Derabish school incident କେନ୍ଦ୍ରାପଡ଼ା ଡେରାବିଶରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ନୃତ୍ୟ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

36 minutes ago 1
ARTICLE AD BOX

କେନ୍ଦ୍ରାପଡ଼ା ଡେରାବିଶରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ନୃତ୍ୟ ଶିକ୍ଷକଙ୍କୁ ପୁଲିସ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି।

 Derabish school incident କେନ୍ଦ୍ରାପଡ଼ା ଡେରାବିଶରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ନୃତ୍ୟ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ଡେରାବିଶ: ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଅଞ୍ଚଳର ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ନେଇ ଗ୍ରାମବାସୀ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟର ଏକ ପ୍ରକୋଷ୍ଠରେ ତାଲା ଦେଇ ଅଟକ ରଖିଥିଲେ। ପୁଲିସ ପ୍ରାୟ ୪ ଘଣ୍ଟା ପରେ ପହଞ୍ଚି ଅଟକ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ମୁକ୍ତ କରିଥିଲା ଏବଂ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାକୁ ନେଇ ଯାଇଥିବା ଜଣାଯାଇଛି। 

Minor Girl Student: ଟ୍ୟୁସନ୍ ମାଷ୍ଟରଙ୍କ ଅସଦାଚରଣର ଶିକାର ନାବାଳିକା ଛାତ୍ରୀ
ବିଦ୍ୟାଳୟର ନୃତ୍ୟ ଶ୍ରେଣୀ ପରେ ପୀଡିତା ଛାତ୍ରୀ ଜଣକ ଘରକୁ ଯାଇ ଅଭିଭାବକଙ୍କୁ ଜଣାଇଥିଲେ। ଏହାପରେ ଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସିମାନେ ଅଭିଯୁକ୍ତ ଶିକ୍ଷକକୁ ଗୋଟିଏ କୋଠରୀରେ ପୁରାଇ ତାଲାମାରି ରଖିଥିବା ବେଳେ ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ଅଟକ ରଖିଥିଲେ।  
ଘଟଣା ସମ୍ପର୍କରେ ସୂଚନା ପାଇଁ ନିକିରାଇ ଥାନା ଅଧିକାରୀ ବିମଳ ପ୍ରସାଦ ମଲ୍ଲିକ ରାତ୍ରି ୮. ୩୦ସମୟରେ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ ଶିକ୍ଷକଙ୍କୁ ନେଇ ଥାନାକୁ ଆଣିଥିଲେ। ଗ୍ରାମବାସୀଙ୍କୁ ବୁଝାସୁଝା କରି ପରିସ୍ଥିତି ଆୟତ୍ତ କରିବା ସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l  ଏହି ଘଟଣା ସମ୍ପର୍କରେ ପୀଡିତା ଛାତ୍ରୀ ଙ୍କ ପରିବାର ପକ୍ଷରୁ  ଲିଖିତ ଅଭିଯୋଗ କରାଯାଇଥିବା ନେଇ ଜଣାଯାଇଛି l

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.