ARTICLE AD BOX
ନୂଆଦିଲ୍ଲୀ: ଶୀତ ଆରମ୍ଭ ସହ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତା ବଢ଼ାଇଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଯାନବାହନ ଚଳାଚଳ ଉପରେ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ଏହାର ପ୍ରଭାବରେ ନଭେମ୍ବର ୧ରୁ ୯ ତାରିଖ ମଧ୍ୟରେ ଦିଲ୍ଲୀ ସୀମାରୁ ୧୬ ହଜାର ୮୨୭ଟି ଗାଡ଼ି ଫେରାଇ ଦିଆଯାଇଛି। ଏଥିରେ ଦିଲ୍ଲୀ ବାହାରେ ପଞ୍ଜୀକୃତ ଏବଂ ବିଏସ୍-୬ ନିର୍ଗମନ ମାନଦଣ୍ଡ ପୂରଣ କରୁନଥିବା ଗାଡ଼ି ରହିଛି।
ଆହୁରି ପଢନ୍ତୁ: Bangladesh: ବାଂଲାଦେଶରେ ଛାତ୍ରଲିଗ୍ର ଅବରୋଧ ବେଳେ ହିଂସା: ଜଳିଗଲା ବିଏନ୍ପି କାର୍ଯ୍ୟାଳୟ, ବସ୍ ଡ୍ରାଇଭର ମୃତ
ସୋମବାର ଦିନକରେ ୭,୫୫୧ଟି ଗାଡ଼ି ଯାଞ୍ଚ ହୋଇଥିବାବେଳେ ୧,୦୯୯ଟି ଗାଡ଼ି ସୀମାରୁ ଫେରାଇ ଦିଆଯାଇଥିଲା। ଏଥିସହ ୩୨ଟି ଗାଡ଼ି ବିରୋଧରେ ଚାଲାଣ କଟାଯାଇଥିଲା। ୯ ଦିନରେ ନିୟମ ଉଲ୍ଲଂଘନ କରିଥିବା ୬୯୬ଟି ଗାଡ଼ି ଉପରେ ଜରିମାନା ଓ ପରିବେଶ କ୍ଷତିପୂରଣ ଲାଗୁ ହୋଇଛି। ଏଥିମଧ୍ୟରୁ ୩୮୨ଟି କାର୍ ପାଇଁ ୭୬.୪୦ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏହାବ୍ୟତୀତ ୧୩୮ଟି ଦୁଇଚକିଆ ଯାନ, ୯୭ଟି ଭାରୀ ଓ ମଧ୍ୟମ ମାଲବାହୀ ଯାନ ଏବଂ ୭୬ଟି ହାଲୁକା ମାଲବାହୀ ଯାନ ବିରୋଧରେ ଚାଲାଣ କଟାଯାଇଛି।
ଆହୁରି ପଢନ୍ତୁ: PawanKalyan: ପତ୍ନୀ ଅନ୍ନାଙ୍କଠାରୁ ଅଲଗା ହେବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ
ଅନ୍ୟପକ୍ଷରେ, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନଥାଇ ଗାଡ଼ି ଚଳାଉଥିବା ୯୮୭ ଜଣଙ୍କୁ ସୋମବାର ଧରାଯାଇ ଜରିମାନା କରାଯାଇଛି। ଏହାକୁ ମିଶାଇ ଚଳିତ ବର୍ଷ ଏପର୍ଯ୍ୟନ୍ତ ୭,୫୦୨ଟି ଗାଡ଼ି ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି। ଏଥିରୁ ମୋଟ ୭.୫୦ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି। ଦିଲ୍ଲୀ ଟ୍ରାଫିକ୍ ପୁଲିସ, ପରିବହନ ବିଭାଗ ଏବଂ ଦିଲ୍ଲୀ ନଗର ନିଗମର ମିଳିତ ଟିମ୍ ଏହି ଯାଞ୍ଚ ଅଭିଯାନ ଚଳାଇଛନ୍ତି। ଉତ୍ତରପ୍ରଦେଶ ଓ ହରିୟାଣା ସହ ଦିଲ୍ଲୀର ୨୬ଟି ପ୍ରମୁଖ ସୀମାରେ ଟିମ୍ ମୁତୟନ ହୋଇଛନ୍ତି। ନଭେମ୍ବର ୧ରୁ ଜାନୁଆରି ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ପଞ୍ଜୀକୃତ ଏବଂ ବିଏସ୍-୬ ମାନଦଣ୍ଡ ପୂରଣ କରୁନଥିବା ଯାନବାହନର ପ୍ରବେଶ ଉପରେ ଏହି କଟକଣା ବଳବତ୍ତର ରହିବ।

1 hour ago
1


