Diabetes Management: ସକାଳର ରକ୍ତରେ ଶର୍କରା କିପରି ନିୟନ୍ତ୍ରଣ କରିବେ? ଜାଣନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ

1 day ago 2
ARTICLE AD BOX

ସକାଳୁ ଉଠିବା ମାତ୍ରେ କାମର ବ୍ୟସ୍ତତା ଯୋଗୁଁ ଆମେ ଅନେକ ସମୟରେ ଏପରି କିଛି ଅନୁପଯୁକ୍ତ ଅଭ୍ୟାସ ଆପଣାଇଥାଉ, ଯାହା ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ। ବିଶେଷକରି ମଧୁମେହ ରୋଗୀମାନଙ୍କ ପାଇଁ ସକାଳ ସମୟରେ ରକ୍ତରେ ଶର୍କରା ମାତ୍ରା ଅଧିକ ରହିବାର ସମ୍ଭାବନା ଥାଏ। ଗ୍ରେଟର ନୋଏଡ଼ାର କୈଳାଶ ହସ୍ପିଟାଲର ଏଣ୍ଡୋକ୍ରାଇନୋଲଜିଷ୍ଟ ଡାକ୍ତର ସୀମା ଦକ୍ଷ ସକାଳର ଖାଦ୍ୟପେୟ ଏବଂ ଜଳଖିଆ ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଯାତ୍ରୀଙ୍କ ଜୀବନ ସହ ଖେଳ! ଖାଦ୍ୟ ଥାଳିରୁ ବାହାରିଲା ଲୁହା ଜାଲି

ସକାଳେ ଶର୍କରା ମାତ୍ରା କାହିଁକି ବଢ଼ିଯାଏ?

ଡାକ୍ତର ଦକ୍ଷଙ୍କ ମତରେ, ରାତିରେ କିଛି ନ ଖାଇ ଶୋଇବା ପରେ ମଧ୍ୟ ସକାଳେ ଉଠିବା ପରେ ଶର୍କରା ମାତ୍ରା ଅଧିକ ଥିବାର ଦେଖାଯାଏ। ଏହାର ମୁଖ୍ୟ କାରଣ ହେଉଛି 'ଡନ୍ ଫେନୋମେନନ୍'। ପ୍ରାତଃ ସମୟରେ ଶରୀର କର୍ଟିସୋଲ୍ ଓ ଗ୍ରୋଥ୍ ହରମୋନ୍ ଭଳି ହରମୋନ୍‌ଗୁଡ଼ିକ ମୁକ୍ତ କରିଥାଏ, ଯାହା ଶରୀରକୁ ଦିନସାରା ପ୍ରସ୍ତୁତ ରଖିବାରେ ସାହାଯ୍ୟ କରେ। ଏହି ହରମୋନ୍ ପରିବର୍ତ୍ତନ ଯକୃତରୁ ଗ୍ଲୁକୋଜ୍ ଉତ୍ପାଦନକୁ ବଢ଼ାଇଦିଏ ଓ ଇନ୍ସୁଲିନ୍ ସମ୍ବେଦନଶୀଳତାକୁ କମ କରିଦିଏ, ଯାହା ଫଳରେ ରକ୍ତରେ ଶର୍କରା ମାତ୍ରା ବୃଦ୍ଧି ପାଇଥାଏ।

ସକାଳର ପାନୀୟ କିପରି ହେବା ଉଚିତ୍?

ଅଧିକାଂଶ ଲୋକେ ସକାଳେ ଚା' କିମ୍ବା କଫି ପିଇବାକୁ ପସନ୍ଦ କରନ୍ତି।

  • ମିଠା ଚା' କିମ୍ବା କଫି ସହିତ ବିସ୍କୁଟ୍ ଖାଇବା ଅଭ୍ୟାସ ରକ୍ତରେ ଶର୍କରାକୁ ଦ୍ରୁତ ଗତିରେ ବଢ଼ାଇ ଦେଇଥାଏ।

  • ଆପଣଙ୍କୁ ଚା' କିମ୍ବା କଫି ଛାଡ଼ିବାକୁ ପଡ଼ିବ ନାହିଁ, କେବଳ ସେଥିରେ ଅଧିକ ଚିନିର ବ୍ୟବହାର କମ କରନ୍ତୁ ଏବଂ ଏହା ସହିତ କ’ଣ ଖାଉଛନ୍ତି ସେଥିପ୍ରତି ସତର୍କ ରୁହନ୍ତୁ।

ଆମ ଦେଶରେ ଜଳଖିଆରେ ସାଧାରଣତଃ କାର୍ବୋହାଇଡ୍ରେଟ୍ (ଯେପରିକି ପରଟା, ବ୍ରେଡ୍, ଫଳରସ ଏବଂ ମିଠା ସିରିଏଲ୍) ଅଧିକ ଥାଏ। ଏହାର ପରିବର୍ତ୍ତନରେ ଏକ ସନ୍ତୁଳିତ ଜଳଖିଆ ଖାଇବା ଉଚିତ୍। ଜଳଖିଆରେ ଅଣ୍ଡା, ପନିର, ଦହି, ଅଙ୍କୁରିତ ମୁଗ, ବେସନ୍ କିମ୍ବା ମୁଗ ଚିଲା, ଗ୍ରୀଲ୍ ପନିପରିବା ଏବଂ ପରିମିତ ମାତ୍ରାରେ ପୂର୍ଣ୍ଣ ଶସ୍ୟ ସାମିଲ କରନ୍ତୁ। ଏହା ପେଟ ଭର୍ତ୍ତି ରଖିବା ସହ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ। ଫଳର ରସ ବା ଜୁସ୍ ପିଇବା ବଦଳରେ ସମ୍ପୂର୍ଣ୍ଣ ଫଳ ଖାଆନ୍ତୁ, ଯାହାଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ଫାଇବର ମିଳିଥାଏ ଓ ଶର୍କରା ମାତ୍ରା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଏ। 

ଆହୁରି ପଢ଼ନ୍ତୁ: ତାମିଲନାଡୁରେ ନବରଙ୍ଗପୁରର ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.