Dhenkanal: ଢେଙ୍କାନାଳରେ ଚାଞ୍ଚଲ୍ୟ: ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

1 hour ago 1
ARTICLE AD BOX

ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର ପ୍ରଧାନ(୩୪) ରିଜର୍ଭ ପୁଲିସରେ ଓଏପିଏସ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ସେ ସହରର ଖମାରସାହି ଅଞ୍ଚଳରେ ଭଡାଘର ନେଇ ରହୁଥିଲେ ।

ରୋଷେଇଘରୁ କନେଷ୍ଟବଳଙ୍କ ଝୁଲନ୍ତାଦେହ ଉଦ୍ଧାର

ଗତକାଲି ସେ ଡିୟୁଟିରୁ ଫେରିବା ପରେ ପରିବାର ସହ ମିଶି ଖିଆପିଆ କରିଥିଲେ । ପରେ କୌଣସି କାରଣକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼‌ା ହୋଇଥିଲା । ଏହାପରେ  ସମସ୍ତେ ଶୋଇବାକୁ ଚାଲିଯାଇଥିଲେ। କେହି ଯେମିତି କୋଠରିରୁ ବାହାରକୁ ନବାହାରି ପାରନ୍ତୁ ସେଥିପାଇଁ ଶଙ୍କର ପ୍ରଧାନ ବାହାରୁ  କବାଟ ଦେଇ ରୋଷେଇ ଘରକୁ ଚାଲି ଯାଇଥିଲେ। ସେଠାରେ ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିଲେ । ତାଙ୍କ ପତ୍ନୀ ପଡୋଶୀମାନଙ୍କୁ ଡାକିବାରୁ ସେମାନେ ଆସି କବାଟ ଖୋଲି ତାଙ୍କୁ ଝୁଲିପଡିଥିବା ଦେଖିଥିଲେ । ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏ ନେଇ ଟାଉନ ଥାନାରେ ୩୩/୨୬ରେ ଏକ ମାମଲା ରୁଜୁ କରାଯାଇଥିବା ଟାଉନ ଥାନା ଏସଆଇ ଶଶୀଭୂଷଣ ବେହେରା ସୂଚନା ଦେଇଛନ୍ତି।

Rashtrapati Bhavan: ଜିଲ୍ଲା ପାଇଁ ଗର୍ବର ବିଷୟ: ରାଷ୍ଟ୍ରପତି ଭବନରେ ଲଇକେରା ବ୍ଲକର ଝିଅ ଭେଷମତୀ ନାଏକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.