ARTICLE AD BOX
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଆଜି କୋୟା ଆଦିବାସୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଛନ୍ତି ସଂଘର ନେତା। କୋୟା ଆଦିବାସୀ ସଂଘର ଝିଅ, ବୋହୂଙ୍କୁ କେବେ ମିଳିବ ନ୍ୟାୟ ବୋଲି ପ୍ରଶ୍ନ କରାଯାଇଛି। ସଂପ୍ରଦାୟ ବିଲୁପ୍ତ ହେବା ପୂର୍ବରୁ ସରକାର ଆମକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରାଯାଇଉଛି। କୋୟା ସଂପ୍ରଦାୟ ହେଉଛି ମାଲକାନଗିରି ଜିଲ୍ଲାର ସର୍ବ ପୁରାତନ ଜନଜାତି। କିନ୍ତୁ ଆଜିର ସମେୟରେ ବିଭିନ୍ନ ସମାଜ ତଥା ବିଶେଷକରି ବେଙ୍ଗଲି ସମାଜ ପକ୍ଷରୁ ଅନେକ ଅତ୍ୟାଚାର, ନିର୍ଯାତନା ଓ ଶୋଷଣ କରାଯାଉଛି।
ଝିଅ, ବୋହୂଙ୍କୁ ଦୁଷ୍କର୍ମ କରିବା, ଜମି ଲାଳସାରେ କୋୟା ଲୋକଙ୍କୁ ହତ୍ୟା କରିବା, କୋୟା ଝିଅକୁ ପ୍ରଲୋଭନ ଦେଖାଇ ବିବାହ କରି ସେମାନଙ୍କର ଜମିକୁ ଅକ୍ତିଆର କରିବା ଓ ନିଜ ସ୍ତ୍ରୀ ଥାଇ ମଧ୍ୟ କୋୟା ଝିଅକୁ ବାହା ହୋଇ ଜମି କିଣାବିକା ଓ ରାଜନୈତିକ କ୍ଷେତ୍ରରେ ଫାଇଦା ନେବା ଭଳି କାମ କରାଯାଉଛି। ଆଦିବାସୀ କୋୟା ଝିଅକୁ ଆଗରେ ରଖି ବେଙ୍ଗଲି ଲୋକେ ସମସ୍ତ ଅସାମାଜିକ କାମ କରୁଛନ୍ତି। ପୁଣି କିଛି ବେଙ୍ଗଲି ଲୋକ ସୋସିଆଲ ମିଡିଆରେ ବିବିନ୍ନ ଆପତ୍ତି ଜନକ ପୋଷ୍ଟ କରୁଛନ୍ତି। କୋୟା ସଂପ୍ରଦାୟକୁ ନେଇ ଗାଳିଗୁଲଜ କରୁଛନ୍ତି। କିଛି ବେଙ୍ଗଲି ସମାଜର ଲୋକେ ଭାଇଚାରାରେ ବଞ୍ଚିବା ପାଇଁ ନେହୁରା ହେଉଥିବା ବେଳେ ଆଉ କିଛି ଲୋକ ସୋସିଆଲ ମିଡିଆରେ ବିଭିନ୍ନ ବେଆଇନ ମନ୍ତବ୍ୟ ଦେଉଛନ୍ତି। ଯାହା ଗ୍ରହଣୀୟ ନୁହେଁ ବୋଲି କୋୟା ସଂଘ କହିଛି।
Tribal Tradition: ମହୁଲ ଗଛକୁ ପୂଜା ପରେ ବିବାହ-ବ୍ରତ କରନ୍ତି କୋୟା ସଂପ୍ରଦାୟ
ଆଦିବାସୀଙ୍କର ଯେତିକି ଜମି ଅକ୍ତିଆରରେ ରହିଛି। ସେଗୁଡିକ ତୁନର୍ତ ଫେରସ୍ତ କରାଯାଉ। ତେଣୁ ସରକାର ଓ ଜିଲ୍ଲା ପ୍ରଶାସନ କୋୟା ସଂପ୍ରଦାୟର ଦାବିଗୁଡିକ ତୁରନ୍ତ ନମାନିଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ସଂଘ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି କୋୟା ସଂଘର ସଭାପତି ଭୀମା ବାରସେ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମାନସ ମାଡକାମୀ, ଘନଶ୍ୟାମ ମାଡକାମୀ, ଇର୍ମା ପଡିଆମି ପ୍ରମୁଖ ଉପସ୍ଥିତ ଥିଲେ।

1 hour ago
1


