Eco-friendly library: ପରିବେଶ-ଅନୁକୂଳ ପାଠାଗାର

5 days ago 6
ARTICLE AD BOX

ପାଠାଗାର କେବଳ ନିରବତା ଭିତରେ ବହି ପଢ଼ିବାର ସ୍ଥାନ ନୁହେଁ, ଏହା ଜ୍ଞାନ, ଚିନ୍ତା ଓ ସଚେତନତାର ଏକ ସ୍ଥାନ। ଏଠାରେ ବହିର ପୃଷ୍ଠାରୁ ନୂଆ ଚିନ୍ତା ଜନ୍ମନିଏ, ପରିବେଶ ସୁରକ୍ଷାର ବାର୍ତ୍ତା ମଧ୍ୟ ସମାଜରେ ପହଞ୍ଚିପାରେ। ଅନାବଶ୍ୟକ ବିଦ୍ୟୁତ୍ ବ୍ୟବହାର କମାଇବା, କାଗଜର ପୁନଃବ୍ୟବହାର କରିବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ପାଣି ସଞ୍ଚୟ କରିବା ଓ ଗଛ ଲଗାଇବା ଭଳି ଛୋଟ ଛୋଟ ପ୍ରୟାସଗୁଡ଼ିକ ମିଶି ଏକ ସ୍ୱଚ୍ଛ, ସବୁଜ ଓ ସୁସ୍ଥ ପରିବେଶ ଗଢ଼ିପାରେ। ତେଣୁ, ଆସନ୍ତୁ ଆମ ପାଠାଗାରକୁ ଏକ ସୁନ୍ଦର ସବୁଜ ପାଠାଗାରରେ ପରିଣତ କରିବା।

Conference: ଆଜି ଏଏନ୍‌ଟିଏଫ୍ ମୁଖ୍ୟମାନଙ୍କ ୩ୟ ସମ୍ମିଳନୀ ଉଦ୍‌ଘାଟନ କରିବେ ଅମିତ ଶାହ

l ଆବଶ୍ୟକ ନଥିଲେ ଏଠାରେ ଲାଇଟ୍, ଫ୍ୟାନ୍‌, ଏସି, କମ୍ପ୍ୟୁଟର ଓ ଅନ୍ୟ ବିଦ୍ୟୁତ୍ ଉପକରଣ ବନ୍ଦ କରିବା ଉଚିତ। ଏହାଦ୍ୱାରା ବିଦ୍ୟୁତ୍ ଅପଚୟ କମିବ।
l ଦିନବେଳେ ସ୍କାଏଲାଇଟ୍‌ ଦେଇ ଆସୁଥିବା ପ୍ରାକୃତିକ ସୂର୍ଯ୍ୟାଲୋକ ବ୍ୟବହାର କରିବା ଉଚିତ। ଏହାଦ୍ୱାରା ଲାଇଟ୍ ବ୍ୟବହାର କମିବ ଏବଂ ବିଦ୍ୟୁତ୍ ସଞ୍ଚୟ ହେବ।
l ଆବଶ୍ୟକ ହେଲେ ପ୍ରିଣ୍ଟ୍‌ ଓ ଫଟୋକପି କରିବା ଉଚିତ। କାଗଜର ଦୁଇ ପାର୍ଶ୍ୱ ବ୍ୟବହାର କରିବା ଏବଂ ପୁରୁଣା କାଗଜକୁ ପୁନଃଚକ୍ରଣ କରିବା ଦରକାର।
l ପାଠକମାନଙ୍କୁ ଇ-ବୁକ୍, ଇ-ଜର୍ନାଲ୍ ଓ ଅନଲାଇନ୍ ଶିକ୍ଷା ସାମଗ୍ରୀ ବ୍ୟବହାର ପାଇଁ କହିବା ଉଚିତ। 
l ଏକଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ କପ୍, ବୋତଲ ଓ ବ୍ୟାଗ୍ ବ୍ୟବହାର କମାଇବା ଉଚିତ। ଏହା ବଦଳରେ ଷ୍ଟିଲ୍ ବୋତଲ, ପୁନଃବ୍ୟବହାରଯୋଗ୍ୟ କପ୍ ଓ କପଡ଼ା ବ୍ୟାଗ୍ ବ୍ୟବହାର କରାଯାଇପାରେ।

Karam festival: କୁଡୁମି ସମାଜର କରମ ପରବ ଉପଲକ୍ଷେ ଝୁମର ଆସର

l କାଗଜ, ପ୍ଲାଷ୍ଟିକ୍ ଓ ଅନ୍ୟ ଆବର୍ଜନା ପାଇଁ ଅଲଗା ଡଷ୍ଟବିନ୍ ରଖିବା ଉଚିତ। ସମସ୍ତଙ୍କୁ ଆବର୍ଜନା ଠିକ୍ ସ୍ଥାନରେ ପକାଇବା ପାଇଁ ସଚେତନ କରିବା ଦରକାର।
l ପାଠାଗାର ଭିତରେ ମଧ୍ୟ କିଛି ଇନଡୋର୍ ପ୍ଲାଣ୍ଟ ରଖାଯାଇପାରେ।
l ଏଠାରେ ପାଣି ଅପଚୟ କରିବା ଉଚିତ ନୁହେଁ। ବ୍ୟବହାର ପରେ ଟ୍ୟାପ୍ ବନ୍ଦ କରିବା ଏବଂ ପାଣି ଲିକ୍ ହେଲେ ଶୀଘ୍ର ମରାମତି କରିବା ଦରକାର।
l ପାଠକ ଓ କର୍ମଚାରୀମାନେ ସମ୍ଭବ ହେଲେ ସାଇକେଲ୍ କିମ୍ବା ଗଣ ପରିବହନ ବ୍ୟବହାର କରିବା ଉଚିତ।
l ପାଠାଗାରରେ ପରିବେଶ ସୁରକ୍ଷା ବିଷୟରେ ପୋଷ୍ଟର, ପୁସ୍ତକ ପ୍ରଦର୍ଶନୀ, ଆଲୋଚନାଚକ୍ର ଓ ସଚେତନତା କାର୍ଯ୍ୟକ୍ରମ କରାଯାଇପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.