ARTICLE AD BOX
ଲେହ ଏବଂ ଲଦାଖରେ ଆଜି ସକାଳୁ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ଗୁରୁବାର ସକାଳ ୬:୫ରେ ଲଦାଖର ଲେହରେ ରିକ୍ଟର ସ୍କେଲରେ...
Earthquake Photograph: (sambad.in)ଶ୍ରୀନଗର: ଲେହ ଏବଂ ଲଦାଖରେ ଆଜି ସକାଳୁ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ଗୁରୁବାର ସକାଳ ୬:୫ରେ ଲଦାଖର ଲେହରେ ରିକ୍ଟର ସ୍କେଲରେ ୫.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୋର ସକାଳୁ ପୃଥିବୀ ଥରିବା କାରଣରୁ ଲୋକେ ଭୟଭୀତ ହୋଇଯାଇଥିଲେ। ଲୋକମାନେ ଭୟରେ ଘର ଭିତରକୁ ବାହାରି ବାହାରକୁ ପଳାୟନ କରିଥିଲେ। ତେବେ ରିପୋର୍ଟ ଲେଖାଯିବା ବେଳକୁ କୌଣସି କ୍ଷୟକ୍ଷତିର ସୂଚନା ହସ୍ତଗତ ହୋଇ ନାହିଁ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
5


