ARTICLE AD BOX
ଭୁବନେଶ୍ବର: ଦୈନିକ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମ ଦ୍ବିତୀୟ ଦିନରେ ଶନିବାର ଜାରି ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍କେସିଜି ସଭାଗୃହରେ ଆୟୋଜିତ ଏମ ସ୍ବତନ୍ତ୍ର ଅଧିବେଶନରେ ୱାସାନ୍ର ନିର୍ଦ୍ଦେଶକ ସବ୍ୟସାଚୀ ଦାସ ଏହି ଅବସରରେ କହିଛନ୍ତି, ଓଡ଼ିଶାରେ ମିଲେଟ୍ସ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କରାଯାଇଥିବା କାର୍ଯ୍ୟର ଅଭିଜ୍ଞତାକୁ ନେଟୱାର୍କ ସଂଯୋଜକ ଭାବରେ ବିଭିନ୍ନ ସ୍ଥାନରେ ପ୍ରୟୋଗ କରାଯାଇଛି। ଏହି କାର୍ଯ୍ୟଗୁଡ଼ିକ ମାଧ୍ୟମରେ ପଞ୍ଚାୟତଗୁଡ଼ିକୁ ଏକ ସ୍ମାର୍ଟ, ସ୍ୱାବଲମ୍ବୀ ଓ ଦୃଢ଼ ପଞ୍ଚାୟତ ଭାବରେ ଗଢ଼ି ତୋଳାଯାଇପାରିବ। ମାଟି, ପାଣି, ଖେତି, ପଶୁପାଳନ ଏବଂ ବଣଜଙ୍ଗଲ...ଏହି ପାଞ୍ଚଟି ମୁଖ୍ୟ ବିଷୟ ଉପରୋନ୍ତ କାମ କରାଯାଉଛି। ଗ୍ରାମାଞ୍ଚଳରେ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା କମ୍ୟୁନିଟିକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ମିଳିପାରିବ।
ଅଭିଜ୍ଞତା ଏବଂ ବୁଝାମଣା ଆଧାରରେ ଆଲୋଚନା
ସବ୍ୟସାଚୀ କହିଛନ୍ତି, ମାଲକାନଗିରି ଜିଲ୍ଲାରୁ ମିଲେଟ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଯେଉଁଠାରେ ପଞ୍ଚାୟତ ଓ କୃଷକମାନଙ୍କ ସହ ମିଶି କାମ କରାଯାଇଥିଲା। ପଞ୍ଚାୟତରେ ସ୍ଥିରତା ବୃଦ୍ଧି ପାଇଁ ମିଲେଟ୍ ଏକ ସମାଧାନ ଭାବରେ ବିବେଚନା କରାଯାଇଥିଲା। ଏହି ଅଭିଜ୍ଞତା ଏବଂ ବୁଝାମଣା ଆଧାରରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ସରକାରୀ ବ୍ୟବସ୍ଥା ସହିତ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ରାଜ୍ୟର ଅନେକ ଜିଲ୍ଲା, ବ୍ଲକ୍ ଓ ଗ୍ରାମାଞ୍ଚଳରେ ପହଞ୍ଚିପାରିଛି। ଏଥିରେ ମହିଳାମାନଙ୍କର କଠିନ ପରିଶ୍ରମ ଯୋଗୁଁ ମିଲେଟ୍ ବଞ୍ଚି ରହିପାରିଛି ଓ ସେମାନେ ଏହାକୁ ସଂରକ୍ଷଣ କରିଛନ୍ତି।
Earth Again Conference 2026: ‘କମ୍ୟୁନିଟିର ଆବଶ୍ୟକତା ଅନୁଯାୟୀ ଟେକ୍ନୋଲୋଜି ବ୍ୟବହାର କରାଯାଇପାରିବ’

37 minutes ago
1


