Earth Again Conference 2026: ପୁନଶ୍ଚ ପୃଥିବୀ କେବଳ ରାଜଧାନୀରେ ସୀମିତ ହୋଇ ରହିନାହିଁ, ଏହା ଓଡ଼ିଶାର ଗାଁ ଗାଁକୁ ବ୍ୟାପି ଗଲାଣି: ସୂର୍ଯ୍ୟବଂଶୀ ସୁରଜ

3 hours ago 2
ARTICLE AD BOX

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ପୁନଶ୍ଚ ପୃଥିବୀ କେବଳ ରାଜଧାନୀରେ ସୀମିତ ହୋଇ ରହିନାହିଁ, ଏହା ଓଡ଼ିଶାର ଗାଁ ଗାଁକୁ ବ୍ୟାପି ଗଲାଣି। ପ୍ରକୃତି ପ୍ରତି ସମ୍ବେଦନଶୀଳତା କାରଣରୁ ଏହା ସମ୍ଭବ ହୋଇଛି। ଗଛର ଆମେ ଯେତେବେଳେ ଯତ୍ନ ନେଉଁ ନାହାଁନ୍ତି, ଜାଣନ୍ତୁ ଆମେ ଗଛଟିକୁ ଗାଳି ଦେଉଛନ୍ତି ଓ ତାକୁ ମୃତ୍ୟୁବରଣ କରିବାକୁ ଛାଡ଼ି ଦେଉଛନ୍ତି। ଓଡ଼ିଶାରେ ଚଳିତ ବର୍ଷ ୬-୭ ଥର ବନ୍ୟା ଆସିଲାଣି। ଜଳବାୟୁ ପରିବର୍ତନ ଯୋଗୁଁ ଆଜିର ଦିନରେ ଓଡ଼ିଶାରେ ପାଣିଆ ଖିଆ ମାଛ ଓ ଇଲିସି ମିଳୁନାହିଁ। କିଛି ଦୁର୍ବିପାକ ଦୃଶ୍ୟମାନ ହେଉଛି। କିନ୍ତୁ ଆମେ ଏବେ ପ୍ରତିଦିନ ଅଦୃଶ୍ୟ ଦୁର୍ବିପାକର ସାମ୍ନା କରୁଛେ। ଏନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। ଆମର ଉଚ୍ଚାରଣ ଓ ଆଚରଣ ଆମକୁ ଦୁର୍ବିପାକ ଆଡ଼କୁ ନେଇଯାଉଛି। ଲୋକଙ୍କ ଆଚରଣ, ଉଚ୍ଚାରଣ ଠିକ୍ ରହିଲେ, ଗଛଟିଏ ଭାଙ୍ଗିଲେ ଆମ ମହାପ୍ରଭୁ, ଯିଏ ଦାରୁ ଦେବତା ତାଙ୍କୁ କଷ୍ଟ ହେଉନି ବୋଲି ଆମେ ଚିନ୍ତା କରିପାରିଲେ ହିଁ, ପରିବେଶ ଠିକ୍ ରହିପାରିବ।

ଦୈନିକ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ନିଜର ସ୍ବାଗତ ଭାଷଣରେ କହିଛନ୍ତି, ପୁନଶ୍ଚ ପୃଥିବୀ ଏବେ ଏକ ଘରୋଇ ନାମ। ୨୦୨୧ରେ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’  ଅଭିଯାନ ୨୦୩୬ ଯାଏ ଜାରି ରହିବ। ଏଥିରେ ଆମକୁ ସବୁ ସ୍ତରରୁ ସମର୍ଥନ ମିଳୁଛି। ଆମେ ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ବାରା ଏହି ଅଭିଯାନକୁ ଆଗକୁ ନେଉଛୁ। ଆମେ ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ବାରା ଏହି ଅଭିଯାନକୁ ଆଗକୁ ନେଉଛୁ।  ପରିବେଶ ଯୋଦ୍ଧାଙ୍କୁ ଆମେ ପ୍ରତିବର୍ଷ ସମ୍ମାନିତ କରୁଛି। ଓଡ଼ିଶାର ଲୋକଭବନ ହେଉଛି ଭାରତ‌ର ଏକମାତ୍ର ଲୋକଭବନ ଯାହାକୁ ଗ୍ରିନ୍ ପ୍ଲାଟିନମ୍ ମିଳିଛି। ରାଜ୍ୟପାଳ ଓ ମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମରେ ସହଯୋଗ କରିବାରୁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ। ଆମେ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କ୍ଲାଇମେଟ୍ ପଞ୍ଚାୟତର ଆୟୋଜନ କରିଛି। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କୁ  ଓ ସମ୍ବର୍ଦ୍ଧିତ କରିଥିଲେ।

ବହୁ ପ୍ରତୀକ୍ଷିତ ପୁନଶ୍ଚ ପୃଥିବୀ ସମ୍ମିଳନୀ-୨୦୨୬ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଉତ୍କଳ ବିଶ୍ବବିଦ୍ୟାଳୟର ସଭାଗୃହରେ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ସମାରୋହର ଅଧିବେଶନରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଦୈନିକ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ମଞ୍ଚାସୀନ ଅଛନ୍ତି। 

ପରିବେଶର ବିକାଶକୁ ନେଇ ବିଭିନ୍ନ ଅଧିବେଶନ

ଏହି ତିନି ଦିବସୀୟ ସମାରୋହ ଉତ୍କଳ ବିଶ୍ବବିଦ୍ୟାଳୟର ୨ଟି ହଲ୍‌ (ସଭାଗୃହ)ରେ ପରିଚାଳିତ ହେଉଛି। ମୁଖ୍ୟ ସଭାଗୃହରେ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ରହିଛି, ଯେଉଁଠି ପରିବେଶର ବିକାଶକୁ ନେଇ ବିଭିନ୍ନ ଅଧିବେଶନ ପରିଚାଳିତ ହେଉଛି। ସେହିପରି ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସଭାଗୃହରେ ବିପର୍ଯ୍ୟୟ ମୁକାବିଲା ସଂପର୍କିତ ଅଧିବେଶନଗୁଡ଼ିକର ଆୟୋଜନ ହେଉଛି। 

Earth Again Conference 2026: ଆରମ୍ଭ ହେଲା ‘ପୁନଶ୍ଚ ପୃଥିବୀ’ର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମ

ସମାରୋହରେ ରାଜ୍ୟ, ଦେଶ ଏବଂ ବିଦେଶରୁ ଜଳବାୟୁ ସଂପର୍କିତ ଗଭୀର ଜ୍ଞାନ ଥିବା ବିଶେଷଜ୍ଞମାନେ ଯୋଗ ଦେଇ ଉଦ୍‌ବୋଧନ ଦେଉଛନ୍ତି। ଅତିଥିମାନେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନର କାରଣ, ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର କାରଣ, ପୃଥିବୀର ସୁରକ୍ଷା, ସବୁଜ ପୃଥିବୀ ସଂପର୍କରେ ବିଭିନ୍ନ ଅଧିବେଶନ ମାଧ୍ୟରେ ନିଜର ବକ୍ତବ୍ୟ ରଖିବେ ଏବଂ ଆଲୋଚନା କରିବେ। ସେହିପରି କାର୍ଯ୍ୟକ୍ରମରେ ପରିବେଶବିତ୍‌, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଯୋଗଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.