Desi Ghee: ରୁଟିରେ ଘିଅ ଲଗାଇ ଖାଇବାର ଉପକାରିତା ଜାଣନ୍ତୁ

4 weeks ago 13
ARTICLE AD BOX

ଭୁବନେଶ୍ବର: ଭାରତୀୟଙ୍କ ଘରେ ରୁଟି ସହିତ ଘିଅ ଲଗାଇ ଖାଇବାର ପରମ୍ପରା ଅନେକ ଦିନରୁ ରହି ଆସିଛି।  ଘରର ବରିଷ୍ଠଲୋକମାନେ ସର୍ବଦା ରୁଟି ସହିତ ଘିଅ ଲଗାଇ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ବିଶେଷଜ୍ଞଙ୍କ ମତରେ ଉଚିତ ପରିମାଣରେ ଘିଅ ଖାଇବା ଶରୀରପକ୍ଷେ ଲାଭଦାୟକ ହୋଇଥାଏ।

ରୁଟି ସହ ଘିଅ ମିଶାଇଲେ ରୁଟିର ଗ୍ଲାଇସେମିକ୍ ଇଣ୍ଡେକ୍ସ କମିଯାଏ । ଯାହାକି ରକ୍ତରେ ମଧୁମେହକୁ ବୃଦ୍ଧି ହେବାକୁ ଦିଏ ନାହିଁ। ତେଣୁ ମଧୁମେହ ରୋଗୀଙ୍କ ପାଇଁ ରୁଟି ସହିତ ଘିଅ ଖୋଇବା ଦ୍ବାରା ଶରୀରକୁ ଅନେକ ଫାଇଦା ମିଳିଥାଏ। 

ହଜମ ପାଇଁ ଉପକାରୀ ଦେଶୀ ଘିଅ

ଘିଅରେ ଥିବା ଉତ୍ତମ ଫ୍ୟାଟ ପାଚନ କ୍ରିୟାରେ ସାହାଯ୍ୟ କରିଥାଏ। ଖାଇ ସାରିବା ପରେ ବି ଯେଉଁମାନଙ୍କର ବାରମ୍ବାର ଖାଇବାକୁ ଇଚ୍ଛା ହୋଇଥାଏ ସେ ଇଚ୍ଛା କମିଯାଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ଅଧିକ ଶାରୀରିକ ପରିଶ୍ରମ କରୁଥିବା ଲୋକଙ୍କ ଖାଦ୍ୟରେ ଉଚିତ ପରିମାଣର ଘିଅ ରହିବା ଭଲ।

ଘିଅରେ କ୍ୟାଲୋରୀ ଅଧିକ ଥିବାରୁ ପରିମାଣ ଉପରେ ନିୟନ୍ତ୍ରଣ ଜରୁରୀ। ସାଧାରଣତଃ ଗୋଟିଏ ରୁଟିରେ ପ୍ରାୟ ୧ ଛୋଟ ଚାମଚ ଘିଅ ଯଥେଷ୍ଟ ହୋଇପାରେ। ଓଜନ କମାଇବାକୁ ଚାହୁଁଥିଲେ ମୋଟ ଦୈନିକ କ୍ୟାଲୋରୀ ଓ ଘିଅର ପରିମାଣ ଉପରେ ବିଶେଷ ଧ୍ୟାନ ଦେବା ଉଚିତ।

ରାୟଗଡ଼ା ଜିଲ୍ଲାର ୨୬୧୨ ଗ୍ରାମରୁ ୮୪୦ ଗ୍ରାମକୁ ମୋବାଇଲ ନେଟୱର୍କ ଅପହଞ୍ଚ

Read Entire Article
LEFT SIDEBAR AD

Hidden in mobile, Best for skyscrapers.