ARTICLE AD BOX
/sambad/media/media_files/2026/07/18/18bbs_38_18072026_112-2026-07-18-18-42-52.jpg)
ନୂଆଦିଲ୍ଲୀ: ଦିଲ୍ଲୀ-ଜୟପୁର ଏକ୍ସପ୍ରେସୱେର ନରସିଂହପୁର ନିକଟରେ ଶନିବାର ଅପରାହ୍ଣରେ ଏକ ୬୬ କେଭି ଉଚ୍ଚ-ଭୋଲଟେଜ୍ ସମ୍ପନ୍ନ ବିଦ୍ୟୁତ୍ ତାର ହଠାତ୍ ଛିଡ଼ି ପଡ଼ିବା ଫଳରେ ଭୟଙ୍କର ଟ୍ରାଫିକ୍ ଜାମ୍ ହୋଇଯାଇଥିଲା। ଦିଲ୍ଲୀ-ଜୟପୁର ଏକ୍ସପ୍ରେସୱେରେ ଯାତାୟାତ ଠପ୍ ହୋଇଯାଇଥିଲା ଓ ଏଥିଯୋଗୁଁ ପାଞ୍ଚଟି ଆମ୍ବୁଲାନ୍ସ ସମେତ ଶହ ଶହ ଯାତ୍ରୀ ଫସି ରହିଥିଲେ। ଅପରାହ୍ଣ ୩ଟା ୩୦ ମିନିଟରେ ବିଦ୍ୟୁତ ଟ୍ରାନ୍ସମିସନ ଲାଇନ ଛିଡ଼ି ପଡ଼ିଥିଲା। ଫଳରେ ଖେରକି ଦୌଲା ଓ ରାଜୀବ ଚୌକ ମଧ୍ୟରେ ଏକ୍ସପ୍ରେସୱେର ଉଭୟ ପଟରେ ପ୍ରାୟ ୧୬ କିମି ପର୍ଯ୍ୟନ୍ତ ଟ୍ରାଫିକ ଜାମ୍ ହୋଇଥିଲା। ଟ୍ରାଫିକ ପୁଲିସ ସେଠାରେ ପହଞ୍ଚି ଅନ୍ୟ ମାର୍ଗରେ ଟ୍ରାଫିକ ଯିବାକୁ ଖାଲି କରିଥିଲା। ସଦର୍ଣ୍ଣ ପେରିଫେରାଲ ରୋଡ୍, ଦ୍ୱାରକା ଏକ୍ସପ୍ରେସୱେ ଓ ଅନ୍ୟାନ୍ୟ ମାର୍ଗରେ ଗାଡ଼ିଗୁଡ଼ିକୁ ଯିବାକୁ କୁହାଯାଇଥିଲା। ଦିଲ୍ଲୀ-ଜୟପୁର ଏକ୍ସପ୍ରେସ୍ୱେକୁ ନ ଆସିବାକୁ ଗୁରୁଗ୍ରାମ ପୁଲିସ ଲୋକମାନଙ୍କୁ ନିବେଦନ କରିଥିଲା। ଯାତ୍ରୀଙ୍କୁ ବିକଳ୍ପ ମାର୍ଗରେ ଯାତ୍ରା କରିବାକୁ କୁହାଯାଇଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


