Earth Again Conference 2026: ନେପାଳ ବନ୍ୟା ମାନବ ସମାଜ ଦ୍ୱାରା ହୋଇଥିବା ଏକ ସାଂଘାତିକ ତ୍ରୁଟିର ପ୍ରଭାବ: ବିରାଟ ଅନୁପମ୍

59 minutes ago 2
ARTICLE AD BOX

ଭୁବନେଶ୍ବର: ନେପାଳରବରିଷ୍ଠ ସାମ୍ବାଦିକ ବିରାଟ ଅନୁପମ୍ ନେପାଳରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଅନୁଭବ ସମ୍ପର୍କରେ କହିଛନ୍ତି, ନେପାଳର ମାତ୍ର ୫ଟି ଜିଲ୍ଲାରେ ବନ୍ୟା ହୋଇଥିଲା, ମାତ୍ର ଏହା ନେପାଳର ୧୦ ପ୍ରତିଶତ ଅର୍ଥନୀତିକୁ ପ୍ରଭାବିତ କରିଛି। ମୃତ୍ୟୁର ଯେତିକି ସଂଖ୍ୟା କଥା କୁହାଯାଉଛି ତାହାର ପ୍ରକୃତ ସଂଖ୍ୟା ବହୁତ୍ ଅଧିକ। ନେପାଳ ଅଘଟଣ କେବଳ ଏକ ପ୍ରାକୃତିକ ପରିବର୍ତ୍ତନ ନୁହେଁ, ଏହା ମାନବ ସମାଜ ଦ୍ୱାରା ହୋଇଥିବା ଏକ ସାଂଘାତିକ ତ୍ରୁଟି ର ପ୍ରଭାବ। ମେ‌ସେଜିଂ ପ୍ରୋବ୍‌ଲେମ୍‌ ପାଇଁ ଏହି ବିପର୍ଯ୍ୟୟ ଘଟିଲା। ମେସେଜ୍‌ କ୍ଲିୟର୍‌ ନଥିଲା। ଲୋକଙ୍କୁ ବନ୍ୟା ସମ୍ପର୍କରେ ସୂଚନା ଦିଆଯାଇଥିଲା, କିନ୍ତୁ ତାହା ଏତେ ସାଧାରଣ ଥିଲା ଯେ ତାକୁ କେହି ଅସାଧାରଣ ବୋଲି ଭାବିଲେ ନାହିଁ।

ସେ ଆହୁରି କହିଛନ୍ତି, ନେପାଳ ବିପର୍ଯ୍ୟୟ ପରେ ସମସ୍ତେ ଆଗାମୀ ଦିନ କଥା ବିଷୟରେ କହୁଛନ୍ତି, କିନ୍ତୁ ଆମେ ନେପାଳୀ ନାଗରିକ ଏବେ ଆମ ଅତୀତକୁ ତିଆରି କରିବାକୁ ବ୍ୟସ୍ତ, ଆମେ ଆମ ଇତିହାସକୁ ପୁରା ହରେଇଚୁ। ତାକୁ ପୁଣି ଗଢିବାକୁ ପଡ଼ିବ। ଭବିଷ୍ୟତ କଥା ପରେ। ଅଳ୍ପ ସଂଖ୍ୟକ ନେପାଳୀ ସାମ୍ବାଦିକ ସାହସିକତା ଦେଖାଇ ପ୍ରାକୃତିକ ଅଘଟଣର ରିପୋର୍ଟିଙ୍ଗ କରିଥିଲେ। ହିମାଳୟ ଭୁଖଣ୍ଡରୁ ଆସୁଥିବା ପ୍ରାକୃତିକ ବିପଦର ମୁକାବିଲା ଏକ ବଡ଼ ଚ୍ୟାଲେଞ୍ଜ, ଏହାକୁ ଭାରତ ନେପାଳ ଓ ଚୀନ୍ ମିଳିତ ଭାବେ ମୁକାବିଲା କରିବା ଉଚିତ୍। ପ୍ରାକୃତିକ ବିପର୍ଯ୍ୟୟରେ ନେପାଳ ଓଡ଼ିଶାଠାରୁ ମଧ୍ୟ ଶିଖିବା ଉଚିତ୍। କେମିତି କୌଣସି ଧନ ଜୀବନ କ୍ଷୟକ୍ଷତି ବିନା ଏହାର ମୁକାବିଲା କରିହେବ। ରାଜ୍ୟ ପଲିସିଗୁଡ଼ିକ ଏବେ ପ୍ରକୃତି ସୁରକ୍ଷା ଦିଗରୁ ହିଁ ତିଆରି ହେବା ଉଚିତ୍।ଦେଶ ଦେଶ ମଧ୍ଯରେ  ବିପର୍ଯ୍ୟୟ ପରିଚାଳନା ପାଇଁ କାମ ହେବା ଉଚିତ। ପରିବେଶ ବା କ୍ଲାଇମେଟ୍‌ ରିପୋର୍ଟିଂକୁ ବିଟ୍‌ ରିପୋର୍ଟିଂ ନୁହେଁ, ମେନ୍‌ ଷ୍ଟ୍ରିମ୍‌ ରିପୋର୍ଟିଂ ଭାବିବା ଦରକାର। କନକ ନ୍ୟୁଜ୍‌ର ଉପସ୍ଥାପିକା ସ୍ବସ୍ତିକା ପଣ୍ଡାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ବିରାଟ ଅନୁପମ୍।

ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଯୋଗ ଦେଇ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ନିଜର ଅଭିଭାଷଣରେ କହିଛନ୍ତି, ପରିବେଶ କୁ ବଞ୍ଚାଇବା ସହ ଶିଳ୍ପ ସମୃଦ୍ଧ ହେବା ଆମ ଲକ୍ଷ୍ୟ ହେବା କଥା। ଶିଳ୍ପ ଆମକୁ ରୋଜଗାର ଦିଏ। ଅଭିବୃଦ୍ଧି ଆଣିଦିଏ। ଶିଳ୍ପ ସମୃଦ୍ଧ ହେବା ଅର୍ଥ ନୁହେଁ ଆମେ ପରିବେଶକୁ ନଷ୍ଟ କରିବା। ଉଭୟକୁ ସମାନ ଦୃଷ୍ଟିରେ ଧ୍ୟାନ ଦେବା।

ଆଜିର ସମୟରେ ପ୍ରତିଟି ଲୋକ ଦୁଇଚକିଆ ଗାଡ଼ି ବ୍ୟବହାର କରନ୍ତି ... କିନ୍ତୁ ସେଥିରୁ ଅଧିକ ପେଟ୍ରୋଲ ଏବଂ ଡିଜେଲ୍ ଗାଡ଼ି କିନ୍ତୁ ଖୁବ୍ କମ୍ ଲୋକ ଇଲେକ୍ଟ୍ରି ଗାଡ଼ି ବ୍ୟବହାର କରନ୍ତି; ଏପରି ହେଲେ କ୍ଲାଇମେଟ୍ କେମିତି ସୁନ୍ଦର ହେବ? ଭାରତ ୨୨ ଲକ୍ଷ କୋଟିର ଜୈବଇନ୍ଧନ କିଣୁଛି। ସବୁଜ ଶକ୍ତିର ବ୍ଯବହାର ଭାରତର ଅର୍ଥ ବଞ୍ଚାଇ ପାରିବ। ଗଭର୍ଣ୍ଣର ସଚିବାଳୟ ଷ୍ଟାଫଙ୍କ ପାଇଁ ଇଲେକ୍ଟ୍ରିକ ଯାନ ଚାର୍ଜିଂ ମାଗଣା କରାଯାଇଛି। ଏହାଦ୍ୱାରା ସେମାନଙ୍କ ଖର୍ଚ୍ଚ ଶୂନ୍ୟ ହୋଇପାରୁଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସେଭଳି ମାଗଣା ଚାର୍ଜିଂ ବ୍ୟବସ୍ଥା କରାଯାଉ ବୋଲି ରାଜ୍ୟପାଳ କହିଛନ୍ତି। ପ୍ରତି ଉତ୍ସବରେ ବୃକ୍ଷ ରୋପଣ କରନ୍ତୁ। ଆମ ଜୀବନକୁ ଦୀର୍ଘସ୍ଥାୟୀ କରୁଥିବା ବୃକ୍ଷକୁ ଆମେ ରକ୍ଷା କରିବା ଉଚିତ୍। ଏପରିକି ଆମେ ଅଧିକରୁ ଅଧିକ ବୃକ୍ଷ ଲଗାଇବା ଉଚିତ୍। ବର୍ଷର ପ୍ରତିଟି ଦିନ କିଛି ଦିବସ ଭାବେ ପାଳନ ହେଉଛି। ଆମେ ପ୍ରତି ଉତ୍ସବରେ ବୃକ୍ଷ ରୋପଣ କରିବା ଉଚିତ୍। ଆଜି ଦିନର ମୁଖ୍ୟ ସ୍ଲୋଗାନ ହେଉଛି, ବର୍ଷେ ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ ପ୍ରତିଦିନ ଗୋଟିଏ ଲେଖାଏଁ ଗଛ ଲଗାଇବେ।

କେନ୍ଦ୍ର ସରକାରଙ୍କ ସମେତ ଓଡ଼ିଶା ସରକାର ବି ସବସିଡିର ବ୍ୟବସ୍ଥା କରିଛନ୍ତି

ସୌର ଶକ୍ତି ବିକଳ୍ପ ଶକ୍ତି। ସୌର ଶକ୍ତି ଆପଣାଇବାକୁ କହିଲେ ରାଜ୍ୟପାଳ। କେନ୍ଦ୍ର ସରକାରଙ୍କ ସମେତ ଓଡ଼ିଶା ସରକାର ବି ସବସିଡିର ବ୍ୟବସ୍ଥା କରିଛନ୍ତି। ପେଟ୍ରୋଲ କିମ୍ବା ଡିଜେଲ ଚାଳିତ ଗାଡ଼ି ମୁଁ ବ୍ୟବହାର କରୁନାହିଁ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କହିଛନ୍ତି। ଅକ୍ଷୟ ଶକ୍ତିର ବହୁଳ ବ୍ୟବହାର ଅଶୋଧିତ ତୈଳ ଆମଦାନୀକୁ କମାଇ ଦେଶର ଅର୍ଥନୀତି କୁ ସୁଦୃଢ଼ କରିପାରିବ। ଆମ ଜୀବନଶୈଳୀର ଛୋଟ ପରିବର୍ତ୍ତନ ଏକ ବଡ଼ ପରିବର୍ତ୍ତନ ଆଣିପାରିବ।

ସେ ଆହୁରି କହିଛନ୍ତି, ବର୍ଷା ଜଳ ସଂରକ୍ଷଣ ମଧ୍ୟ ଏକ ମହତ୍ କାର୍ଯ୍ୟ। ଆମ ପାଖରେ ଦକ୍ଷତା ଅଛି। ଏହି ଛୋଟ ଛୋଟ ପଦକ୍ଷେପ ନେଇ ପାରିବା। ସବୁ ବିଶ୍ବବିଦ୍ୟାଳୟକୁ ଆହ୍ବାନ ଦିଆଯାଇଛି। ଗ୍ରୀନ ସାର୍ଟିଫିକେଟ ପାଇବା ପାଇଁ। ଆଉଥରେ ମୁଁ ଉତ୍କଳ ବିଶ୍ବବିଦ୍ୟାଳୟ ଆସିଲେ ଏହି ସାର୍ଟିଫିକେଟ ଦେଖିବାକୁ ଚାହୁଁଛି।ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟକୁ ମୋର ସୁପାରିଶ, ସେମାନେ ନିଜ କ୍ୟାମ୍ପସକୁ ଗ୍ରୀନ ସର୍ଟିଫାଏଡ କରାନ୍ତୁ। ଉତ୍କଳ ବିଶ୍ୱବିଦ୍ୟାଳୟକୁ ମୋର ପରବର୍ତ୍ତୀ ପରିଦର୍ଶନ ସମୟରେ ମୁଁ ଏହା ଦେଖିବାକୁ ଚାହୁଁଛି। ସାମ୍ୱାଦ ଗ୍ରୁପକୁ ଧନ୍ଯବାଦ କି ସେ ପରିବେଶ ବଞ୍ଚିଥବା ପାଇଁ କାର୍ଯ୍ୟ କରୁଛି। ଯଦି ଅନୁଷ୍ଠାନ, ଛାତ୍ରଛାତ୍ରୀ, ଗଣମାଧ୍ୟମ ଏକାଠି ହେବେ, ସଚେତନତା ଅଂଶଗ୍ରହଣ ହୋଇପାରିବ, ଅଂଶଗ୍ରହଣ ଆକ୍ସନ ହୋଇପାରିବ। କନକ୍ଲେଭରେ ଯୋଗ ଦେଇଥିଇ ଥିବା ପ୍ରେତ୍ୟକ ଲୋକଙ୍କୁ ଆନୁରୋଧ ପ୍ରେତ୍ୟକ ଗୋଟିଏ ଗୋଟିଏ ଗଛ ନିଶ୍ଚିତ ଲଗାନ୍ତୁ। 

ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ପୁନଶ୍ଚ ପୃଥିବୀ କେବଳ ରାଜଧାନୀରେ ସୀମିତ ହୋଇ ରହିନାହିଁ, ଏହା ଓଡ଼ିଶାର ଗାଁ ଗାଁକୁ ବ୍ୟାପି ଗଲାଣି। ପ୍ରକୃତି ପ୍ରତି ସମ୍ବେଦନଶୀଳତା କାରଣରୁ ଏହା ସମ୍ଭବ ହୋଇଛି। ଗଛର ଆମେ ଯେତେବେଳେ ଯତ୍ନ ନେଉଁ ନାହାଁନ୍ତି, ଜାଣନ୍ତୁ ଆମେ ଗଛଟିକୁ ଗାଳି ଦେଉଛନ୍ତି ଓ ତାକୁ ମୃତ୍ୟୁବରଣ କରିବାକୁ ଛାଡ଼ି ଦେଉଛନ୍ତି। ଓଡ଼ିଶାରେ ଚଳିତ ବର୍ଷ ୬-୭ ଥର ବନ୍ୟା ଆସିଲାଣି। ଜଳବାୟୁ ପରିବର୍ତନ ଯୋଗୁଁ ଆଜିର ଦିନରେ ଓଡ଼ିଶାରେ ପାଣିଆ ଖିଆ ମାଛ ଓ ଇଲିସି ମିଳୁନାହିଁ। କିଛି ଦୁର୍ବିପାକ ଦୃଶ୍ୟମାନ ହେଉଛି। କିନ୍ତୁ ଆମେ ଏବେ ପ୍ରତିଦିନ ଅଦୃଶ୍ୟ ଦୁର୍ବିପାକର ସାମ୍ନା କରୁଛେ। ଏନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। ଆମର ଉଚ୍ଚାରଣ ଓ ଆଚରଣ ଆମକୁ ଦୁର୍ବିପାକ ଆଡ଼କୁ ନେଇଯାଉଛି। ଲୋକଙ୍କ ଆଚରଣ, ଉଚ୍ଚାରଣ ଠିକ୍ ରହିଲେ, ଗଛଟିଏ ଭାଙ୍ଗିଲେ ଆମ ମହାପ୍ରଭୁ, ଯିଏ ଦାରୁ ଦେବତା ତାଙ୍କୁ କଷ୍ଟ ହେଉନି ବୋଲି ଆମେ ଚିନ୍ତା କରିପାରିଲେ ହିଁ, ପରିବେଶ ଠିକ୍ ରହିପାରିବ।

ଦୈନିକ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ନିଜର ସ୍ବାଗତ ଭାଷଣରେ କହିଛନ୍ତି, ପୁନଶ୍ଚ ପୃଥିବୀ ଏବେ ଏକ ଘରୋଇ ନାମ। ୨୦୨୧ରେ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’  ଅଭିଯାନ ୨୦୩୬ ଯାଏ ଜାରି ରହିବ। ଏଥିରେ ଆମକୁ ସବୁ ସ୍ତରରୁ ସମର୍ଥନ ମିଳୁଛି। ଆମେ ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ବାରା ଏହି ଅଭିଯାନକୁ ଆଗକୁ ନେଉଛୁ। ଆମେ ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ବାରା ଏହି ଅଭିଯାନକୁ ଆଗକୁ ନେଉଛୁ।  ପରିବେଶ ଯୋଦ୍ଧାଙ୍କୁ ଆମେ ପ୍ରତିବର୍ଷ ସମ୍ମାନିତ କରୁଛି। ଓଡ଼ିଶାର ଲୋକଭବନ ହେଉଛି ଭାରତ‌ର ଏକମାତ୍ର ଲୋକଭବନ ଯାହାକୁ ଗ୍ରିନ୍ ପ୍ଲାଟିନମ୍ ମିଳିଛି। ରାଜ୍ୟପାଳ ଓ ମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମରେ ସହଯୋଗ କରିବାରୁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ। ଆମେ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କ୍ଲାଇମେଟ୍ ପଞ୍ଚାୟତର ଆୟୋଜନ କରିଛି। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କୁ  ଓ ସମ୍ବର୍ଦ୍ଧିତ କରିଥିଲେ।

ବହୁ ପ୍ରତୀକ୍ଷିତ ପୁନଶ୍ଚ ପୃଥିବୀ ସମ୍ମିଳନୀ-୨୦୨୬ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଉତ୍କଳ ବିଶ୍ବବିଦ୍ୟାଳୟର ସଭାଗୃହରେ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ସମାରୋହର ଅଧିବେଶନରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଦୈନିକ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ମଞ୍ଚାସୀନ ଅଛନ୍ତି। 

Earth Again Conference 2026: ପରିବେଶ ସନ୍ତୋଷଜନକ ଉତ୍କଳ ବିଶ୍ବବିଦ୍ୟାଳୟ ମୁଁ ଦେଖିବାକୁ ଚାହୁଁଛି: ରାଜ୍ୟପାଳ

ଏହି ତିନି ଦିବସୀୟ ସମାରୋହ ଉତ୍କଳ ବିଶ୍ବବିଦ୍ୟାଳୟର ୨ଟି ହଲ୍‌ (ସଭାଗୃହ)ରେ ପରିଚାଳିତ ହେଉଛି। ମୁଖ୍ୟ ସଭାଗୃହରେ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ରହିଛି, ଯେଉଁଠି ପରିବେଶର ବିକାଶକୁ ନେଇ ବିଭିନ୍ନ ଅଧିବେଶନ ପରିଚାଳିତ ହେଉଛି। ସେହିପରି ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସଭାଗୃହରେ ବିପର୍ଯ୍ୟୟ ମୁକାବିଲା ସଂପର୍କିତ ଅଧିବେଶନଗୁଡ଼ିକର ଆୟୋଜନ ହେଉଛି। 

ସମାରୋହରେ ରାଜ୍ୟ, ଦେଶ ଏବଂ ବିଦେଶରୁ ଜଳବାୟୁ ସଂପର୍କିତ ଗଭୀର ଜ୍ଞାନ ଥିବା ବିଶେଷଜ୍ଞମାନେ ଯୋଗ ଦେଇ ଉଦ୍‌ବୋଧନ ଦେଉଛନ୍ତି। ଅତିଥିମାନେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନର କାରଣ, ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର କାରଣ, ପୃଥିବୀର ସୁରକ୍ଷା, ସବୁଜ ପୃଥିବୀ ସଂପର୍କରେ ବିଭିନ୍ନ ଅଧିବେଶନ ମାଧ୍ୟରେ ନିଜର ବକ୍ତବ୍ୟ ରଖିବେ ଏବଂ ଆଲୋଚନା କରିବେ। ସେହିପରି କାର୍ଯ୍ୟକ୍ରମରେ ପରିବେଶବିତ୍‌, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଯୋଗଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.