Earth Again Conference 2026: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‌କି ବାତ୍‌’ରେ ଡେବ୍ରିଗଡ଼ କଥା ଉଲ୍ଲେଖ କରିଛନ୍ତି: ଈରାଶିଷ ଆଚାର୍ଯ୍ୟ

43 minutes ago 2
ARTICLE AD BOX

ଭୁବନେଶ୍ବର: ‘ସମ୍ବାଦ ଓ କନକ ନ୍ୟୁଜ୍‌’ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ପୁନଶ୍ଚ ପୃଥିବୀ’ର ତୃତୀୟ ସଂସ୍କରଣ‌ର ଆଜି ହେଉଛି ଦ୍ବିତୀୟ ଦିନ। ଆଜି ଏହି କାର୍ଯ୍ୟକ୍ରମରେ ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ, ଆକାଶ ଦାସନାୟକ, କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତା, ଅଶୋକ ଦାସ ଓ ବିଧାୟିକା ସୋଫିଆ ଫିରଦୋସ୍ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଏହାଛଡ଼ା କର୍ଣ୍ଣାଟକର ବିଧାୟକ ଦର୍ଶନ ପୁଟ୍ଟନୈୟା କିନ୍ତୁ ଯୋଗ ଦେଇପାରିନାହାନ୍ତି। ସେ ଏକ ଭିଡିଓ ଜରିଆରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। Socratus ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବଜିତ ମିତ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଭୋଟ ବ୍ୟବସ୍ଥାକୁ ବା ମତଦାନକୁ ପ୍ରଭାବିତ କରିବ କି? ଏହି ପ୍ରସଙ୍ଗରେ ଆଲୋଚନାରେ ନିଜର ମତ ରଖିଛନ୍ତି ବିଧାୟକ।

ଏଥିରେ ଭଟଲି ବିଧାୟକ ଈରାଶିଷ ଆଚାର୍ଯ୍ୟ କହିଛନ୍ତି, ଜଳବାୟୁର ପରିବର୍ତ୍ତନ ମତଦାନ ପ୍ରକ୍ରିୟାରେ ପ୍ରଭାବ ପକାଇଥାଏ, ତାହା ନହେଲେ ଏଠାରେ ୭ଜଣ ବିଧାୟକ ଉପସ୍ଥିତ ନଥାନ୍ତେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍‌କି ବାତ୍‌ରେ ଡେବ୍ରିଗଡ଼ କଥା ଉଲ୍ଲେଖ କରିନଥାନ୍ତେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଥିଲାଗି ‘ଏକ୍ ପେଡ୍ ମାକେ ନାମ୍’ର କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି। ବିଜେପି ସରକାର ଆସିବାର ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ବନୀକରଣ ବୃଦ୍ଧି ପାଇଛି।   

ବାଇକ୍ ରାଲି ପରିବର୍ତ୍ତେ ସାଇକେଲ ରାଲି କରିଥିଲେ

ସେ ଆହୁରି କହିଛନ୍ତି, ଗତକାଲି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମୋ ନିର୍ବାଚନ ମଣ୍ଡଳୀର ପାଣିମୋରା ଗାଁରେ ପ୍ରଦୂଷଣ ହ୍ରାସ କରିବା ଲାଗି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବାଇକ୍ ରାଲି ପରିବର୍ତ୍ତେ ସାଇକେଲ ରାଲି କରିଥିଲେ। ଶହେଜଣ ଯୁବକ ସାଇକେଲରେ  ଗାଁରୁ ବାହାରିଥିଲେ। ଏଇଥିରୁ ଜଣାପଡ଼ୁଛି, ପ୍ରକୃତିର ସୁରକ୍ଷା ଲାଗି ଲୋକେ ସଚେତନ ହେଲେଣି। ପୁନଶ୍ଚ ପୃଥିବୀ ଭଳି ବିରଳ କାର୍ଯ୍ୟକ୍ରମ ହାତକୁ ନେଇଥିବା ଲାଗି ମୁଁ ସମ୍ବାଦ ଗ୍ରୁପ୍‌କୁ ଧନ୍ୟବାଦ ଦେଉଛି।

ଏଣେ କୋରେଇ ବିଧାୟକ ଆକାଶ ଦାସନାୟକ କହିଛନ୍ତି, ଏବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମ ଘର ଦୁଆରେ ପହଞ୍ଚି ଗଲାଣି। ମୋ ବିଧାୟକ ଜିତିବାର ଏକ ବଡ଼ କାରଣ ହେଉଛି ଗଛ। ମୁଁ ମିଶନ ସବୁଜ କୋରେଇ ଆରମ୍ଭ କଲି। ମୁଁ ୧ ଲକ୍ଷ ଫଳ ଗଛ ଲଗେଇଲି। ଗୋଟେ ଲିଫଲେଟ ଛାପିଲି, ଏହା ରାଜନୈତିକ କାର୍ଯ୍ୟକ୍ରମ ନଥିଲା, ସମ୍ପୂର୍ଣ ଭାବରେ ସାମାଜିକ କାର୍ଯ୍ୟକ୍ରମ ଥିଲା। ଏବେ ଆମେ ଯେଉଁ ଗଛ ଲଗାଇଥିଲୁ, ତାହା ବଡ଼ ହୋଇ ଗଲାଣି, ଫଳ ଫଳିଲାଣି, ଅନ୍ୟ ଜିଲ୍ଲାରେ ମଧ୍ୟ ଆମେ ସେଇ କାର୍ଯ୍ୟକ୍ରମ କରିବୁ। ଗ୍ରାଉଣ୍ଡ ୱାଟର ସମସ୍ୟା ଆଗାମୀ ଦିନରେ ରାଜ୍ୟ ପାଇଁ ସମସ୍ୟା ହେବ। ମୁଁ ଏହା ବିଧାନସଭାରେ ଉଠେଇଛି।

Earth Again Conference 2026: ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆଗାମୀ ୫୦ ବର୍ଷର ପ୍ରସ୍ତୁତି କରୁଛନ୍ତି ସରକାର: ମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.