ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ସଫେଇ କର୍ମଚାରୀ ଓ ଚୌକିଦାର ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଏହି ନିଯୁକ୍ତିରେ ଆବେଦନ କରିବାର ଶେଷ ତାରିଖ ଆଜି ଅର୍ଥାତ୍ ୨୦୨୬ ନଭେମ୍ବର ୧୧ ରହିଛି। ତେଣୁ ଦଶମ ଶ୍ରେଣୀ ପାସ୍ କରିଥିବା ଏବଂ ସରକାରୀ ଚାକିରି ଖୋଜୁଥିବା ଯୁବକଯୁବତୀମାନେ ତୁରନ୍ତ ଅଧିକୃତ ୱେବସାଇଟ୍ dsssbonline.nic.in ରେ ଆବେଦନ କରିପାରିବେ। ଆଜି ପରେ ଆବେଦନ ପୋର୍ଟାଲ ବନ୍ଦ ହୋଇଯିବ।
ଆବେଦନ ପାଇଁ ରହିଛି ସର୍ତ୍ତ
- ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ବା ମାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ।
- ୨୦୨୬ ଜୁନ ୧ ସୁଦ୍ଧା ବୟସ ସର୍ବନିମ୍ନ ୧୮ ବର୍ଷ ଓ ସର୍ବାଧିକ ୨୭ ବର୍ଷ ହୋଇଥିବା ଦରକାର।
- ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ବୟସ ସୀମାରେ ଛାଡ଼ ମିଳିବ।
କିପରି କରିବେ ଆବେଦନ
୧. ପ୍ରଥମେ DSSSBର ଅଧିକୃତ ୱେବସାଇଟ୍ dsssbonline.nic.in ଖୋଲନ୍ତୁ।
୨. ହୋମ୍ପେଜ୍ରେ ଥିବା ରେଜିଷ୍ଟ୍ରେସନ୍ ଲିଙ୍କ୍ରେ କ୍ଲିକ୍ କରି ଆବଶ୍ୟକ ତଥ୍ୟ ଦିଅନ୍ତୁ।
୩. ପଞ୍ଜୀକରଣ ପରେ ଆବେଦନ ଫର୍ମରେ ଅନ୍ୟାନ୍ୟ ତଥ୍ୟ ପୂରଣ କରି ଫଟୋ ଓ ଦସ୍ତଖତ ଅପଲୋଡ୍ କରନ୍ତୁ।
୪. ଧାର୍ଯ୍ୟ ଆବେଦନ ଶୁଳ୍କ ଜମା କରନ୍ତୁ।
୫. ଶେଷରେ ଫର୍ମ ସବମିଟ୍ କରି ଏହାର ପ୍ରିଣ୍ଟଆଉଟ୍ ରଖନ୍ତୁ।
୬. ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା।
୭. ଏସ୍ସି, ଏସ୍ଟି ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ ରହିଛି।
୮. ଅନଲାଇନ୍ ମାଧ୍ୟମରେ ଶୁଳ୍କ ଜମା କରିହେବ।
୯.ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ କରାଯିବ। ଲିଖିତ ପରୀକ୍ଷାରେ ଧାର୍ଯ୍ୟ କଟ୍ଅଫ୍ ମାର୍କ ହାସଲ କରିଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ। ଶେଷରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଖାଲି ପଦବୀରେ ନିଯୁକ୍ତି ଦିଆଯିବ।
ଚୟନିତ ପ୍ରାର୍ଥୀଙ୍କୁ ଗ୍ରୁପ୍-ସି ଅନୁସାରେ ୫,୨୦୦ ଟଙ୍କାରୁ ୨୦,୨୦୦ ଟଙ୍କା ମୂଳ ବେତନ ସହ ୨,୦୦୦ ଟଙ୍କା ଗ୍ରେଡ୍ ପେ' ପ୍ରଦାନ କରାଯିବ।

1 day ago
1


