ARTICLE AD BOX
ନୂଆଦିଲ୍ଲୀ: ଭାରତର ଅର୍ଥନୀତିର ଆକାର ଆସନ୍ତା ୨୦୨୮-୨୯ ଆର୍ଥିକବର୍ଷରେ ୫ ଟ୍ରିଲିଅନ ଡଲାର ବା ୫ ଲକ୍ଷ କୋଟି ଡଲାର ଅତିକ୍ରମ କରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ପୂର୍ବରୁ ଆକଳନ କରିଛି। ଏହି ମାଇଲଖୁଣ୍ଟ ହାସଲ ପାଇଁ ସରକାର ଏକ ରଣନୀତି ଗ୍ରହଣ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ ଆଜି ରାଜ୍ୟସଭାରେ କହିଛନ୍ତି।
ଏକ ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି, ଆଇଏମ୍ଏଫ୍ ଦ୍ବାରା ପ୍ରକାଶିତ ବିଶ୍ବ ଅର୍ଥନୈତିକ ଦୃଶ୍ୟପଟ ତଥ୍ୟାବଳୀ (ଏପ୍ରିଲ ୨୦୨୬) ରିପୋର୍ଟରେ ୨୦୨୮-୨୯ ଆର୍ଥିକବର୍ଷ ସୁଦ୍ଧା ଭାରତର ଅର୍ଥନୀତିର ଆକାର ୫.୧ ଟ୍ରିଲିଅନ ଡଲାର ପାଖାପାଖି ପହଞ୍ଚିବ ବୋଲି ଆକଳନ କରାଯାଇଛି।
ସେନା ପାଖରେ ଅର୍ଥର ଅଭାବ ନାହିଁ, କିଣିପାରିବେ ଆଧୁନିକ ଅସ୍ତ୍ରଶସ୍ତ୍ର: ପ୍ରତିରକ୍ଷା ମନ୍ତ୍ରୀ ନୀର୍ମଳା ସୀତାରମଣ
କୃଷି ଉତ୍ପାଦକତା ବୃଦ୍ଧି, ବିନିର୍ମାଣକୁ ପ୍ରୋତ୍ସାହିତ କରିବା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଗୁଡ଼ିକୁ ସହାୟତା ଦେବା, ଭିତ୍ତିଭୂମି ସଂପ୍ରସାରଣ କରିବା, ଲଜିଷ୍ଟିକ୍ସ ଓ ବ୍ୟବସାୟ ପାଇଁ ବାତାବରଣରେ ଉନ୍ନତି ଆଣିବା, ଆୟକର ଓ ଜିଏସ୍ଟି ସଂସ୍କାର ଜରିଆରେ ଟିକସ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା, ନବସୃଜନ ଏବଂ ଡିଜିଟାଲାଇଜେସନ୍କୁ ପ୍ରୋତ୍ସାହିତ କରିବା, ମାନବ ସମ୍ବଳକୁ ମଜଭୁତ କରିବା ଏବଂ ଶକ୍ତି ସୁରକ୍ଷାକୁ ନିଶ୍ଚିତ କରିବା ଭଳି ରଣନୀତିକୁ ସରକାର ଆପଣାଇଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

1 hour ago
1


