂ ଜଳବାୟୁ ସଂକଟ ଇତ୍ୟାଦି ଭଳି କାରଣରୁ ଯେ କୌଣସି ନଦୀ ଜଳ ବଣ୍ଟନ ଚୁକ୍ତି ଆବଶ୍ୟକତା ଅନୁସାରେ ସଂସ୍କାର ଓ ସଂଶୋଧନ ଲୋଡ଼ିଥାଏ। ତେଣୁ ପୃଥିବୀର ସମସ୍ତ ନଦୀ ଜଳ ବଣ୍ଟନ ଚୁକ୍ତି ସମୟାନୁବଦ୍ଧ ହୋଇଥାଏ, ଯେମିତି ଭାରତ ଓ ବାଂଲାଦେଶ ମଧ୍ୟରେ ସ୍ବାକ୍ଷରିତ ଗଙ୍ଗା ନଦୀ ଚୁକ୍ତିର ଅବଧି ଥିଲା ତିରିଶ ବର୍ଷ, ଯାହା ଚଳିତ ବର୍ଷ ସଂପୂର୍ଣ୍ଣ ହେବ। ସେହି ଦୃଷ୍ଟିରୁ ଯଦିଓ ସିନ୍ଧୁ ନଦୀ ଜଳ ବଣ୍ଟନ ଚୁକ୍ତିରେ ସମୟ ସୀମାର କୌଣସି ଉଲ୍ଲେଖ ନାହିଁ, ତାକୁ ଚିରନ୍ତନ ଏବଂ ଜନ୍ମଜାତ ଅଧିକାରଭୁକ୍ତ ବୋଲି ଭାବି ନେବା ପାକିସ୍ତାନର ଧୃଷ୍ଟତା ଓ ସାଧାରଣ ଜ୍ଞାନର ଅଭାବ ବ୍ୟତୀତ ଆଉ କିଛି ନୁହେଁ। ପ୍ରକାଶ ଥାଉ କି ତିବ୍ବତରୁ ଉତ୍ପନ୍ନ ଓ ହିମାଳୟ ଦେଇ ପ୍ରବାହିତ ଏହି ନଦୀର ଗତିପଥ ଏହାକୁ ଏକ ଅତ୍ୟନ୍ତ ଜଟିଳ ନଦୀ ବ୍ୟବସ୍ଥା ବା ‘ରିଭର ସିଷ୍ଟମ’ରେ ପରିଣତ କରିଥାଏ। ତା’ ସହିତ ଏହା ମଧ୍ୟ ହେଉଛି ପୃଥିବୀର ବୃହତ୍ତମ ନଦୀ ଅବବାହିକା। ସ୍ବାଧୀନତା ପରେ, ଏହି ନଦୀ ବ୍ୟବସ୍ଥାକୁ ବୁଝିବା ଓ ଆକଳନ କରିବାରେ ଭାରତୀୟ ବିଶେଷଜ୍ଞ ଓ ଯନ୍ତ୍ରୀମାନଙ୍କୁ ଲାଗି ଯାଇଥିଲା ଦୀର୍ଘ ଚାରି ବର୍ଷ, ଅର୍ଥାତ୍‌ ୧୯୪୮ ମସିହାରୁ ୧୯୫୨ ମସିହା ପର୍ଯ୍ୟନ୍ତ, ଏବଂ ଭାଗ ବଣ୍ଟରାର ମୂଲଚାଲରେ ଅତିକ୍ରାନ୍ତ ହୋଇଯାଇଥିଲା ଆହୁରି ଆଠ ବର୍ଷ। ସେ ସମୟରେ ଭାରତୀୟ ବିଶେଷଜ୍ଞ ଓ ଇଂଜିନିଅରଙ୍କ ଦାବି ଥିଲା ଯେ ସିନ୍ଧୁ ଓ ତା’ର ପାଞ୍ଚ ଶାଖା ନଦୀଙ୍କ ଜଳର ବୃହତ୍‌ ଅଂଶ ଭାରତୀୟ କୃଷକଙ୍କ ହିତାର୍ଥେ ବ୍ୟବହୃତ ହେବା ଉଚିତ, କିନ୍ତୁ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ମତାଦର୍ଶରେ ବଦାନ୍ୟତା ଓ ତ୍ୟାଗ ମହତ୍ତ୍ବ ପାଉଥିବାରୁ ଜଳକ୍ଳିଷ୍ଟ ପାକିସ୍ତାନ ସକାଶେ ଉପଲବ୍‌ଧ ହୋଇଥିଲା ସିନ୍ଧୁ, ଝେଲମ ଓ ଚେନାବ ଏବଂ ଭାରତକୁ ମିଳିଥିଲା ରବି, ବ୍ୟାସ ଓ ଶତଦ୍ରୁ ଉପରେ ଅଧିକାର। କିନ୍ତୁ ଜଳ ରାଶିର ପରିମାଣ ଦୃଷ୍ଟିରୁ ପାକିସ୍ତାନ ପାଇଥିଲା ୧୩୫ ନିୟୁତ ଏକର ଫୁଟ ଏବଂ ଭାରତ ତା’ର ପ୍ରାୟ ଏକ-ଚତୁର୍ଥାଂଶ, ଅର୍ଥାତ୍‌ ୩୩ ନିୟୁତ ଏକର ଫୁଟ। କିନ୍ତୁ ବିଡ଼ମ୍ବନାଟି ହେଲା ନଦୀର ଉପର ମୁଣ୍ଡରେ ଥାଇ ତଳ ମୁଣ୍ଡର ଏକ ଶତ୍ରୁଭାବାପନ୍ନ ରାଷ୍ଟ୍ର ପ୍ରତି ଏଭଳି ଔଦାର୍ଯ୍ୟ ପ୍ରଦର୍ଶନର ପୁରସ୍କାର ସ୍ବରୂପ, କୃତଜ୍ଞତା ପରିବର୍ତ୍ତେ, ଭାରତକୁ ପ୍ରାପ୍ତ ହୋଇଛି, ସୀମା ପାର ଆତଙ୍କବାଦର ନିରବଚ୍ଛିନ୍ନ ଧାରା, ଯେଉଁ ପ୍ରେକ୍ଷାପଟରେ ପହଲଗାମ ଘଟଣାରେ ଭାରତର କାର୍ଯ୍ୟାନୁଷ୍ଠାନ ନେଇ ବ୍ୟଥିତ ବା ବିସ୍ମିତ ହେବାର ବିଶେଷ କାରଣ ନ ଥାଏ। 
କେତେକ ଗଣମାଧ୍ୟମରେ ପ୍ରକାଶିତ ହେଲାଣି ଯେ ସିନ୍ଧୁ ଜଳ ବଣ୍ଟନ ଚୁକ୍ତି ବ୍ୟାହତ ହେବା ପରେ ପାକିସ୍ତାନର କେନାଲଗୁଡ଼ିକ ଶୁଖିବା ଆରମ୍ଭ କଲେଣି। କେତେକ ପାକିସ୍ତାନୀ ‘ଥିଙ୍କ ଟ୍ୟାଙ୍କ’ ପକ୍ଷରୁ କୁହାଗଲାଣି ଯେ ସେଠାକାର ବାର୍ଷିକ ମୁଣ୍ଡପିଛା ନଦୀ ଜଳ ବ୍ୟବହାର, ୧୯୫୨ ମସିହାରେ ୫୦୦୦ ଘନ ମିଟର ଥିବା ବେଳେ ସଂପ୍ରତି ତାହା ପହଞ୍ଚିଲାଣି ୧୦୦୦ ଘନ ମିଟରରେ ଏବଂ ଅବିଳମ୍ବେ ତାହା ୫୦୦ ଘନ ମିଟରକୁ ହ୍ରାସ ପାଇବ, ଅର୍ଥାତ୍‌ ଜଳାଭାବ ସ୍ଥିତି ଅତ୍ୟନ୍ତ ଉତ୍କଟ! କିନ୍ତୁ, ସେମାନେ କହି ନ ଥାଆନ୍ତି ଯେ ସ୍ବଳ୍ପ ସଂଖ୍ୟକ ନଦୀବନ୍ଧ ଓ ଦୟନୀୟ କେନାଲ ବ୍ୟବସ୍ଥା ହେତୁ ସେମାନଙ୍କ ଲାଗି ଉପଲବ୍‌ଧ ୩୩୬ ନିୟୁତ ଏକର ଫୁଟ ଜଳରୁ ମାତ୍ର ୩୩% ବ୍ୟବହାରକ୍ଷମ ହୋଇଥାଏ, ଅବଶିଷ୍ଟ ଆରବ ସାଗରକୁ ବହିଯାଏ। ସେମାନେ ଉହ୍ୟ ରଖନ୍ତି ଯେ ପାକିସ୍ତାନୀ ଜଳସେଚନ ପ୍ରକରଣରେ ଅନୁସୃତ ହେଉଥିବା ‘ମାରାବନ୍ଦୀ’ ବ୍ୟବସ୍ଥା ଅନୁସାରେ ନିର୍ଦ୍ଦିଷ୍ଟ ଅଞ୍ଚଳର ଚାଷ ଜମିକୁ ପ୍ରତି ସପ୍ତାହର ଥରେ ଏବଂ ଏକ ନିର୍ଦ୍ଦିଷ୍ଟ ଦିନରେ ଜଳ ପହଞ୍ଚେ; ଜମି ସକାଶେ ଜଳ ଲୋଡ଼ା ଥାଉ ବା ନ ଥାଉ ଏବଂ ଯାହାର ଅର୍ଥ ଜଳ ଅପଚୟ। ସେମାନେ ଏହା ମଧ୍ୟ ହିସାବକୁ ନିଅନ୍ତି ନାହିଁ ଯେ ୧୯୫୨ ତୁଳନାରେ ସାଂପ୍ରତିକ ଜନସଂଖ୍ୟା ୭ ଗୁଣ ବୃଦ୍ଧି ପାଇଥିବା ହେତୁ ମୁଣ୍ଡପିଛା ବ୍ୟବହୃତ ଜଳର ପରିମାଣରେ ହ୍ରାସ ଘଟିବା ସ୍ବାଭାବିକ, ଯାହା ସର୍ବତ୍ର ଘଟୁଛି। ସିନ୍ଧୁ ଜଳ ବଣ୍ଟନ ଚୁକ୍ତିରେ ଗୋଟିଏ ସର୍ତ୍ତକୁ ନେଇ ସେମାନେ ନିରବ ମଧ୍ୟ ରହନ୍ତି, ଯାହା କହିଥିଲା ଯେ ପାକିସ୍ତାନ ଭାଗ‌ରେ ପଡ଼ିଥିବା ନଦୀ ତ୍ରୟର ଗତିକୁ ଅବରୋଧ ନ କରି ଭାରତ ଜଳ ବିଦ୍ୟୁତ୍‌ ଉତ୍ପନ୍ନ କରିବାରେ କୌଣସି ଆପତ୍ତି ନାହିଁ; ଅଥଚ, ‘ଇଣ୍ଟରନେସନାଲ କୋର୍ଟ ଅଫ ଆର୍‌ବିଟ୍ରେସନ’ ନିକଟରେ ପାକିସ୍ତାନର ଏ ସଂକ୍ରାନ୍ତ ବରାବର ଅଭିଯୋଗ ହେତୁ ସୱାଲକୋଟ, ରାତ୍‌ଲି ଓ ଉରି ଆଦି ଭଳି ଅନେକ ଜଳ ବିଦ୍ୟୁତ୍‌ ପ୍ରକଳ୍ପକୁ ଗତି ଓ ବେଗ ଦେବା ଭାରତ ପକ୍ଷରେ ସମ୍ଭବ ହେଉ ନାହିଁ, ଯଦ୍ଦ୍ବାରା ପ୍ରକଳ୍ପର ବ୍ୟୟ ଅଟକଳରେ ବୃଦ୍ଧି ଘଟି ଚାଲିଛି। ସୁତରାଂ, ରାଷ୍ଟ୍ରୀୟ ସ୍ବାର୍ଥ ଦୃଷ୍ଟିରୁ ମଧ୍ୟ ଏହି ଚୁକ୍ତିକୁ ସ୍ଥଗିତ ରଖି ଆବଶ୍ୟକ ପରିମାର୍ଜନ ଘଟାଇବା ସମୀଚୀନ ଭଳି ମନେ ହୋଇଥାଏ। 

IPO: ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ହେଲା ସିଏସ୍‌ଏମ୍ ଟେକ୍ନୋଲୋଜି

କଥିତ ଅଛି ଯେ ୧୯୪୮ ମସିହାରେ ଜାତିସଂଘର ନିରାପତ୍ତା ପରିଷଦରେ ପାକିସ୍ତାନର ଶୁଷ୍କତା, ସେଠାକାର ଚାଷୀମାନଙ୍କ ଅବିମୋଚନୀୟ କଷଣ ଓ ଜଳ ପ୍ରଦାନରେ ପ୍ରକୃତିର ପାତରଅନ୍ତର ନେଇ ପାକିସ୍ତାନର ପ୍ରଥମ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜଫାରୁଲ୍ଲା ଖାଁ ଏଭଳି କରୁଣ ଭାଷଣଟିଏ ଦେଇଥିଲେ ଯେ ଉପସ୍ଥିତ ସଦସ୍ୟଗଣ ନିରବରେ ଅଶ୍ରୁପାତ କରିବାରେ ଲାଗିଥିଲେ। କହିବାର ତାତ୍ପର୍ଯ୍ୟ ହେଲା, ନିଜକୁ ପୀଡ଼ିତ ବୋଲି ଅଭିହିତ କରି ଅପରକୁ ଦୟା ବିଗଳିତ କରିବାର ଅପୂର୍ବ ସାମର୍ଥ୍ୟ ପାକିସ୍ତାନର ଡି.ଏନ.ଏ.ରେ ବିଦ୍ୟମାନ, ଯେଉଁଥି ଲାଗି ଅନ୍ତର୍ଜାତୀୟ ବୁଦ୍ଧିଜୀବୀ ମହଲ, ଥିଙ୍କ ଟ୍ୟାଙ୍କ ଓ ଗଣମାଧ୍ୟମଗୁଡ଼ିକରେ ପାକିସ୍ତାନ ପ୍ରତି ସହାନୁଭୂତିରେ ଅଭାବ ନାହିଁ। ଏହି କାରଣରୁ ଏଠାରେ ସଂଘଟିତ ହେଉଥିବା ଆତଙ୍କବାଦୀ ଉତ୍ପାତରେ ପାକିସ୍ତାନର ଭୂମିକା ନେଇ ଭାରତର ସପ୍ରମାଣ ଦାବି ଅନେକ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସକାଶେ ବିଶ୍ବାସଯୋଗ୍ୟ ହୋଇ ନ ଥାଏ! ଏଭଳି ସ୍ଥଳେ ଭାରତର କାର୍ଯ୍ୟାନୁଷ୍ଠାନ, ପାକିସ୍ତାନର ଯୁଦ୍ଧ ଧମକ ଏବଂ ଭାରତର ପ୍ରତ୍ୟୁତ୍ତର ଇତ୍ୟାଦି ଠାରୁ ଯାହା ଅଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ସିନ୍ଧୁ ଜଳ ବଣ୍ଟନ ଚୁକ୍ତିରେ ସମୟାନୁସାରୀ ସଂ‌େଶାଧନର ପ୍ରୟୋଜନ ନେଇ ବା ଭାରତକୁ ଅସ୍ଥିର କରି ରଖିବା‌େର ପାକିସ୍ତାନର ଦୁରଭିସନ୍ଧିକୁ ସର୍ବ-ସ୍ବୀକାର୍ଯ୍ୟ କରିବା ନେଇ ସକ୍ଷମ ଓ ସଫଳ ବ୍ୟାଖ୍ୟାନ ସୃଷ୍ଟିର ପଥିକୃତ୍‌ ଉଦ୍ୟମ। ପୃଥିବୀର ହୃଦ୍‌ବୋଧ ହେବା ଆବଶ୍ୟକ ଯେ ପାକିସ୍ତାନ ପୀଡ଼ିତ ନୁହେଁ, ବରଂ ଏକ ପୀଡ଼କ ରାଷ୍ଟ୍ର।

Read Entire Article
LEFT SIDEBAR AD

Hidden in mobile, Best for skyscrapers.