Dinosaur era: ଡାଇନୋସର୍‌ ଯୁଗର କବକ ଆବି‌ଷ୍କାର

57 minutes ago 1
ARTICLE AD BOX

ଆମେ ଜାଣୁ ଯେ, ପ୍ରାୟ ୬୫ ନିୟୁତ ବା ୬୫୦ ଲକ୍ଷ ବର୍ଷ ତଳେ ପୃଥିବୀରୁ ଡାଇନୋସର୍‌ ବଂଶ ଲୋପ ପାଇଯାଇଥିଲେ। ସେମାନେ ଆଉ ଭୂପୃଷ୍ଠରେ ନାହାନ୍ତି, ତେବେ ସେମାନେ ବିଲୁପ୍ତ ହେଲା ପରେ ପ୍ରକୃତି କୋଳରେ ଜନ୍ମ ନେଇଥିବା ଏକ ଫଙ୍ଗସ୍‌ ବା କବକ ଏଯାଏ ବଞ୍ଚିଛି। ଚୀନର ଦକ୍ଷିଣ-ପଶ୍ଚିମ ୟୁନାନ୍‌ ପ୍ରଦେଶର ଜଙ୍ଗଲରେ ବୈଜ୍ଞାନିକମାନେ ଏହି ବିରାଟକାୟ ପ୍ରାଗୈତିହାସିକ କବକ ଆବିଷ୍କାର କରିଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି କବକଟି ହେଉଛି ‘ଡିଆଞ୍ଜୁନସ୍‌ ରେକ୍ସ’ ପ୍ରଜାତିର, ଯାହା ୫୦ ସେଣ୍ଟିମିଟର୍‌ ଉଚ୍ଚତା ଏବଂ ୨.୨ କିଲୋଗ୍ରାମ୍‌ ଓଜନ ପର୍ଯ୍ୟନ୍ତ ବଢ଼ିପାରେ ବୋଲି କୁହାଯାଇଛି। ଗବେଷକମାନଙ୍କ କହିବା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ‘ଫାଇଲମ୍‌ ଆସ୍କୋମାଇକୋଟାର୍‌’ କବକ ମଧ୍ୟରୁ ଏହା ସବୁଠାରୁ ବଡ଼। 

Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ

‘ଫ୍ରଣ୍ଟିୟର୍ସ ଇନ୍‌ ଫଙ୍ଗାଲ୍‌ ବାୟୋଲୋଜି’ରେ ଏହି କବକର ଆବିଷ୍କାର ସମ୍ପର୍କିତ ବିବରଣୀ ପ୍ରକାଶ ପାଇଛି। କୁନ୍‌ମିଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବଟାନିର ଜର୍ମପ୍ଲାଜମ୍‌ ବ୍ୟାଙ୍କ ଅଫ୍‌ ୱାଇଲ୍‌ଡ ସ୍ପେସିଜ୍‌ର ସହଯୋଗୀ ପ୍ରଫେସର୍‌ ତଥା ଏହି ଅଧ୍ୟୟନ‌େର ସମ୍ପୃକ୍ତ ଲେଖକ ଡକ୍ଟର ଇନ୍ଦୁନିଲ୍‌ ସେନାନାୟକେ କହିଛନ୍ତି, ଏହି କବକ ପ୍ରଜାତିଟି ଏକ ନୂଆ କବକ ପରିବାର ‘ଡାଏନଜୁନାସିଏ’ର ପ୍ରତିନିଧିତ୍ୱ କରୁଛି ଏବଂ ଏହାର ଶରୀରରେ ବିବର୍ତ୍ତନ ଘଟିବାରେ ଲାଗିଛି। ଘଞ୍ଚ ଜଙ୍ଗଲରେ ଓକ୍‌ ଗଛର ଚେର ଚାରିପଟେ ଏହି ନୂତନ ପ୍ରଜାତିର ଧଳା ରଙ୍ଗର କବକ ଠାବ ହୋଇଥିଲା। ବୈଜ୍ଞାନିକମାନେ ମଲିକ୍ୟୁଲାର୍‌ କ୍ଲକ୍‌ ପରୀକ୍ଷା କରି ଏହାର ଉତ୍ପତ୍ତି ଡାଇନୋସର୍‌ ବିଲୁପ୍ତ ହେବାର ୧୦ ଲକ୍ଷ ବର୍ଷ ପରେ ହୋଇଥିବା ଦର୍ଶାଇଛନ୍ତି। ସେହି ସମୟରେ ଗ୍ରହାଣୁ ମାଡ଼ ଯୋଗୁଁ ପୃଥିବୀର ଅଧିକାଂଶ ବୃକ୍ଷଲତା ନଷ୍ଟ ହୋଇଯାଇଥିଲା। ପ୍ରଚୁର ପରିମାଣର ପଚାସଢ଼ା କାଠ ଓ ମୃତ ଉଦ୍ଭିଦ ଏହି କବକର ବଂଶବୃଦ୍ଧି ତଥା ବିଶାଳ ଆକାର ଧାରଣ କରିବାରେ ସହାୟକ ହୋଇଥିଲା ବୋଲି ଅନୁମାନ କରାଯାଉଛି। ଏହି ଆବିଷ୍କାର ପୃଥିବୀର ଇତିହାସ ଓ ମହାବିଲୁପ୍ତି ପରବର୍ତ୍ତୀ ପରିବେଶର ପୁନରୁଦ୍ଧାର ପ୍ରକ୍ରିୟାକୁ ବୁଝିବାରେ ଏକ ନୂଆ ଦିଗ ଦେଖାଇଛି।

Kolkata: କୋଲକାତା ଦୁର୍ଗାପୂଜା: ଭିଡ଼ ପରିଚାଳନା ପାଇଁ ୯ ଆଇପିଏସ୍‌ ଅଧିକାରୀଙ୍କୁ ଦାୟିତ୍ବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.