Diabetes: ଚିନି ଖାଇଲେ କ’ଣ ଡାଇବେଟିସ୍ ହୁଏ? ଜାଣନ୍ତୁ ଏହା ପଛରେ ଥିବା ସତ୍ୟତାକୁ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଚିନି ଖାଇବା ଦ୍ୱାରା ଡାଇବେଟିସ୍‌ ହୋଇଯାଏ। ଏହି କାରଣରୁ ଅନେକ ଲୋକ ଚା', ଓ ଅନ୍ୟାନ୍ୟ ମିଠା ଜିନିଷଠାରୁ ଦୂରେଇ ରୁହନ୍ତି। କିନ୍ତୁ କେବଳ ଚିନି ଖାଇବା ଦ୍ୱାରା ଜଣେ ବ୍ୟକ୍ତିର ଡାଇବିଟିଜ୍ ହୋଇପାରିବ କି? ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ ଏହାର ଉତ୍ତର ଏତେ ସରଳ ନୁହେଁ। କେବଳ ଧଳା ଚିନି ଖାଇବା ଦ୍ୱାରା ସିଧାସଳଖ ଡାଇବେଟିସ୍‌ ହୁଏ ନାହିଁ, କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ ମାତ୍ରାରେ ମିଠା ଖାଇବା, ବିଶେଷକରି ମିଠା ପାନୀୟ ପିଇବା ଦ୍ୱାରା ଡାଇବେଟିସ୍‌ ରୋଗର ଆଶଙ୍କା ବଢ଼ିପାରେ। ଏହା ସହିତ ଓଜନ ବୃଦ୍ଧି ପାଇବା, କମ୍ ବ୍ୟାୟାମ କରିବା ଓ ବଂଶଗତ କାରଣ ଥାଇପାରେ।

ଆହୁରି ପଢ଼ନ୍ତୁ: ଡିଏମକେ ନେତା କେଏନ ନେହେରୁଙ୍କ ଘରେ ଚଢାଉ: ଟିଭିକେକୁ ନିନ୍ଦା କଲେ ଷ୍ଟାଲିନ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଆଣିଲେ

ଚିନି ଖାଇବା ଦ୍ୱାରା କ’ଣ ସିଧାସଳଖ ଡାଇବେଟିସ୍‌ ହୁଏ?

କେବଳ ଚିନି ଖାଇବା ଦ୍ୱାରା ଜଣେ ବ୍ୟକ୍ତିର ସିଧାସଳଖ ଡାଇବେଟିସ୍‌ ହୋଇଯାଏ, ଏହା ନୁହେଁ। ଏହା ସେତେବେଳେ ହୁଏ ଯେତେବେଳେ ଶରୀର ରକ୍ତରେ ଶର୍କରାକୁ ଠିକ୍ ଭାବରେ ନିୟନ୍ତ୍ରଣ କରିପାରେ ନାହିଁ। ଏହାର ପଛରେ ଅନେକ କାରଣ ଥାଇପାରେ, ଯେପରିକି- ଅଧିକ ଓଜନ, କମ୍ ଶାରୀରିକ ପରିଶ୍ରମ, ଭୁଲ୍ ଖାଦ୍ୟପେୟ ଏହାର ଆଶଙ୍କାକୁ ବଢ଼ାଇଥାଏ। ତେଣୁ କେବଳ ଚିନିକୁ ହିଁ ଡାଇବେଟିସ୍‌ର କାରଣ ବୋଲି ଭାବିବା ଠିକ୍‌ ହେବ ନାହିଁ।

ଯଦି କୌଣସି ବ୍ୟକ୍ତି ପ୍ରତିଦିନ ବହୁତ ଅଧିକ ମିଠା ଖାଆନ୍ତି, ତେବେ ଶରୀରକୁ ଆବଶ୍ୟକତାଠାରୁ ଅଧିକ କ୍ୟାଲୋରି ମିଳିପାରେ। ଦୀର୍ଘ ସମୟ ଧରି ଏପରି ହେବା ଦ୍ୱାରା ଓଜନ ବୃଦ୍ଧି ପାଇପାରେ। ଅଧିକ ଓଜନ ରହିବା ଦ୍ୱାରା ଟାଇପ୍-୨ ଡାଇବିଟିଜ୍ ର ବିପଦ ବଢ଼ିଯାଏ। ଅର୍ଥାତ୍ ଚିନିର ପ୍ରଭାବ କେବଳ ରକ୍ତରେ ଶର୍କରା ବୃଦ୍ଧି ପାଇବା ପର୍ଯ୍ୟନ୍ତ ସୀମିତ ନୁହେଁ। ଅଧିକ ମିଠା ଖାଇବା ଦ୍ୱାରା ଓଜନ ଏବଂ ସମଗ୍ର ଡାଏଟ୍ ଖରାପ ହେବା ଦ୍ୱାରା ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।

ମିଠା ପାନୀୟ ଅଧିକ କ୍ଷତି ପହଞ୍ଚାଇପାରେ

କୋଲ୍ଡ ଡ୍ରିଙ୍କ୍, ପ୍ୟାକେଜ୍ ଜୁସ୍, ଏନର୍ଜି ଡ୍ରିଙ୍କ୍ ଓ ଅନ୍ୟାନ୍ୟ ମିଠା ପାନୀୟରେ ଯଥେଷ୍ଟ ପରିମାଣରେ ଶର୍କରା ଥାଇପାରେ। ଏଗୁଡ଼ିକୁ ପିଇବା ଦ୍ୱାରା ଶରୀରକୁ କମ୍ ସମୟ ଭିତରେ ଅଧିକ ଶର୍କରା ମିଳିଯାଏ। ଅନେକ ସମୟରେ ଲୋକମାନେ ଏହି ପାନୀୟଗୁଡ଼ିକୁ ପାଣି ପରି ପିଇଯାଆନ୍ତି ଓ ସେମାନେ ଜାଣିପାରନ୍ତି ନାହିଁ ଯେ ସେମାନେ କେତେ ଅତିରିକ୍ତ ଚିନି ଗ୍ରହଣ କରୁଛନ୍ତି। ଏଗୁଡ଼ିକରେ କ୍ୟାଲୋରି ମଧ୍ୟ ଅଧିକ ଥାଇପାରେ, ଯାହା ଦୀର୍ଘ ସମୟ ଧରି ଅଧିକ ସେବନ କରିବା ଦ୍ୱାରା ଓଜନ ବୃଦ୍ଧି ପାଇବାର ଆଶଙ୍କା ରହିଥାଏ। ବୃଦ୍ଧି ପାଇଥିବା ଓଜନ ଟାଇପ୍-୨ ଡାଇବେଟିସ୍‌ ର ବିପଦକୁ ବଢ଼ାଇପାରେ। ଗବେଷଣାରୁ ମଧ୍ୟ ଚିନିଯୁକ୍ତ ପାନୀୟ ଏବଂ ଟାଇପ୍-୨ ଡାଇବେଟିସ୍‌ ମଧ୍ୟରେ ସମ୍ପର୍କ ରହିଥିବାର ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ୧୧ ବର୍ଷ ଧରି ନିଜ କେଶ ଖାଉଥିଲେ ଛାତ୍ରୀ, ପେଟରୁ ବାହାରିଲା ୧.୧୬ କେଜି ଓଜନର କେଶଗୁଚ୍ଛ

ଚିନି କମ୍ କରିବା ଦ୍ୱାରା କ’ଣ ଲାଭ ମିଳିବ?

ଡାଏଟ୍‌ରେ ଅଧିକ ଚିନି ମାତ୍ରା କମ୍ କରିବା ଦ୍ୱାରା ଶରୀରକୁ ମିଳୁଥିବା ଅତିରିକ୍ତ କ୍ୟାଲୋରି କମ୍ ହୋଇପାରେ। ଏହାଦ୍ୱାରା ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ ମିଳିପାରେ। ଚିନି କମ୍ କରିବାର ଅର୍ଥ କେବଳ ଚା’ରେ କମ୍ ଚିନି ପକାଇବା ନୁହେଁ ବରଂ ମିଠା, ଚକୋଲେଟ୍, ମିଠା ବିସ୍କୁଟ୍, କେକ୍ ଓ ସୁଗାରଯୁକ୍ତ ପାନୀୟ ଭଳି ଜିନିଷଗୁଡ଼ିକର ସେବନ ମଧ୍ୟ କମ୍ କରିବା। ଏହାଦ୍ୱାରା ପ୍ରତିଦିନ ଗ୍ରହଣ କରାଯାଉଥିବା ସମୁଦାୟ ଶର୍କରା ପରିମାଣ କମ୍ ହୋଇପାରେ। ଯଦି ଏହା ସହିତ ଘରର ସନ୍ତୁଳିତ ଖାଦ୍ୟ ଏବଂ ପ୍ରତିଦିନ ଅଳ୍ପ ଶାରୀରିକ ପରିଶ୍ରମ କରାଯାଏ, ତେବେ ଶରୀରକୁ ଦୀର୍ଘକାଳୀନ ଭାବରେ ଲାଭ ମିଳିପାରେ।

ଚିନି ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା କ’ଣ ଜରୁରୀ କି?

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଚିନିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ଜରୁରୀ ନୁହେଁ। ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ ଶର୍କରା ନ ନେବା। ମିଠା, ଚକୋଲେଟ୍, ମିଠା ବିସ୍କୁଟ୍ ଏଓ ସୁଗାରଯୁକ୍ତ ପାନୀୟଗୁଡ଼ିକୁ କମ୍ ପରିମାଣରେ ଗ୍ରହଣ କରିବା ଅଧିକ ଭଲ। ଯଦି କୌଣସି ବ୍ୟକ୍ତିଙ୍କୁ ପୂର୍ବରୁ ଡାଇବେଟିସ୍‌ ଅଛି କିମ୍ବା ବ୍ଲଡ୍ ସୁଗାର ବଢ଼ି ରହିଛି, ତେବେ ସେ ନିଜର ଡାଏଟ୍ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ରଖିବା ଉଚିତ୍।

ଆହୁରି ପଢ଼ନ୍ତୁ: ଉଲ୍ଲାସ ସଚେତନତା ଅଭିଯାନର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ: ଆଜି ଠୁ ବୁଲିଲା ସଚେତନତା ଯାନ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.