ARTICLE AD BOX
ନୂଆଦିଲ୍ଲୀ: ସଂସଦରେ ଚାଲିଥିବା ଅଚଳାବସ୍ଥା ମଧ୍ୟରେ ସୀମା ପୁନଃନିର୍ଦ୍ଧାରଣ (ଡିଲିମିଟେସନ୍) ବିଲ୍ ପାରିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସମର୍ଥନ କରିନାହାନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିରୋଧୀ ଦଳର ସହଯୋଗ ଲୋଡ଼ିଥିଲେ ମଧ୍ୟ ରାହୁଲ ଗାନ୍ଧୀ ସ୍ପଷ୍ଟ ଭାବେ ‘ନା’ କହିଥିବା ସୂତ୍ରରୁ ଜଣାପଡ଼ିଛି।
ସୂତ୍ର ଅନୁସାରେ, ମୌସୁମୀ ଅଧିବେଶନ ବାରମ୍ବାର ବାଧାପ୍ରାପ୍ତ ହେଉଥିବାରୁ କେନ୍ଦ୍ର ସରକାର ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ଆଗକୁ ବଢ଼ାଇବା ପାଇଁ ବିରୋଧୀ ଦଳର ସହଯୋଗ ଚାହୁଥିଲେ। ଏହି ପ୍ରସଙ୍ଗରେ କିରଣ ରିଜିଜୁ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ରାହୁଲ କହିଥିଲେ ଯେ, ବିରୋଧୀ ଦଳ ଉଠାଇଥିବା ମୁଖ୍ୟ ପ୍ରସଙ୍ଗଗୁଡ଼ିକର ସମାଧାନ ନ ହେଲେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାଇଁ ସହଯୋଗ କରିବା ସମ୍ଭବ ନୁହେଁ। କଂଗ୍ରେସର ମତ ହେଉଛି, ବିରୋଧୀ ଦଳର ଦାବି ଓ ଜନସାଧାରଣଙ୍କ ସମସ୍ୟା ଉପରେ ସରକାର ପ୍ରଥମେ ଆଲୋଚନା ପାଇଁ ପ୍ରସ୍ତୁତ ହେବା ଦରକାର। ସଂସଦର ସାଧାରଣ କାର୍ଯ୍ୟ ସ୍ୱାଭାବିକ ହେବା ପରେ ହିଁ ଅନ୍ୟ ବିଧେୟକ ଉପରେ ବିଚାର କରାଯାଇପାରିବ। ସେଥିପାଇଁ ବର୍ତ୍ତମାନ ପରିସ୍ଥିତିରେ ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ।
Rahul Gandhi: ଛାତ୍ର ଆନ୍ଦୋଳନ ପ୍ରସଙ୍ଗ: ସୁପ୍ରିମ୍ କୋର୍ଟଙ୍କ ତତ୍ତ୍ଵାବଧାନରେ ତଦନ୍ତ ଦାବି କଲେ ରାହୁଲ ଗାନ୍ଧୀ
ଅନ୍ୟପକ୍ଷରେ କେନ୍ଦ୍ର ସରକାର ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବୋଲି ଦର୍ଶାଇ ଏହାକୁ ପାରିତ କରିବା ପାଇଁ ସମସ୍ତ ଦଳର ସହଯୋଗ ଲୋଡ଼ିଛନ୍ତି। ଏହି ବିଲ୍ ପାରିତ କରିବା ପାଇଁ ସଂସଦର ଉଭୟ ସଦନରେ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ। ସେଥିପାଇଁ ବିରୋଧୀ ଦଳର ସମର୍ଥନ ବିନା ଏହାକୁ ପାରିତ କରିବା ସରକାରଙ୍କ ପାଇଁ ସହଜ ହେବ ନାହିଁ।

1 hour ago
1


