Duleep Trophy final: ଦଲୀପ ଟ୍ରଫି ଫାଇନାଲ୍‌: ଫଲୋଅନ୍‌ ଦ୍ବାରରେ ଦକ୍ଷିଣାଞ୍ଚଳ

3 weeks ago 12
ARTICLE AD BOX

ଚେନ୍ନାଇ: ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଦଲୀପ ଟ୍ରଫି ଫାଇନାଲ୍‌ରେ ଦକ୍ଷିଣାଞ୍ଚଳ ଫଲୋଅନ୍‌ ଦ୍ବାରରେ ରହିଛି। ପୂର୍ବାଞ୍ଚଳର ପ୍ରଥମ ପାଳି ସ୍କୋର୍‌ ୭୦୮ ଜବାବରେ ଦକ୍ଷିଣାଞ୍ଚଳ ତୃତୀୟ ଦିନର ଷ୍ଟମ୍ପ୍ସ ବେଳକୁ ୬ ୱିକେଟ୍‌ ହରାଇ ୨୪୨ ରନ୍‌ କରିଛି। ଅଧିନାୟକ ତିଳକ ବର୍ମା (୫୫*) ଓ ଚାମା ମିିଲିନ୍ଦ (୨*) ଲଢ଼େଇ ଜାରି ରଖିଛନ୍ତି। ଫଳରେ ସଂପ୍ରତି ପୂର୍ବାଞ୍ଚଳ ୪୬୬ ରନ୍‌ରେ ଆଗରେ ରହିଛି। ମଙ୍ଗଳବାର ସକାଳେ ରିକି ଭୁଏ (୧)ଙ୍କୁ ମୁକେଶ କୁମାର ଆଉଟ୍‌ କରି ଦକ୍ଷିଣାଞ୍ଚଳକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। 

Half marathon: ସତାରା ହିଲ୍‌ ହାଫ୍‌ ମାରାଥନ୍‌ରେ ଦୁଃଖୀଶ୍ୟାମ ଦ୍ବିତୀୟ

ତେବେ ନାରାୟଣ ଜଗଦୀଶାନ ଓ ଦେବଦତ୍ତ ପଡ଼ିକଲ ଦ୍ବିତୀୟ ୱିକେଟ୍‌ରେ ୬୦ ରନ୍‌ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ। ଦଳୀୟ ସ୍କୋର୍‌ ୭୦ ଥିଲା ବେଳେ ଜଗଦୀଶାନ (୩୨)ଙ୍କୁ ଶିଖର ମୋହନ ପ୍ୟାଭିଲିୟନ୍‌ ପଠାଇଥିଲେ। ତେବେ ମଧ୍ୟାହ୍ନ ବିରତି ପରେ ପରେ ‌ସେକ୍‌ ରସିଦ (୨୭)ଙ୍କୁ ସାମି ଏଲ୍‌ବିଡବ୍‌ଲ୍ୟୁ କରି ଦେଇଥିଲେ। ଏହାପରେ ସେଟ୍‌ ବ୍ୟାଟର୍‌ ପଡ଼ିକଲ (୬୨)ଙ୍କୁ ମୁକେଶ କୁମାର ପ୍ୟାଭିଲିୟନ୍‌ ପଠାଇ ଦେବାରୁ ଦଳ ୧୨୯/୪ରେ ସଂଘର୍ଷ କରିଥିଲା। ଏହାପରେ ଅଧିନାୟକ ତିଳକ ଗୋଟିଏ ପଟେ ରହିଥିଲା ବେଳେ ରବିଚନ୍ଦ୍ର ସ୍ମରଣ (୨୩)ଙ୍କୁ ସାମି ଏବଂ ଶ୍ରେୟସ ଗୋପାଳ (୨୬)ଙ୍କୁ କୁନିଆନ୍‌ କୁରେସି ଆଉଟ୍‌ କରିଦେଇଥିଲେ। ମୁକେଶ କୁମାର ଓ ସାମି ୨ ଲେଖାଏଁ ୱିକେଯ୍‌ ନେଇଛନ୍ତି।

Education: ଗାଁ ସମସ୍ୟାର ନିଛକ ଛବି ଆଦର୍ଶ ଗ୍ରାମସଭାରେ ଉପସ୍ଥାପିତ କଲେ ଏକଲବ୍ୟ ଅନ୍ତେବାସୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.