ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟର ବିଭିନ୍ନ କଲେଜ୍ରେ ହୋଇଥିବା ଛାତ୍ର ସଂଗଠନ ନିର୍ବାଚନ ଫଳ ଆଜି ସନ୍ଧ୍ୟାରେ ଆସିଛି। ଅଦିତି ମହାବିଦ୍ୟାଳୟ, ଶ୍ରୀଅରବିନ୍ଦ କଲେଜ (ମର୍ଣ୍ଣିଂ), ଡକ୍ଟର ବିଆର୍ ଆମ୍ବେଡ଼କର କଲେଜ, ଭାରତୀ କଲେଜ ଓ ଶିବାଜୀ କଲେଜ୍ରେ ଏବିଭିପି ସମସ୍ତ ୪ଟି ପ୍ରମୁଖ ପଦରେ ଜିତିଛି। ରାମଜାସ କଲେଜରେ ଏବିଭିପି ପ୍ରାର୍ଥୀମାନେ ସଭାପତି, ସମ୍ପାଦକ, କେନ୍ଦ୍ରୀୟ କାଉନସିଲର ଓ ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟିର ପଦ ଜିତିଛନ୍ତି। ଶ୍ୟାମା ପ୍ରସାଦ ମୁଖାର୍ଜୀ କଲେଜରେ ଏବିଭିପି ପ୍ରାର୍ଥୀମାନେ ସଭାପତି ଓ କେନ୍ଦ୍ରୀୟ କାଉନସିଲର ପଦରେ ବିଜୟୀ ହୋଇଛନ୍ତି।
ଆହୁରି ପଢନ୍ତୁ: Road Accident ଗାଡ଼ି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ
କେଶବ ମହାବିଦ୍ୟାଳୟରେ ଏବିଭିପି ସଭାପତି, ଉପସଭାପତି, ସମ୍ପାଦକ ପଦରେ ବିଜୟୀ ହୋଇଛି। ଉଲ୍ଲେଖଯୋଗ୍ୟ, ଅଦିତି ମହାବିଦ୍ୟାଳୟ, ଶ୍ରୀଅରବିନ୍ଦ କଲେଜ, ଡକ୍ଟର ବିଆର୍ ଆମ୍ବେଦକର କଲେଜ୍, ଭାରତୀ କଲେଜ, ଶିବାଜୀ କଲେଜରେ ଏବିଭିପି ସମସ୍ତ ପଦରେ ଜିତିଛି। ଏସ୍ଏଫ୍ଆଇ (ଷ୍ଟୁଡେଣ୍ଟ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ) ମଧ୍ୟ କଲେଜସ୍ତରୀୟ ନିର୍ବାଚନରେ ବିଭିନ୍ନ ପଦରେ ବିଜୟୀ ହୋଇଛି। ଏସ୍ଏଫ୍ଆଇ ଜାକିର ହୁସେନ କଲେଜରେ ଯୁଗ୍ମ ସମ୍ପାଦକ ପଦରେ ବିଜୟ ହାସଲ କରିଥିବାବେଳେ ଏହା ଭାସ୍କରାଚାର୍ଯ୍ୟ କଲେଜରେ ସଭାପତି ପଦରେ ବିଜୟୀ ହୋଇଛି। ତେବେ ଉପରୋକ୍ତ କଲେଜ୍ଗୁଡ଼ିକର ଛାତ୍ର ସଂଗଠନ ନିର୍ବାଚନ ଫଳ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଗଠନ ନିର୍ବାଚନଠାରୁ ପୃଥକ୍। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ସଭାପତି, ଉପସଭାପତି, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦ ପାଇଁ ନିର୍ବାଚନ ହୋଇଛି ଏବଂ ଆସନ୍ତାକାଲି ଡିୟୁଏସ୍ୟୁ ପାଇଁ ଭୋଟ୍ ଗଣତି ହେବ।

1 week ago
6


