Diwali: ଦୀପାବଳିରେ 'କାଜୁ କତଲୀ'ର ଜମିଲା ବଜାର: ସର୍ବାଧିକ ଅର୍ଡର ସାଙ୍ଗକୁ ଅନ୍ୟ କ’ଣ କ’ଣ କିଣିଲେ ଲୋକେ?

1 day ago 2
ARTICLE AD BOX

ନୂଆଦିଲ୍ଲୀ: ଚଳିତ ଦୀପାବଳି ଏବଂ ଧନତେରସ ଅବସରରେ କ୍ୱିକ କମର୍ସ ପ୍ଲାଟଫର୍ମଗୁଡ଼ିକରେ ଗ୍ରାହକମାନେ ଭରପୁର ଅର୍ଡର କରିଥିବା ଦେଖିବାକୁ ମିଳିଛି | ସ୍ୱିଗୀର 'ଇନଷ୍ଟାମାର୍ଟ' (Instamart) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୀପାବଳି ପର୍ବରେ ଦେଶବ୍ୟାପୀ ଲୋକଙ୍କ ମଧ୍ୟରେ ମିଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ କିଣିବାର ପ୍ରବଳ କ୍ରେଜ୍ ଦେଖିବାକୁ ମିଳିଛି।

ଆହୁରି ପଢନ୍ତୁ : CRPF: କୁଲଗାମରେ ସିଆର୍‌ପିଏଫ୍‌ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ: ୩ ସିଆର୍‌ପିଏଫ୍‌ ଯବାନ ଆହତ

କାଜୁ କତଲୀ ରହିଲା ସବୁଠାରୁ ଆଗରେ
ଦୀପାବଳି ସମୟରେ ଅର୍ଡର ହୋଇଥିବା ମିଠାଗୁଡ଼ିକ ମଧ୍ୟରେ 'କାଜୁ କତଲୀ' ସବୁଠାରୁ ଅଧିକ ଅର୍ଡର ପାଇ ପ୍ରଥମ ସ୍ଥାନରେ ରହିଛି। ଏହାପରେ ଦ୍ୱିତୀୟ ସ୍ଥାନରେ ମୋତିଚୁର ଲଡୁ ଏବଂ ତୃତୀୟ ସ୍ଥାନରେ ବେସନ ଲଡୁ ରହିଥିବା ଜଣାପଡ଼ିଛି। ସେହିପରି ପାର୍ଟି ଆୟୋଜନ ସାମଗ୍ରୀର ଚାହିଦା ବାର୍ଷିକ ଭିତ୍ତିରେ ୧୬୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ନମକିନ୍ ଓ ସ୍ନାକ୍ସର ବିକ୍ରିରେ ୪୨ ପ୍ରତିଶତର ଉଲ୍ଲେଖନୀୟ ବୃଦ୍ଧି ଘଟିଛି। 

ଆହୁରି ପଢନ୍ତୁ : Iran Nuclear Programme: ପରମାଣୁ ସୂଚନା ପାଇଁ ଆମେରିକାର ୨୦ ମିଲିୟନ ଡଲାର ପୁରସ୍କାର ଘୋଷଣା: ଜାତିସଂଘ,ଆଇଏଇଏକୁ ନିନ୍ଦା କରିବାକୁ ଅନୁରୋଧ କଲା ଇରାନ

ସବୁଠାରୁ ବ୍ୟସ୍ତବହୁଳ ସମୟ
ରିପୋର୍ଟ ମୁତାବକ, ଦୀପାବଳି ସମୟରେ ଦିନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସବୁଠାରୁ ଅଧିକ ଭିଡ଼ ଏବଂ ଅର୍ଡର ଆସିଥିଲା। ବିଶେଷକରି ସକାଳ ୧୧ଟା ୧୮ ମିନିଟ୍‌ରେ ମାତ୍ର ଗୋଟିଏ ମିନିଟ୍ ଭିତରେ ସର୍ବାଧିକ ସଂଖ୍ୟକ ଅର୍ଡର ମିଳିଥିଲା। ରାୟପୁର, ମଦୁରାଇ, ଗୌହାଟୀ, ତ୍ରିଶୂର ଏବଂ କୋଲ୍ଲମ ସହରଗୁଡ଼ିକରେ ପର୍ବ ସମୟରେ ସବୁଠାରୁ ଅଧିକ ଗ୍ରାହକଙ୍କ ଚାହିଦା ଦେଖାଯାଇଥିଲା।

ଆହୁରି ପଢନ୍ତୁ : Air India plane: କୋଲକାତା ବିମାନବନ୍ଦରରେ ଅପହରଣ ଧମକ, ଏୟାର ଇଣ୍ଡିଆ ବିମାନରେ ଆତଙ୍କ

ଧନତେରସରେ ସୁନା ଓ ରୁପା ସମେତ ବଡ଼ ବଡ଼ ଅର୍ଡର
ଏହା ପୂର୍ବରୁ ଧନତେରସ ଅବସରରେ ଲୋକେ ବହୁ ପରିମାଣରେ ସୁନା ଓ ରୁପାର ସିକ୍କା (Coins) କିଣିଥିଲେ।ହାଇଦ୍ରାବାଦରୁ ରାତି ୧୨ଟା ୩୦ ସେକେଣ୍ଡରେ ପ୍ରଥମ ୨୪ କ୍ୟାରେଟ୍‌ର ଫୁଲ ଡିଜାଇନ୍ ସୁନା ସିକ୍କା ଅର୍ଡର ହୋଇଥିବାବେଳେ, ଏହାର ୪ ସେକେଣ୍ଡ ପରେ ବେଙ୍ଗାଲୁରୁରୁ ରୁପା ସିକ୍କା ଅର୍ଡର ହୋଇଥିଲା। କିଣାଯାଇଥିବା ସୁନା ସିକ୍କାଗୁଡ଼ିକର ପ୍ରାୟ ଦୁଇ-ତୃତୀୟାଂଶରେ ଗୋଲାପ ବା ଫୁଲ ଡିଜାଇନ୍ ଏବଂ ୭୩ ପ୍ରତିଶତ ରୁପା ସିକ୍କାରେ ମା' ଲକ୍ଷ୍ମୀ ଓ ଗଣେଶଙ୍କ ଆକୃତି ରହିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.