E20 petrol row: ଇ-୨୦ ଇନ୍ଧନ ଅଧିକାଂଶ ଯାନବାହନକୁ କୌଣସି ବଡ଼ କ୍ଷତି ପହଞ୍ଚାଇବ ନାହିଁ: ନୀତିନ ଗଡକରୀ

52 minutes ago 2
ARTICLE AD BOX

ନୂଆଦିଲ୍ଲୀ:ସାରା ଦେଶରେ ଇ-୨୦ ଇନ୍ଧନ (୨୦% ଇଥାନଲ୍ ଏବଂ ୮୦% ପେଟ୍ରୋଲ)ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତଥାପି, ଅନେକ ଯାନବାହନ ମାଲିକ ଭାବୁଛନ୍ତି ଯେ, ଏହି ନୂତନ ଇନ୍ଧନ ସେମାନଙ୍କ କାର କିମ୍ବା ବାଇକ୍ ଇଞ୍ଜିନ୍ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ କି? କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସଂସଦରେ ପରିସ୍ଥିତି ସ୍ପଷ୍ଟ କରି କହିଛନ୍ତି ଯେ, ଇ-୨୦ ଇନ୍ଧନ ଅଧିକାଂଶ ଯାନବାହନକୁ କୌଣସି ବଡ଼ କ୍ଷତି ପହଞ୍ଚାଇବ ନାହିଁ। ତେବେ କିଛି ପୁରୁଣା ବିଏସ୍-୩ ଯାନ ପାଇଁ ସାମାନ୍ୟ ପରିବର୍ତ୍ତନ ଆବଶ୍ୟକ ହୋଇପାରେ।ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ, ଗଡକରୀ କହିଛନ୍ତି ଯେ, ୧ ଏପ୍ରିଲ ୨୦୦୫ର ବିଏସ୍-୩ ମାନକ ପାଳନ କରୁଥିବା ତଥା ୨୦୧୬ ପୂର୍ବରୁ ନିର୍ମିତ ହୋଇଥିବା ଯାନଗୁଡ଼ିକରେ କିଛି ରବର ପାର୍ଟସ ଏବଂ ଗାସ୍କେଟ ବଦଳାଇବାକୁ ପଡ଼ିପାରେ। ସୌଭାଗ୍ୟବଶତଃ, ଏହି କାମ ନିୟମିତ ସର୍ଭିସ୍ ସମୟରେ ସହଜରେ କରାଯାଇପାରିବ ଏବଂ ଇଞ୍ଜିନରେ କୌଣସି ବଡ଼ ପରିବର୍ତ୍ତନର ଆବଶ୍ୟକତା ନାହିଁ। ଦେଶରେ ୨୦ କୋଟିରୁ ଅଧିକ ଦୁଇ ଚକିଆ, ୩ କୋଟିରୁ ଅଧିକ ଚାରି ଚକିଆରେ ଏହା ବ୍ୟବହୃତ ହେଉଛି।

ଗାଁ ଦାଣ୍ଡରେ ଚାଲିଲା ‌ଡଙ୍ଗା; ବଢୁଛି କୁମ୍ଭୀର ଆତଙ୍କ

ସରକାର କହିଛନ୍ତି, ଇଣ୍ଡିଆନ ଅଏଲ୍ କର୍ପୋରେସନ (ଆଇଓସିଏଲ), ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ୍ (ଆଇଆଇପି), ଏସଆଇଏଏମ ଏବଂ ଏଆରଏଆଇ ମିଳିତ ଭାବରେ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ଉପରେ ଇ-୨୦ ଇନ୍ଧନର ପ୍ରଭାବ ଉପରେ ଏକ ବ୍ୟାପକ ଅଧ୍ୟୟନ କରିଛନ୍ତି। ଅଧ୍ୟୟନରୁ ଜଣାପଡିଛି, ଏହାର ବ୍ୟବହାର କରିବା ଦ୍ୱାରା ଇଞ୍ଜିନ କାର୍ଯ୍ୟଦକ୍ଷତା, ଷ୍ଟାର୍ଟିଂ କ୍ଷମତା, ଡ୍ରାଇଭିଂ ଅଭିଜ୍ଞତା, କିମ୍ବା ଧାତୁ କିମ୍ବା ପ୍ଲାଷ୍ଟିକ୍ ଅଂଶ ଉପରେ କୌଣସି ଅସ୍ୱାଭାବିକ ପ୍ରଭାବ ପଡ଼ିନାହିଁ ଏବଂ ଅତ୍ୟଧିକ ଇଞ୍ଜିନ ଘର୍ଷଣ ହେବାର କୌଣସି ଲକ୍ଷଣ ମିଳି ନାହିଁ।

ଇ-୨୦ ପେଟ୍ରୋଲ ଯୋଗୁଁ ମାଇଲେଜ୍ ହ୍ରାସ ପାଇବା ନେଇ ମଧ୍ୟ ଚିନ୍ତା ଥିଲା। ଗଡକରୀ ଉତ୍ତର ଦେଇଛନ୍ତି ଯେ, ଗାଡ଼ିର ମାଇଲେଜ୍ କେବଳ ଇନ୍ଧନ ଉପରେ ନିର୍ଭର କରେ ନାହିଁ। ରାସ୍ତା ଅବସ୍ଥା, ଡ୍ରାଇଭିଂ ଶୈଳୀ, ଟ୍ରାଫିକ୍, ଯାନବାହାନ ରକ୍ଷଣାବେକ୍ଷଣ ଏବଂ ଇଞ୍ଜିନ୍ ଅବସ୍ଥା ଭଳି ଅନେକ କାରଣ ମଧ୍ୟ ମାଇଲେଜ୍ ଉପରେ ପ୍ରଭାବ ପକାଇଥାଏ। ତେଣୁ, ହ୍ରାସ ହୋଇଥିବା ମାଇଲେଜ୍ ପାଇଁ କେବଳ ଇ-୨୦ ଇନ୍ଧନକୁ ଦାୟୀ କରାଯାଇପାରିବ ନାହିଁ।

ସରକାର କହିଛନ୍ତି ଯେ, ଇ-୨୦ ପେଟ୍ରୋଲ କାର୍ଯ୍ୟକାରୀ ହେବା ପୂର୍ବରୁ ଅନେକ ବର୍ଷ ଧରି ଲ୍ୟାବ୍ ପରୀକ୍ଷଣ, କ୍ଷେତ୍ର ପରୀକ୍ଷଣ ଏବଂ ବୈଷୟିକ ପରୀକ୍ଷଣ କରାଯାଇଥିଲା। ଏହା ପରେ ହିଁ, ଏହାକୁ ସାରା ଦେଶରେ ପର୍ଯ୍ୟାୟକ୍ରମେ ଲାଗୁ କରାଯାଇଥିଲା। ସରକାର ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱର ଅନେକ ଦେଶରେ ଇଥାନଲ୍-ମିଶ୍ରିତ ଇନ୍ଧନ ଦୀର୍ଘ ସମୟ ଧରି ସଫଳତାର ସହିତ ବ୍ୟବହାର ହୋଇଆସୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.