Durga Puja: ମା’ଙ୍କ ଘଟସ୍ଥାପନା ବେଳେ ମାଟି ପାତ୍ରରେ ଶସ୍ୟ କାହିଁକି ବୁଣାଯାଏ?

45 minutes ago 1
ARTICLE AD BOX

ଶକ୍ତି ଆରାଧନାର ପବିତ୍ର ପର୍ବ ଶାରଦୀୟ ପାର୍ବଣ। ନଅ ଦିନ ଧରି ମା’ ଦୁର୍ଗାଙ୍କ ବିଭିନ୍ନ ସ୍ୱରୂପଙ୍କୁ ପୂଜା କରାଯାଉଥିବା ଏହି ପର୍ବର ପ୍ରଥମ ଦିନରେ ଘଟସ୍ଥାପନାର ବିଶେଷ ମହତ୍ତ୍ୱ ରହିଛି। ଘଟସ୍ଥାପନା ସମୟରେ ମାଟି ପାତ୍ରରେ ଗହମ ବୁଣିବା ଏକ ପ୍ରାଚୀନ ଧାର୍ମିକ ପରମ୍ପରା। କେତେକ ସ୍ଥାନରେ ମୁଗ, ବିରି ବୁଣାଯାଇଥାଏ। ଏହି ସବୁ ମଞ୍ଜି ଅଙ୍କୁରିତ ହୋଇ ଗଜାରେ ପରିଣତ ହେବାକୁ ନୂତନ ଜୀବନ, ବିକାଶ, ସମୃଦ୍ଧି ଓ ଶୁଭତ୍ୱର ପ୍ରତୀକ ଭାବେ ମନାଯାଏ।

ଶାରଦୀୟ ନବରାତ୍ରି ଆସନ୍ତା ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରିର ପ୍ରଥମ ଦିନରେ ଘଟସ୍ଥାପନା କରାଯାଇ ଏକ ଚଉଡ଼ା ମାଟି ପାତ୍ରରେ ମଞ୍ଜି ବୁଣାଯାଏ। ନଅ ଦିନ ଧରି ଏହି ଶସ୍ୟ ଅଙ୍କୁରୋଦଗମକୁ ଶ୍ରଦ୍ଧାର ସହ ଦେଖାଯାଏ। ଏହି ସବୁଜ ଗଜାକୁ ଦେବୀଙ୍କ ଆଶୀର୍ବାଦ ସହିତ ଜୀବନରେ ନୂଆ ଶକ୍ତି ଓ ଉନ୍ନତିର ପ୍ରତୀକ ଭାବେ ବିବେଚନା କରାଯାଏ। ଘଟସ୍ଥାପନାରେ ବ୍ୟବହୃତ ମାଟି ପାତ୍ରକୁ ପୃଥିବୀ ତତ୍ତ୍ୱର ପ୍ରତୀକ ଭାବେ ଗ୍ରହଣ କରାଯାଏ। ମାଟିରେ ମଞ୍ଜି ବୁଣାଯାଇ ପାଣି ଦିଆଗଲେ ତାହା ଅଙ୍କୁରିତ ହୋଇ ନୂଆ ଜୀବନର ରୂପ ନିଏ। ତେଣୁ ମାଟି, ମଞ୍ଜି ଓ ଜଳର ମିଳନକୁ ପ୍ରକୃତିର ସୃଜନଶୀଳ ଶକ୍ତିର ପ୍ରତୀକ ଭାବେ ଦେଖାଯାଏ।

ମଧ୍ୟଭାଗରେ କଳସ ସ୍ଥାପନା

ଏହି ମାଟି ପାତ୍ରରେ ଶସ୍ୟ ବୁଣାଯିବା ପରେ ତା’ର ମଧ୍ୟଭାଗରେ କଳସ ସ୍ଥାପନା କରାଯାଏ। କଳସକୁ ଶୁଭତା, ପବିତ୍ରତା ଓ ଜୀବନର ପ୍ରତୀକ ଭାବେ ଗ୍ରହଣ କରାଯାଏ। ଏଭଳି ମଞ୍ଜି, ମାଟି, ଜଳ ଓ କଳସ ମିଶି ପ୍ରକୃତି, ଜୀବନ ଏବଂ ଦେବୀଶକ୍ତି ପ୍ରତି ମାନବର ଶ୍ରଦ୍ଧାକୁ ପ୍ରତୀକାତ୍ମକ ଭାବେ ପ୍ରକାଶ କରେ। ଘଟସ୍ଥାପନାରେ ଶସ୍ୟ ବୁଣିବା ପଛରେ ଘରେ ଅନ୍ନର ଅଭାବ ନ ରହିବା, ସମୃଦ୍ଧି ବଢ଼ିବା ଏବଂ ପରିବାରରେ ସୁଖଶାନ୍ତି ରହିବାର ମଙ୍ଗଳ କାମନା ରହିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।

Badrinath: ବଦ୍ରିନାଥ ତପ୍ତ କୁଣ୍ଡରେ ସ୍ନାନ କରୁଥିବା ଭକ୍ତଙ୍କ ପାଇଁ ସତର୍କତା

Read Entire Article
LEFT SIDEBAR AD

Hidden in mobile, Best for skyscrapers.