Earth Again Conference 2026: ସାମୂହିକ ସହ ବ୍ୟକ୍ତିଗତ ଉଦ୍ୟମ ରହିଲେ ସଫଳ ହୋଇ ପାରିବା: ସୌମ୍ୟ ରଂଜନ

3 hours ago 2
ARTICLE AD BOX

ଭୁବନେଶ୍ବର: ପରିବେଶର ସୁରକ୍ଷା ପାଇଁ ସାମୂହିକ ଉଦ୍ୟମ ସତ୍ତ୍ୱେ ଯଦି ପ୍ରକୃତି ପାଇଁ ଆମର ବ୍ୟକ୍ତିଗତ ଉଦ୍ୟମ ନରହେ ତେବେ ଏହା ସଫଳ ହୋଇ ପାରିବା ନାହିଁ। ଆମେ ଯେଉଁ ସଂକଳ୍ପ ନେଉଛେ ତାହା ଆମ ଆଚରଣରେ ପ୍ରତିପାଦିତ ହେବା ଉଚିତ। ପୁନଶ୍ଚ ପୃଥିବୀ ସମ୍ମିଳନୀ-୨୦୨୬ରେ ଉଦ୍‌ବୋଧନ ଦେଇ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ଏହା କହିଛନ୍ତି। 

ଶ୍ରୀ ପଟ୍ଟନାୟକ କହିଛନ୍ତି, ବିକାଶର ଅର୍ଥ ହେଲା ବିନାଶ ପାଇଁ ବାଟ ଖୋଲିଯିବା। ତେଣୁ ଆମେ ଚିନ୍ତା କରିବା, କେମିତି କମ୍ ବିନାଶ ଦ୍ୱାରା ଆମର ବିକାଶ ହୋଇପାରିବ। ନିର୍ବାଚନ କରେଇ ଏମାନଙ୍କ ଭିତରେ ନେତୃତ୍ବ ବିକାଶ କରିପାରିବା।  

ଉଦାହରଣ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ୨୦ ବର୍ଷ ପୂର୍ବରୁ ଭୁବନେଶ୍ବରରେ ଏକ ପରୀକ୍ଷାମୂଳକ ଭାବେ ଆମେ ଏକ ପରିବେଶ ସୁରକ୍ଷାମୂଳକ କାର୍ଯ୍ୟକ୍ରମ କରିଥିଲୁ। ଏହି କ୍ରମରେ ପ୍ରତ୍ୟେକ ଘରକୁ ୨ଟି ଗଛ ଦିଆଯାଇଥିଲା। ଭୁବନେଶ୍ବରର ୧ ଲକ୍ଷ ଘରକୁ ୨ ଲକ୍ଷ ଫଳନ୍ତି ଗଛ ଦିଆଯାଇଥିଲା। ମୁଁ ଯେଉଁ ସ୍ଥାନରେ ଫଳନ୍ତି ଗଛ ଲଗାଇଥିଲି, ତିନି ବର୍ଷ ପରେ ତାହା ନଥିଲା। ତିନି ବର୍ଷ ପରେ ଯିଏ ହିରୋ ହଣ୍ଡା ଚଳାଉଥିବା ବ୍ୟକ୍ତି ମାରୁତି କାର କିଣିଥିଲେ। କାରକୁ ରଖିବା ପାଇଁ ତେଣୁ ତୁଳସୀ ଚଉରା ଏବଂ ମୁଁ ଲଗାଇଥିବା ଗଛଟି ବଳି ପଡ଼ିଥିଲା। ତେଣୁ ଆମେ ଯେଉଁ ସଂକଳ୍ପ ନେଇଛେ, ତାକୁ ଚରିଥାର୍ଥ କରିବା ପାଇଁ କାର୍ଯ୍ୟରେ ପରିଣତ କରିପାରିବା। ତେଣୁ ‘କାଲି ପାଇଁ ଥିବା କାମ ଆଜି’ କରିଦେବା।  

ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ସମାରୋହର ଅଧିବେଶନରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଦୈନିକ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ମଞ୍ଚାସୀନ ଅଛନ୍ତି। 

ଏହି ତିନି ଦିବସୀୟ ସମାରୋହ ଉତ୍କଳ ବିଶ୍ବବିଦ୍ୟାଳୟର ୨ଟି ହଲ୍‌ (ସଭାଗୃହ)ରେ ପରିଚାଳିତ ହେଉଛି। ମୁଖ୍ୟ ସଭାଗୃହରେ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ରହିଛି, ଯେଉଁଠି ପରିବେଶର ବିକାଶକୁ ନେଇ ବିଭିନ୍ନ ଅଧିବେଶନ ପରିଚାଳିତ ହେଉଛି। ସେହିପରି ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସଭାଗୃହରେ ବିପର୍ଯ୍ୟୟ ମୁକାବିଲା ସଂପର୍କିତ ଅଧିବେଶନଗୁଡ଼ିକର ଆୟୋଜନ ହେଉଛି। 

ସମାରୋହରେ ରାଜ୍ୟ, ଦେଶ ଏବଂ ବିଦେଶରୁ ଜଳବାୟୁ ସଂପର୍କିତ ଗଭୀର ଜ୍ଞାନ ଥିବା ବିଶେଷଜ୍ଞମାନେ ଯୋଗ ଦେଇ ଉଦ୍‌ବୋଧନ ଦେଉଛନ୍ତି। ଅତିଥିମାନେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନର କାରଣ, ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର କାରଣ, ପୃଥିବୀର ସୁରକ୍ଷା, ସବୁଜ ପୃଥିବୀ ସଂପର୍କରେ ବିଭିନ୍ନ ଅଧିବେଶନ ମାଧ୍ୟରେ ନିଜର ବକ୍ତବ୍ୟ ରଖିବେ ଏବଂ ଆଲୋଚନା କରିବେ। ସେହିପରି କାର୍ଯ୍ୟକ୍ରମରେ ପରିବେଶବିତ୍‌, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଯୋଗଦେଉଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.