Deaths: ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ: ନିଷେଧାଜ୍ଞା ସତ୍ତ୍ୱେ ଅଘଟଣ

1 day ago 1
ARTICLE AD BOX

କୋହିମା: ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ଅନୁଯାୟୀ, ଗତ ଦୁଇ ଦିନରେ ମୋକୋକଚୁଙ୍ଗ ଜିଲ୍ଲାରେ ୮ ଜଣଙ୍କର ଏବଂ ତୁଏନସାଙ୍ଗ ଜିଲ୍ଲାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏକ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବରିଷ୍ଠ ପୁଲିସ ଅଧୀକ୍ଷକ (ଏସଏସପି) ଭେସୁପ୍ର କେଜୋ ଶନିବାର କହିଛନ୍ତି ଯେ, ମୃତ୍ୟୁର ତଦନ୍ତ ଏବଂ ନକଲି ମଦର ଉତ୍ସ ଏବଂ ଯୋଗାଣ ଶୃଙ୍ଖଳାର ଛାନଭିନ୍ କରିବା ପାଇଁ ଅତିରିକ୍ତ ପୁଲିସ ଅଧୀକ୍ଷକ (ଏଏସପି) ଆଇ. ବୁଙ୍ଗଲାଙ୍ଗ ଚାଙ୍ଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ(ଏସଆଇଟି) ଗଠନ କରାଯାଇଛି।

ପ୍ରଶାସନ ଉପରେ ଗମ୍ଭୀର ପ୍ରଶ୍ନ

ସେ କହିଛନ୍ତି ଯେ, ମାମଲାର ତଦନ୍ତ କରାଯାଉଛି ଏବଂ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ନାଗାଲାଣ୍ଡରେ ୧୯୯୦ ମସିହାରୁ ମଦ ନିଷେଧ ଜାରି ରହିଛି। ଏହା ସତ୍ତ୍ୱେ ଏପରି ଘଟଣା ଘଟିବା ନେଇ ପ୍ରଶାସନ ଉପରେ ଗମ୍ଭୀର ପ୍ରଶ୍ନ ଉଠିବାରେ ଲାଗିଛି। ନିଷେଧାଜ୍ଞା ଲାଗୁ ସତ୍ତ୍ୱେ ବିଷାକ୍ତ ମଦ କିପରି ଅଞ୍ଚଳରେ ବିକ୍ରି ହେଲା ଏବଂ ଆସିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ପୁଲିସ ମାମଲା ସହ ସମ୍ପୃକ୍ତି ଥିବା ଅଭିଯୋଗରେ ୧୯ ଜଣଙ୍କୁ ଗିରଫ କରାଯାଇଛି। ଚଢ଼ାଉ କରାଯାଇ ୩ ହଜାର ବୋତଲ ମଦ ଜବତ କରାଯାଇଛି। ଜବତ ହୋଇଥିବା ମଦର ନମୁନା ପରୀକ୍ଷା ପାଇଁ ଗୁଆହାଟୀ ଫୋରେନସିକ୍ ଳ୍ୟାବକୁ ପଠାଯାଇଛି।

Electric Shock: ଗଣେଶ ମଣ୍ଡପରେ ବିଦ୍ୟୁତ୍ ଆଘାତରେ ୪ ଜଣଙ୍କର ମୃତ୍ୟୁ, ୩ ଆହତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.