Earth Again Conference 2026: ‘ସିଭିଲ୍ ସୋସାଇଟି ପଞ୍ଚାୟତ ସହ ମିଶି ଦୀର୍ଘସ୍ଥାୟୀ ବ୍ୟବସ୍ଥା ତିଆରି କରିବା ଦରକାର’

39 minutes ago 2
ARTICLE AD BOX

ଭୁବନେଶ୍ବର: ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନରେ ଶନିବାର ବ୍ୟାକ୍‌ ଟୁ ଭିଲେଜର ମୁଖ୍ୟ ପରିଚାଳନା ଅଧିକାରୀ ଅଭିମୁକ୍ତେଶ ଭରଦ୍ବାଜ କହିଛନ୍ତି, ପଞ୍ଚାୟତଗୁଡ଼ିକୁ କେବଳ ଏକ କାର୍ଯ୍ୟାନ୍ୱୟନ ଏଜେନ୍ସି ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ। ଅନେକ କ୍ଷେତ୍ରରେ ସଂସ୍ଥାଗତ ଢାଞ୍ଚା ଓ ସମ୍ବଳ ଉପଲବ୍ଧ ଥାଏ।ଲୋକମାନେ ପରସ୍ପରଠାରୁ ଶିଖିବା ଓ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ଏସବୁ ଜରୁରୀ ଅଟେ।

ଦୈନିକ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍‌କେସିଜି ସଭାଗୃହରେ ଅଭିମୁକ୍ତେଶ କହିଛନ୍ତି, ସରକାରୀ ଶାସନ ବ୍ୟବସ୍ଥାରେ କିଛି ନିୟମ ଗୋଟିଏ ପଞ୍ଚାୟତରୁ ଅନ୍ୟ ପଞ୍ଚାୟତକୁ ସ୍ଥାନାନ୍ତରିତ ହୋଇଥାଏ। କିନ୍ତୁ କିଛି ବିଷୟରେ ନିରନ୍ତରତା ବଜାୟ ରଖିବା ଜରୁରୀ ଅଟେ।  ସିଭିଲ୍ ସୋସାଇଟି ସଂଗଠନଗୁଡ଼ିକ ପଞ୍ଚାୟତ ସହିତ ମିଶି କାମ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିପାରିବେ। ଏହି ସଂଗଠନଗୁଡ଼ିକ ପ୍ରଶାସନିକ ସ୍ତରରେ ସାହାଯ୍ୟ ରଖିବାରେ ସାହାଯ୍ୟ କରିଥାନ୍ତି।

ସରକାର କେବଳ ସହଯୋଗୀ ଭାବେ କାର୍ଯ୍ୟ କରିବେ

ସେ କହିଛନ୍ତି, ଯେକୌଣସି ପଦକ୍ଷେପ ବା ମଡେଲକୁ ବ୍ୟାପକ ସ୍ତରରେ ବିସ୍ତାର କରିବାକୁ ହେଲେ ୪ଟି ଜିନିଷ ଦରକାର ଅନ୍ୟତ୍ର ବ୍ୟବହାର ଉପଯୋଗୀ ମଡେଲ, ସାଂସ୍ଥାନିକ ଢାଞ୍ଚା, ପର୍ଯ୍ୟାପ୍ତ ସମ୍ବଳ ଏବଂ ସ୍ଥାନୀୟ ଲୋକଙ୍କ ନିଜସ୍ୱ ମାଲିକାନା ଭାବ। ପଞ୍ଚାୟତଗୁଡ଼ିକ କେବଳ ସରକାରୀ ସହାୟତା ଉପରେ ନିର୍ଭର ନକରି ନିଜସ୍ୱ ଉଦ୍ୟମିତା ବିକାଶ କରିବା ଉଚିତ, ଯେଉଁଥିରେ ସରକାର କେବଳ ଜଣେ ସହଯୋଗୀ ଭାବେ କାର୍ଯ୍ୟ କରିବେ। ସରପଞ୍ଚ ବା ପଞ୍ଚାୟତ ପ୍ରତିନିଧି ବଦଳିଲେ ଯେପରି ବିକାଶ କାର୍ଯ୍ୟ ଅଟକି ନଯାଏ, ସେଥିପାଇଁ ସିଭିଲ୍ ସୋସାଇଟି ପଞ୍ଚାୟତ ସହ ମିଶି ଏକ ଦୀର୍ଘସ୍ଥାୟୀ ବ୍ୟବସ୍ଥା ତିଆରି କରିବା ଦରକାର।

Earth Again Conference 2026: ‘ମିଲେଟ ମିସନ ଓଡ଼ିଶାର ଗ୍ରାମାଞ୍ଚଳରେ ପହଞ୍ଚିପାରିଛି’

Read Entire Article
LEFT SIDEBAR AD

Hidden in mobile, Best for skyscrapers.