Displaced Families of MCL ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା ନଥାଇ ଘରଭାଙ୍ଗି‌ଦେଲେ: ଏମ୍‌ସିଏଲ୍‌ ବିସ୍ଥାପିତଙ୍କ ଅଭିଯୋଗ

1 hour ago 1
ARTICLE AD BOX

ସୁନ୍ଦରଗଡ଼(ଡମ୍ବରୁଧର ନାୟକ):  ପୁନର୍ବାସ, ଥଇଥାନ ନାହିଁ। କେବଳ ୪ ଡିସିମିଲ୍‌ ପଟ୍ଟା ଖଣ୍ଡିଏ ଖଣ୍ଡିଏ ଧରାଇଦେଲେ। ସେ ଜମି ମଧ୍ୟ ଚିହ୍ନଟ ହୋଇନାହିଁ। ତଥାପି ବୁଲଡୋଜର ଲଗାଇ ଭାଙ୍ଗିଦେଲେ ଘର। ଏମ୍‌ସିଏଲ୍‌ ବସୁନ୍ଧରା ଖଣିରେ ଆଂଶିକ ପ୍ରଭାବିତ କୁଲଡା ଓ ତୁମୁଲିଆର ପରିବାର ଆଣିଛନ୍ତି ଏହି ଅଭିଯୋଗ। ଏମ୍‌ସିଏଲ୍‌ର ଦାଦାଗିରିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିସ୍ଥାପିତ ପରିବାର ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

MCL demolition1

ବିସ୍ଥାପିତଙ୍କ ଅଭିଯୋଗ ଅନୁସାରେ, ଦୁଇ ଗାଁର ଆଂଶିକ ପ୍ରଭାବିତ ୮ ପରିବାରକୁ ତହସିଲଦାର ଗତ ୨ ତାରିଖରେ ୪ ଡିସିମିଲ୍‌ ଲେଖାଏଁ ଘରଡିହ ପଟ୍ଟା ପ୍ରଦାନ କରିଥିଲେ। କିନ୍ତୁ ଜମିର ସ୍ଥାନ ଚିହ୍ନଟ ଓ ସୀମା ନିର୍ଦ୍ଧାରଣ ହୋଇ ନଥିଲା। ଏସ୍ଥିତିରେ କୌଣସି ଆଇନଗତ ପ୍ରକ୍ରିୟା ଓ ପୁନର୍ବାସ ସୁବିଧା ନଦେଇ ୩ ତାରିଖରୁ କମ୍ପାନି ବୁଲଡୋଜର ଲଗାଇ ଘର ଭାଙ୍ଗିବା ଆରମ୍ଭ କରିଥିଲେ। 

MCL: ଏମ୍‌ସିଏଲ୍‌ ବସାଇବ ୨ଟି ନୂଆ କୋଲ୍‌ ୱାସେରି: ଅନୁଗୁଳ, ଝାରସୁଗୁଡ଼ାରେ ସ୍ଥାପନ କରାଯିବ

କୌଣସି ପର୍ଯ୍ୟାପ୍ତ ନୋଟିସ, ଯଥେଷ୍ଟ ସମୟ, ବିକଳ୍ପ ବାସସ୍ଥାନ, ପୁନର୍ବାସ ସହାୟତା ଓ ସମ୍ପୂର୍ଣ୍ଣ ବିସ୍ଥାପନ ପ୍ରକ୍ରିୟା ବିନା ଘର ଭାଙ୍ଗିବାକୁ ଲୋକେ ବିରୋଧ କରିଥିଲେ ମଧ୍ୟ କମ୍ପାନି ଶୁଣି ନଥିଲା। ୨ଟି ପରିବାରର ୪ଟି ଘରକୁ ଭାଙ୍ଗି ଦେଇଥିଲା। ଅସନ୍ତୁଷ୍ଟ ପରିବାରର ରଶ୍ମି ତିୱାରୀ, ସନ୍ତୋଷୀ ତିୱାରୀ, ନନ୍ଦଲାଲ ସୁନାନୀ, କୁମାରୀ ନାଏକ, ସୁରେଶ ବନଛୋର, ପଙ୍କଜିନୀ ମହାନନ୍ଦିଆ, ନୀଳକଣ୍ଠ ଧୁରୁଆ, ଅପୂର୍ବ ମୁର୍ମୁ, ମୀନା ଦାଶ ପ୍ରମୁଖ ଗୁରୁବାର ସମାଜସେବୀ ନିନିମା ପ‌ଟେଲ ସହ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ନ୍ୟାୟ ମାଗିଥିଲେ। 

MCL: ଏମ୍‌ସିଏଲ୍‌ରେ ସିବିଆଇ, ଇଡି ଚଢ଼ଉ: ୭୫ ହଜାର ଟନ୍ କୋଇଲାର ହିସାବ ମିଳୁନି!

ସମାଜସେବୀ ନିନିମା ପଟେଲ କହିଛନ୍ତି, ପ୍ରଶାସନ ନିଜ ଆଡ଼ୁ କମ୍ପାନି ବିରୋଧରେ ମାମଲା ରୁଜୁ କରିବା ଆବଶ୍ୟକ। ଅଧିଗ୍ରହଣ କିମ୍ବା ବିସ୍ଥାପନକୁ ବିରୋଧ କରୁନାହୁଁ, କିନ୍ତୁ ତାହା ସମ୍ବିଧାନ, ପ୍ରଚଳିତ ଆଇନ ଓ ପୁନର୍ବାସ ନୀତି ଅନୁଯାୟୀ ହେବା ଆବଶ୍ୟକ ବୋଲି ସେମାନେ କହିଥିଲେ। 

CBI Raid MCL ଏମସିଏଲରେ ସିବିଆଇ ଚଢ଼ାଉ; ୭୫ ହଜାର ଟନ୍ କୋଇଲାର ହିସାବ ମିଳୁ ନଥିବା ଚର୍ଚ୍ଚା, ଗର୍ଜନବାହାଲ ଖଣି ଓ ରେଲୱେ ସାଇଡିଂରେ ଖୋଳତାଡ଼

ଆଇନ ଅନୁଯାୟୀ ସମ୍ପୂର୍ଣ୍ଣ ବିସ୍ଥାପନ ଓ ପୁନର୍ବାସ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଘର ଭଙ୍ଗା କାର୍ଯ୍ୟ ତୁରନ୍ତ ବନ୍ଦ କରିବା, ପ୍ରଭାବିତ ପରିବାରକୁ ଯଥାଯଥ ନୋଟିସ, ପର୍ଯ୍ୟାପ୍ତ ସମୟ, ବିକଳ୍ପ ବାସସ୍ଥାନ ଓ ସମସ୍ତ ପୁନର୍ବାସ ସୁବିଧା ପ୍ରଦାନ, ଘର ଭଙ୍ଗା ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ଅଧିକାରୀ ଓ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା, ନିୟମ ପରିଧିରେ ଥିବା ଘର ଓ ଅନ୍ୟ ବସ୍ତୁର ପ୍ରାପ୍ୟ, ପୁନର୍ବାସ ଓ ଥଇଥାନ ନୀତିରେ ଥିବା ସମସ୍ତ ପ୍ରାପ୍ୟ ଦେବାକୁ ଦାବି କରିଥିଲେ। ଆଗକୁ କମ୍ପାନି ଏପରି ମନମାନି କଲେ ଲୋକେ ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.