ARTICLE AD BOX
ନବରଙ୍ଗପୁର: ଧୀରେ ଧୀରେ ନିୟନ୍ତ୍ରଣକୁ ଫେରୁଛି ନବରଙ୍ଗପୁର ଝାଡ଼ାବାନ୍ତି । ଚିକିତ୍ସାଧୀନ ଥିବା ୧୬ ଜଣଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଉମରକୋଟ ତୋହରା ପଞ୍ଚାୟତ କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଅସୁସ୍ଥ ହୋଇ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।
ଚିକିତ୍ସା ପରେ ସମସ୍ତେ ପ୍ରାୟ ସୁସ୍ଥ ହୋଇଥିବା ବେଳେ ଆଜି ସେମାନେ ଘରକୁ ଫେରିବା ସମ୍ଭାବନା ରହିଛି। ଏପଟେ ରୋଗର ପ୍ରକୃତ କାରଣ ଖୋଜିବାକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୫ ଜଣିଆ ବିଶେଷଜ୍ଞ ଟିମ୍ କେନ୍ଦୁଘାଟରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। କେନ୍ଦୁଘାଟରେ ଝାଡ଼ାବାନ୍ତି ପରେ ତତ୍ପର ହୋଇଛି ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ । ନବରଙ୍ଗପୁରରୁ ଗୋଟିଏ ଟିମ୍ ସହ କୋରାପୁଟ ମେଡିକାଲ କଲେଜରୁ ୫ ଜଣିଆ ବିଶେଷଜ୍ଞ ଟିମ୍ ଗାଁରେ ପହଞ୍ଚି ଯାଞ୍ଚ କରିବା ସହ ନମୁନା ସଂଗ୍ରହ କରିଛି। ସଂଗୃହୀତ ନମୁନା ପରୀକ୍ଷା ପରେ ଝାଡ଼ାବାନ୍ତିର ପ୍ରକୃତ କାରଣ ସ୍ପଷ୍ଟ ହେବ ।
ମେଡିକାଲ ଟିମ୍ ୨୪ ଘଣ୍ଟା ଲୋକଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି
ଅନ୍ୟପଟେ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଟିମ୍ ତିନି ସିଫ୍ଟରେ ୨୪ ଘଣ୍ଟା ଲୋକଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଏବେ ଗାଁରେ ସ୍ଥିତି ସ୍ୱାଭାବିକ ହେବାକୁ ଲାଗିଥିବା ବେଳେ ନୂଆ ଝାଡ଼ାବାନ୍ତି ରୋଗୀ ଚିହ୍ନଟ ହୋଇନାହାନ୍ତି । ଗାଁରେ ରୋଗ ନ ବ୍ୟାପିବା ପାଇଁ ସଚେତନତା କାର୍ଯ୍ୟକ୍ରମ ସହ ହାତ ଧୋଇବା, ବିଶୁଦ୍ଧ ପାଣି ପିଇବା ଓ ସ୍ୱଚ୍ଛତା ରକ୍ଷା ନେଇ ଲୋକଙ୍କୁ ସଚେତନ କରାଯାଉଛି। ବିଭିନ୍ନ ସ୍ଥାନରେ ସଚେତନତାମୂଳକ ବ୍ୟାନର ଲଗାଯାଇଛି । ପାନୀୟ ଜଳ ବିଭାଗ ପକ୍ଷରୁ ଗାଁର ବିଭିନ୍ନ ଜଳ ଉତ୍ସ ବିଶୋଧନ କରାଯାଉଛି ।
Chhattisgarh Chief Minister: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ

1 week ago
7


