Durga puja festive season: ଦୁର୍ଗାପୂଜା ପୂର୍ବରୁ ମିଳିପାରେ ବଡ଼ ଉପହାର! ବଢ଼ିପାରେ DA-DR, ଖାତାକୁ ଆସିପାରେ ଏରିୟର

2 days ago 2
ARTICLE AD BOX

ନୂଆଦିଲ୍ଲୀ: ଦୁର୍ଗାପୂଜା ଓ ଦଶହରା ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍‌ସନଭୋଗୀଙ୍କ ପାଇଁ ଆସିପାରେ ବଡ଼ ଖୁସି ଖବର। ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଆଖି ଏବେ ଡିଏ-ଡିଆର ବୃଦ୍ଧି ଉପରେ। ଏହି ମଧ୍ୟରେ କେନ୍ଦ୍ରୀୟ କର୍ମଚାରୀଙ୍କ ଏକ ପ୍ରମୁଖ ସଂଗଠନ ସରକାରଙ୍କୁ ଚିଠି ଲେଖି ଶୀଘ୍ର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିବାକୁ ଦାବି କରିଛି। ଫଳରେ ଖୁବଶୀଘ୍ର ଡିଏ-ଡିଆରରେ ୩ରୁ ୪ ପ୍ରତିଶତ ବୃଦ୍ଧି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। କନଫେଡେରେସନ ଅଫ୍ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟିଜ୍ ଆଣ୍ଡ ୱାର୍କର୍ସ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇଥିବା ଚିଠିରେ କୁହାଯାଇଛି ଯେ, ଜୁଲାଇ ୧, ୨୦୨୬ରୁ ଲାଗୁ ହେବାକୁ ଥିବା ଡିଏ ଏବଂ ଡିଆର ସଂଶୋଧନ ନେଇ ଶୀଘ୍ର ନିଷ୍ପତ୍ତି ନିଆଯାଉ। ପର୍ବପର୍ବାଣୀ ସମୟରେ ପରିବାରର ଖର୍ଚ୍ଚ ବଢ଼ିଯାଉଥିବାରୁ ଏହି ଘୋଷଣା କର୍ମଚାରୀ ଓ ପେନ୍‌ସନଭୋଗୀଙ୍କୁ ବଡ଼ ଆର୍ଥିକ ଆଶ୍ୱସ୍ତି ଦେଇପାରିବ। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୬୦ ପ୍ରତିଶତ ଡିଏ ପାଉଛନ୍ତି। ହେଲେ AICPI-IW ସୂଚକାଙ୍କ ଆଧାରରେ ହୋଇଥିବା ଗଣନା ଅନୁସାରେ ନୂଆ ଡିଏ ପ୍ରାୟ ୬୩.୮୨ ପ୍ରତିଶତ ହୋଇପାରେ। ଅର୍ଥାତ୍ ଏହାକୁ ରାଉଣ୍ଡ ଫିଗରରେ ୬୩ କିମ୍ବା ୬୪ ପ୍ରତିଶତ କରାଯାଇପାରେ। ଯଦି ଏଭଳି ହୁଏ, ତେବେ ଡିଏରେ ୩ରୁ ୪ ପ୍ରତିଶତ ବୃଦ୍ଧି ହେବ।

UPI ଶୁଳ୍କ ସରକାରଙ୍କ ଖାତାକୁ ଆସିବନି: ନିର୍ମଳା


ଏହି ବୃଦ୍ଧି ପରେ ୫୦ ହଜାର ଟଙ୍କା ମୂଳ ଦରମା ପାଉଥିବା କର୍ମଚାରୀଙ୍କ ଡିଏ ୩୧ ହଜାର ୫୦୦ରୁ ୩୨ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ସେହିପରି ୧ ଲକ୍ଷ ଟଙ୍କା ମୂଳ ଦରମା ଥିଲେ ଡିଏ ୬୩ ହଜାରରୁ ୬୪ ହଜାର ଟଙ୍କା ହୋଇପାରେ। ଏହା ସହ ଜୁଲାଇ ୧ରୁ ବକେୟା ଏରିୟର ମଧ୍ୟ ମିଳିବାର ସମ୍ଭାବନା ରହିଛି।
ଏବେ ସମସ୍ତଙ୍କ ନଜର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ। ଯଦି ଦୁର୍ଗାପୂଜା ପୂର୍ବରୁ ଡିଏ-ଡିଆର ବୃଦ୍ଧି ଘୋଷଣା ହୁଏ, ତେବେ ଏହା ଲକ୍ଷ ଲକ୍ଷ କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ ପାଇଁ ପର୍ବର ସବୁଠୁ ବଡ଼ ଉପହାର ସାବ୍ୟସ୍ତ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.