Earth Again Conference 2026: ‘ଗୋଟିଏ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ନ ହୋଇ ବିକଳ୍ପ କଥା ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି’

41 minutes ago 1
ARTICLE AD BOX

ଭୁବନେଶ୍ବର: ଆମେ ୨୪ ପ୍ରତିଶତ ଇଣ୍ଡଷ୍ଟ୍ରିଆଲ୍ ୟୁଜ୍ କରୁଛୁ ଏବଂ ଇଣ୍ଡଷ୍ଟ୍ରିଆଲ୍ କଞ୍ଜମ୍ପସସନ୍‌ ଇଣ୍ଡିଆ ତୃତୀୟ ସର୍ବୋଚ୍ଚ ପୋଜିସନ୍‌ରେ ଅଛି। କିନ୍ତୁ ଯେତେବେଳେ ଆମେ ଟେକ୍ନୋଲୋଜି ୱାଇଜ୍ ଏନର୍ଜି ଟ୍ରାଞ୍ଜିସନ୍ କଥା ଚିନ୍ତା କରୁଛୁ, ସେତେବେଳେ ଗୋଟିଏ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ନ ହୋଇ ବିକଳ୍ପ କଥା ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି। ଏହି ପ୍ରସଙ୍ଗରେ ପରମାଣୁ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଏନର୍ଜି ହୋଇପାରେ ବୋଲି ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ସାରଦା ପ୍ରସନ୍ନ ଦାସ ଶନିବାର ଦିନ ଏହା କହିଛନ୍ତି। 

ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ

ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍‌କେସିଜି ହଲ୍‌ରେ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନରେ ଯୋଗ ଦେଇ ଶ୍ରୀ ଦାସ କହିଛନ୍ତି, CCUS ଏକ ନୂତନ ପ୍ରଯୁକ୍ତିବିଦ୍ୟା ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ରହିଛି। ଓଡ଼ିଶାର କେଉଁ ସେକ୍ଟରରେ ଏହା ଫଳପ୍ରଦ ହେବ ଏବଂ କେତେ ପରିମାଣରେ ବ୍ୟବହାର କରାଯାଇପାରିବ, ସେନେଇ ଏକ ଗଭୀର ଅଧ୍ୟୟନ ଆବଶ୍ୟକ। ଏହି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ପୂର୍ବରୁ ସେକ୍ଟର-ୱାଇଜ୍ ବିଶ୍ଳେଷଣ କରିବା ନେଇ ଗୁରୁତ୍ୱ ଦିଆଯାଇଛି।

Earth Again Conference 2026: ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆଗାମୀ ୫୦ ବର୍ଷର ପ୍ରସ୍ତୁତି କରୁଛନ୍ତି ସରକାର: ମନ୍ତ୍ରୀ

ସେ କହିଛନ୍ତି, ବିଶ୍ୱ ତଥା ସମଗ୍ର ଦେଶରେ ପାରମ୍ପରିକ ଶକ୍ତି ଉତ୍ସରୁ ଅକ୍ଷୟ ଶକ୍ତି ଆଡ଼କୁ ପରିବର୍ତ୍ତନ ତ୍ୱରାନ୍ୱିତ ହେଉଥିବା ବେଳେ ଓଡ଼ିଶା ମଧ୍ୟ ଏହି ପ୍ରକ୍ରିୟାରୁ ବାଦ୍ ପଡ଼ିବ ନାହିଁ। ରାଜ୍ୟରେ ଏକ ନ୍ୟାୟସଙ୍ଗତ ଶକ୍ତି ରୂପାନ୍ତରଣ ବା ‘ଜଷ୍ଟ ଟ୍ରାଞ୍ଜିସନ’ ନିମନ୍ତେ ବର୍ତ୍ତମାନଠାରୁ ସ୍ୱତନ୍ତ୍ର ନୀତି ଓ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.