Dhauli Police Station: ବାପାଙ୍କୁ ଅପହରଣ ନେଇ ପୁଅର ଧଉଳି ଥାନାରେ ଅଭିଯୋଗ

1 week ago 5
ARTICLE AD BOX

ଧଉଳି: ଧଉଳି ଥାନା ଅଧୀନ ଲିଙ୍ଗିପୁର ଅଞ୍ଚଳରେ ରହୁଥିବା ପୁରୁଷୋତ୍ତମ ବେହେରା (୬୦)ଙ୍କୁ କେହି ଅପହରଣ କରି ନେଇଥିବା ଧଉଳି ଥାନାରେ ଅଭିଯୋଗ ହୋଇଛି l ପୁରୁଷୋତ୍ତମଙ୍କ ଅପହରଣ ସମ୍ପର୍କରେ ତାଙ୍କର ପୁଅ ସ୍ୱାଧୀନ ବେହେରା ଆଜି ଧଉଳି ଥାନାରେ ଅଭିଯୋଗ କରିଛନ୍ତି l ସ୍ୱାଧୀନଙ୍କ ଅଭିଯୋଗକୁ ଭିତ୍ତି କରି ଧଉଳି ଥାନାରେ ଜିରୋ ମାମଲା ରୁଜୁ ହୋଇଛି l

ନାଉଗାଁ ଥାନାକୁ ମାମଲା ସ୍ଥାନାନ୍ତର କରିଛି

ପୁଲିସ ସୂଚନା ଅନୁସାରେ ସ୍ୱାଧୀନ ଦେଇଥିବା ଅଭିଯୋଗ ଯେ ତାଙ୍କର ବାପା ୫ ଦିନ ତଳେ ହଠାତ ଘରୁ ପଳାଇଥିଲେl ପରିବାର ଲୋକ ଫୋନରେ ଯୋଗାଯୋଗ କରିବାରୁ ସେ  ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଯାଉଥିବା କହିଥିଲେ l ଗତ ୨ ଦିନ ତଳେ ସେ ଫୋନରେ ବାପାଙ୍କ ସହିତ ଶେଷ ଥର ପାଇଁ କଥା ହୋଇଥିଲେ l ଏବେ ବାପାଙ୍କ ଫୋନ ସୁଇଚ ଅଫ ହୋଇଯାଇଥିବାରୁ  ତାଙ୍କୁ କେହି ଅପହରଣ କରି ନେଇଥିବା ସନ୍ଦେହ ହେଉଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି l ଧଉଳି ପୁଲିସ ଏତଲା ଆଧାରରେ ଆସାମର ନାଉଗାଁ ଜିଲ୍ଲା ଏବଂ ନାଉଗାଁ ଥାନାକୁ ମାମଲା ସ୍ଥାନାନ୍ତର କରିଛି l

Temple Theft: ମନ୍ଦିରରୁ ଚୋରି ଉଦ୍ୟମ ବିଫଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.