Dr Mukesh Mahaling: ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ଆକ୍ସନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

4 days ago 4
ARTICLE AD BOX

ଭୁବନେଶ୍ବର: ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ହେଉଛନ୍ତି ସରକାର। ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟରମୁକେଶ ମହାଲିଙ୍ଗ। ସେ କହିଛନ୍ତି, ଅପମିଶ୍ରିତପନିର ଓ ଛେନା ଚିହ୍ନଟ ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଛି ।

୯୫ ଲକ୍ଷ ୯୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି

ଚଢ଼ାଉ ବେଳେ କେବଳ କଟକରେ ୭୧ କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି । ସେହିପରି ନିଆଳିରେ ଚଢ଼ାଉ କରାଯାଇ ଅପମିଶ୍ରଣକାରୀଙ୍କ ବିରୋଧରେ BNSର ଧାରା ୨୭୫, ୩୧୮ ଓ ୪୩୫ ଅନୁସାରେ ଏତଲା ରୁଜୁ କରାଯାଇଛି । ଗତ ଦୁଇ ବର୍ଷରେ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ୯୫ ଲକ୍ଷ ୯୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏହି ସମୟ ମଧ୍ୟରେ ମୋଟ ୪୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୭,୩୨୯ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି।

ବିଏମ୍‌ସି, କେଏମ୍‌ସି ଓ ଆର୍‌ଏମ୍‌ସି ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରହିଛି। କେବଳ ଭୁବନେଶ୍ୱରରୁ ୨,୮୧୦ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିବା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ଦେଇଛନ୍ତି ।

Fire: ମହାକାଳପଡ଼ାରେ ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି, ଅଳ୍ପକେ ବର୍ତ୍ତିଲେ ମାଲିକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.